ଯାତ୍ରା ମାଲିକ କହିଲେ, ‘କଳାକାର କରୁଛନ୍ତି ବ୍ଲାକମେଲିଂ,ଦିଆଯାଇଥିବା ଅଗ୍ରୀମ ଟଙ୍କା ଫେରସ୍ତ କରନ୍ତୁ

ଭୁବନେଶ୍ୱର:-ଅନିର୍ଦ୍ଦିଷ୍ଟ କାଳ ପାଇଁ ଯାତ୍ରା ବନ୍ଦ କରିଥିବା ଘୋଷଣା କରିଛି ଯାତ୍ରା ପାର୍ଟୀ ମାଲିକ ମହାସଂଘ । ଭୁବନେଶ୍ୱରରେ ସାମ୍ବାଦିକ ସମ୍ମିଳନୀରେ ଏପରି କହିଛି  ସଂଘ ।

ସଙ୍ଘ କହିଛି ଯେ, କଳାକାରମାନେଙ୍କୁ ଦିଆଯାଇଥିବା ଅଗ୍ରୀମ ଟଙ୍କା ଫେରସ୍ତ କରନ୍ତୁ । କଳାକାର ଆଣିଥିବା ଅଭିଯୋଗକୁ ମିଥ୍ୟା ବୋଲି ମଧ୍ୟ କହିଛି ସଂଘ । ସେମାନଙ୍କୁ ତାଙ୍କ ପ୍ରାପ୍ୟ ଦିଆ ଯାଇଛି । ସେମାନେ ସାତ ମାସ କାମ କରିଛନ୍ତି । ସେହି ହିସାବରେ ତାଙ୍କୁ ତାଙ୍କ ପାଉଣା ଦିଆଯାଇଛି । ଏବେ ଯାତ୍ରା କରାଯିବ ନାହିଁ । ସରକାର ଅନୁମତି ନଦେଲା ଯାଏଁ ଯାତ୍ରା ବନ୍ଦ କରୁଛୁ ବୋଲି ସଙ୍ଘ କହିଛି ।

୧୭ ଟି ଯାତ୍ରା ପାର୍ଟି ସମ୍ବାଦିକ ସମ୍ମିଳନୀରେ ଏହା ଘୋଷଣା କରିଥିଲେ ।  ସଙ୍ଘ ଆହୁରି କିହଛି ଯେ, କ୍ଷତି ସହିଲେ ବି ଯାତ୍ରା ଆରମ୍ଭ କରିବୁ ନାହିଁ । ସମସ୍ତ କଳାକାରଙ୍କ ଉପରେ ଅଗ୍ରୀମ ବକେୟା ଅଛି ସରକାର କାହିଁକି ତାଙ୍କୁ ଅର୍ଥ ଦେବେ ବୋଲି ସଙ୍ଘ ପ୍ରଶ୍ନ କରିଛି । ଏହି ଦୁର୍ଦ୍ଦିନରେ ଲୋକଙ୍କୁ ସାହାଯ୍ୟ କୁରୁଛୁ । ସଙ୍ଘ ସହ କଳକାରମାନେ କିଛି ଆଲୋଚନା କରୁନାହାନ୍ତି ।  ସେମାନେ ମିଡିଆରେ ଅପ ପ୍ରଚାର କରୁଛନ୍ତି । ଯାତ୍ରା ମାଲିକଙ୍କୁ କଳାକାରମାନେ ବ୍ଲାକ ମେଲ୍ କରୁଛନ୍ତି ।

ଏହାସହ ସଙ୍ଘ ସରକାରଙ୍କ ସହ ରହିଛି , ସରକାର ବିରୋଧରେ ଯିବ ନାହିଁ ବୋଲି କହିଛି । ଏହାସହ ଇନ୍ କମ୍ ଟ୍ୟାକ୍ସ ବିଭାଗକୁ କଳାକାରମାନଙ୍କ ବିଷୟରେ  ଅବଗତ କରାଯିବ ବୋଲି ସଙ୍ଘ କହିଛି ।

Leave a Reply

Your email address will not be published. Required fields are marked *