ନଦୀପଠାରେ ପଡିଛି ମଣିଷ ଖପୁରୀ: ଗୁଣି ଗାରେଡି ସନ୍ଦେହ

ଜଗତସିଂହପୁର:-ଜଗତସିଂହପୁର ଜିଲ୍ଲା କ୍ରିଷ୍ଣାନନ୍ଦପୁର ଫାଣ୍ଡି ଅନ୍ତର୍ଗତ ପାଇକା ନଦୀ ପଠାରୁ ୪ଟି ମଣିଷ ଖପୁରୀ ପୋଲିସ ଉଧାର  କରିଛି । ତେବେ ଏହି ଖପୁରୀ ଗୁଡିକ କେଉଁଠୁ ଆସିଲା । କିଏ ଏହାକୁ ଆଣି ଏଠାରେ ପକାଇଲା ତାହା ଜଣା ପଡ଼ିନାହିଁ । ଏଥି ସହିତ ଏହା କୌଣସି ମୃତ୍ୟୁ ବରଣ କରିଥିବା ଲୋକର କିମ୍ବା ଜୀବନ୍ତ ଲୋକକୁ ଗୁଣି ଗାରେଡି ଉଦେଶ୍ୟରେ ବଳି ପକା ଯାଇଛି ତାହା ସ୍ପଷ୍ଟ ହୋଇ ପାରିନାହିଁ । ପୋଲିସ  ନିକଟସ୍ଥ ଜଣେ ପୂଜକଙ୍କୁ ଫାଣ୍ଡିକୁ ଡାକି ପଚରା ଉଚରା କରିଥିଲେ ମଧ୍ୟ ତା ଠାରୁ କୌଣସି ତଥ୍ୟ ଜଣା ପଡି ନଥିବାର ଫାଣ୍ଡି ଅଧିକାରୀ କହିଛନ୍ତି ।

Leave a Reply

Your email address will not be published. Required fields are marked *