ଦାମୀ ହୋଟେଲ୍‌ରେ ସେକ୍ସ ରାକେଟ,ସାମିଲ୍‌ ଥିଲେ ମୁମ୍ବାଇର ଆଇଟି ଅଧିକାରୀ

ହାଇଦ୍ରାବାଦ – ସେକ୍ସ ରାକେଟ୍‌ରେ ମୁମ୍ବାଇର ଆଇଟି ଅଧିକାରୀ ସାମିଲ । ଅନେକ ଦିନ ଧରି ସେକ୍ସ ରାକେଟ ସହ ବେଆଇନ ଭାବେ ମାନବ ଚାଲାଣରେ ଏହି ଅଧିକାରୀ ଜଣଙ୍କ ସାମିଲ ଥିଲେ । ହାଇଦ୍ରାବଦ ଏସ୍‌ଆର୍‌ ନଗର ପୁଲିସ କୌଣସି ସୁତ୍ରରୁ ଏହି ଖବର ପାଇବା ପରେ ହୋଟେଲ୍‌ରେ ଚଢଉ କରିଥିଲେ ।

ହୋଟେଲ୍‌ର୍ ଅନେକ ଯୁବତୀ ରହିଥିଲେ । ଏସ୍‌ଆର୍‌ ନଗର ପୁଲିସ ହୋଟେଲ୍‌ ବେଆଇନ ମାନବ ଚାଲାଣ ସହ ଦେହ ବେପାର ଚାଲୁଥିବା ଖବର ପାଇଥିଲେ । ଏଥିରେ ଜଣେ ଉଚ୍ଚ ପଦସ୍ଥ ବ୍ୟକ୍ତି ସମ୍ପୃକ୍ତ ଥିବା ସୂଚନା ମିଳିଥିଲା । ପୁଲିସ ଚଢଉ ବେଳେ ମୁମ୍ବାଇ ଆୟକର ବିଭାଗର ଆସିଷ୍ଟାଣ୍ଟ କମିଶନର ନାଗେନ୍ଦର ଭୁକ୍ୟା ସାମିଲ ଥିବା ସୂଚନା ମିଳିଥିଲା । ପୁଲିସ ସେଠାକୁ ଗ୍ରାହକ ଭାବେ ଯାଇଥିଲା । ଭୁକ୍ୟାଙ୍କ ସହ ୫ ଜଣ ଯୁବତୀ ଗୋଟିଏ ରୁମ୍‌ରେ ରହିଥିଲେ । ହୋଟେଲ୍‌ର କର୍ମଚାରୀମାନେ ସାଧା ପୋଷାକରେ ଥିବା ପୁଲିସ ବିଷୟରେ ଅନେକ ପ୍ରଶ୍ନ ପଚାରିଥିଲେ । ପରେ ସେମାନଙ୍କୁ ହୋଟେଲ୍‌କୁ ଯିବାପାଇଁ ଦେଇଥିଲେ । ଭୁକ୍ୟାଙ୍କୁ ପୁଲିସ ୫ ଜଣ ଯୁବତୀଙ୍କ ସହ ଗିରଫ କରିଛି ।

ଭୁକ୍ୟାଙ୍କ ସହ ହୋଟେଲ୍‌ର ଅନ୍ୟମାନଙ୍କୁ ଅଟକ ରଖାଯାଇଛି । ସେ ମୁମ୍ବାଇ ଓ ହାଇଦ୍ରାବାଦର ବଡ ବଡ ଲୋକଙ୍କ ସହ ସମ୍ପର୍କ ରଖିବା ସହ ସେଠାରୁ ଯୁବତୀମାନଙ୍କୁ ଆଣି ସେକ୍ସରାକେଟ୍‌ରେ ଲଗାଉଥିବା ଅଭିଯୋଗ ହୋଇଛି । ପୁଲିସ ଏ ବିଷୟରେ ତଦନ୍ତ କରି ଭୁକ୍ୟା ସେକ୍ସ ରାକେଟ୍‌ ଚଳାଉଥିବା ସୂଚନା ପାଇଛି ।

Leave a Reply

Your email address will not be published. Required fields are marked *