୧୯ ବର୍ଷ ପୂର୍ବେ କେବିସିରେ ଜିତିଥିଲେ କୋଟିଏ ଟଙ୍କା – ଏବେ ହେଲେ ଏସ୍ପି
ମୁମ୍ବାଇ – ୧୯ ବର୍ଷ ପୂର୍ବେ ଭାରତର ଲୋକପ୍ରିୟ କେବିସି ସୋରେ କୋଟିଏ ଟଙ୍କା ଜିତିଥିବା ରବି ମୋହନ ଏବେ ହେଲେ ଏସ୍ପି । ରବି ମୋହନ ୨୦୦୧ ମସିହାରେ ଜୁନିୟର ବର୍ଗରେ ଏକ କୋଟି ଟଙ୍କା ଜିତିଥିଲେ । ସେତେବଳେ ତାଙ୍କୁ ୧୪ ବର୍ଷ ହୋଇଥିଲା । ୨୮ ବର୍ଷ ବୟସରେ ସେ ଭାରତୀୟ ପ୍ରଶାସନିକ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିଲେ । ୨୦୧୪ ମସିହାରେ ସେ ଆଇପିଏସ୍ ପାଇଥିଲେ । ଏହାପରେ ତାଙ୍କର ଟ୍ରେନିଂ ଚାଲିଥିଲା । ଗୁରୁବାରରେ ସେ ପୋର ବନ୍ଦରର ଏସ୍ପି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ।
କେବିସିରେ ସେ ୧୫ଟି ପ୍ରଶ୍ନର ଠିକ୍ ଉତ୍ତର ଦେଇ ଏକ କୋଟି ଟଙ୍କା ଜିତିଥିଲେ । ଏବେ ତାଙ୍କୁ ୩୩ ବର୍ଷ । ଏହା ପୂର୍ବରୁ ସେ ରାଜକୋଟରେ ଡିସିପି ଭାବେ ପଦ ଗ୍ରହଣ କରିଥିଲେ । ରବିଙ୍କ ପିତା ଭାରତୀୟ ନୌସେନାରେ କାର୍ଯ୍ୟ କରୁଥିଲେ । ସେ ରାଜସ୍ଥାନର ବାସିନ୍ଦା । ରବି ଏମ୍ବିବିଏସ୍ ଡିଗ୍ରୀ କରିବା ପରେ ଭାରତୀୟ ପ୍ରଶାସନିକ ସେବା ପାଇଁ ପ୍ରସ୍ତୁତ ହୋଇଥିଲେ । ଏହାପରେ ଆଇପିଏସ୍ ଭାବେ କୃତକାର୍ଯ୍ୟ ହୋଇଥିଲେ ।
ରବିଙ୍କ ପିତା ବିଶାଖାପାଟଣାରେ ନୌସେନାରେ କାମ କରିବା ସମୟରେ ସେ ସେଠାରେ ପାଠ ପଢିଥିଲେ । ଦଶମରେ ପାଠ ପଢୁଥିବା ସମୟରେ ସେ କୌନ୍ ବନେଗା କରୋଡପତିରେ ଅଂଶଗ୍ରହଣ କରିଥିଲେ । ଏହି ସମୟରେ ସେ ୧୫ଟି ପ୍ରଶ୍ନର ସଠିକ୍ ଉତ୍ତର ଦେଇ ଏକ କୋଟି ଟଙ୍କା ଜିତିଥିଲେ ।










