ବଜ୍ରପାତରେ ଜଣଙ୍କ ମୃତ୍ୟୁ ୩ ଆହତ

ଝାରସୁଗୁଡା:-ଝାରସୁଗୁଡା ଜିଲ୍ଲା ଲଇକେରା ଅଞ୍ଚଳରେ ବଜ୍ରପାତରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ତିନି ଜଣ ଆହତ ହୋଇଛନ୍ତି । ଗମ୍ଭାରୀଗୁଡା ଗ୍ରାମର  ୨୮ ବର୍ଷୀୟ ପରୀକ୍ଷିତ ଭଇଁସା  ନିଜ ଘରେ ଥିବାବେଳେ ବଜ୍ରପାତରେ ତାଙ୍କର ମୃତ୍ୟୁ ଘଟିଛି ।  ଗମ୍ଭାରୀଗୁଡା ଗ୍ରାମର ବର୍ଷା ବେହେରା  ଓ କୁଲେମୁରା ଗ୍ରାମର ଶାଶୁ ମୁକ୍ତା ରୋହିଦାସ ଓ ବୋହୁ ସୁପ୍ରିୟା ରୋହିଦାସ  ନିଜ ଘରେ ଥିବାବେଳେ ବଜ୍ରପାତରେ ଆହତ ହୋଇ ମୁଦ୍ରାଜୋର ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି ।

ଲଇକେରା ଥାନା ଅଧିକାରୀ ପ୍ରବୀର କେଶରୀ ତ୍ରିପାଠୀ ଘଟଣା ସ୍ଥଳରେ ପହଞ୍ଚି ମୃତ ପରୀକ୍ଷିତ ଭଇଁସାର ଶବକୁ ଜବତ କରି ଆସନ୍ତା କାଲି ବ୍ୟବଚ୍ଛେଦ ପାଇଁ ଝାରସୁଗୁଡା ପଠାଯିବ ବୋଲି କହିଛନ୍ତି । ଏଥିସହ ଖଇରଡ଼ିହି ଓ କୁଲେମୁରା ଗ୍ରାମର ୧୦ ରୁ ଉର୍ଦ୍ଧ୍ବ ଗାଈ ବଜ୍ରପାତରେ ମୃତୁ ହୋଇଥିବା ଜଣାପଡିଛି ।  ଅନ୍ୟପଟେ ବଜ୍ରପାତରେ ମୃତ୍ୟୁ ଘଟିଥିବା  ଗାଈ ଗୋରୁ  ମାଲିକଙ୍କୁ କ୍ଷତିପୂରଣ ଦେବାପାଇଁ ଅଞ୍ଚଳ ଲୋକେ ଦାବି କରିଛନ୍ତି । ଅନେକ ସ୍ଥାନରେ ଗଛ ଭାଙ୍ଗି ପଡ଼ିଥିବାରୁ ବିଦ୍ୟୁତ ସରବରାହ ମଧ୍ୟ ବ୍ୟାହତ ହୋଇଛି ।

Leave a Reply

Your email address will not be published. Required fields are marked *