ଅର୍ଦ୍ଧ ନଗ୍ନ ନର୍ସଙ୍କୁ ବଞ୍ଚାଇ ଦେଲା କରୋନା

ମସ୍କୋ- ଅର୍ଦ୍ଧ ନଗ୍ନ ଅବସ୍ଥାରେ କେବଳ ଅନ୍ତବସ୍ତ୍ର ଉପରେ ପିପିଇ ପିନ୍ଧି ପୁରୁଷ ରୋଗୀଙ୍କୁ ଚିକିତ୍ସା କରୁଥିବା ନର୍ସଙ୍କୁ କରୋନା ବଞ୍ଚାଇ ଦେଇଛି । ତାଙ୍କୁ ନିଲମ୍ବିତ କରାଯାଇଥିଲା । ମାତ୍ର ସେ କରୋନା ରୋଗୀଙ୍କ ସେବା କରୁଥିବାକୁ ତାଙ୍କ ଉପରୁ ନିଲମ୍ବର ପ୍ରତ୍ୟାହାର କରାଯାଇଛି। ଆଗକୁ ଏପରି ନକରିବା ପାଇଁ ତାଙ୍କୁ ଚେତାବନୀ ଦିଆଯାଇଛି ।ମସ୍କୋ ନିକଟବର୍ତ୍ତୀ ଅଞ୍ଚଳରେ ଏକ ହସ୍‌ପିଟାଲରେ ଏହି ୨୩ ବର୍ଷୀୟ ନର୍ସ ନାଦିଆ ଟ୍ରାନସ୍‌ପାରେଣ୍ଟ ପିପିଇ ତଳେ କେବଳ ଅନ୍ତବସ୍ତ୍ର ପିନ୍ଧି ରୋଗୀମାନଙ୍କର ସେବା କରୁଥିଲେ । ତାଙ୍କର ଫଟୋ ସହ ଭିଡିଓ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହୋଇଥିଲା । ଏହାପରେ ତାଙ୍କୁ ନିଲମ୍ବିତ କରାଯାଇଥିଲା । ଗରମ ହେଉଥିବାରୁ ଓ ପିପିଇ ପିନ୍ଧି କାମ କରିବା କଷ୍ଟ କର ହୋଇଥିବାରୁ ସେ ଏପରି କରିଥିବା ସଫେଇ ଦେଇଥିଲେ । କେବଳ ଅନ୍ତବସ୍ତ୍ର ପିନ୍ଧି ସେ ରୋଗୀଙ୍କ ଚିକିତ୍ସା କରୁଥିବା ଡାକ୍ତର ମଧ୍ୟ ମାନିଥିଲେ । ଏହାପରେ ତାଙ୍କୁ ଚେତାବନୀ ଦିଆଯାଇ ପୁଣି କାମ କରିବା ପାଇ ନିର୍ଦେଶ ଦିଆଯାଇଛି । କରୋନା ଯୋଗୁଁ ତାଙ୍କ ଚାକିରି ବଞ୍ଚିଯାଇଛି ।ଏପରି ଅର୍ଦ୍ଧ ନଗ୍ନ ନର୍ସ ରୋଗୀ ସେବା କରୁଥିବା ବେଳେ କେହି ରୋଗୀ କୌଣସି ପ୍ରତିବାଦ କରି ନଥିଲେ । ବଂର ତାଙ୍କର ବିଭିନ୍ନ ଫଟୋ ଓ ଭିଡିଓ ଉତ୍ତୋଳନ କରି ସୋସିଆଲ୍‌ ମିଡିଆରେ ଅପ୍‌ଲୋଡ୍‌ କରିଥିଲେ । ନାଦିଆଙ୍କର ଏହି ଫଟୋ ସୋସିଆଲ୍‌ ମଡିଆରେ ବେଶ୍‌ ଭାଇରାଲ୍ ହୋଇଥିଲା । ଏହାପରେ ତାଙ୍କର ସୋସିଆଲ୍‌ ମଡିଆ ଆକାଉଣ୍ଟରେ ଫଲୋର୍ସଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଥିଲା ।

Leave a Reply

Your email address will not be published. Required fields are marked *