ଲକ୍‌ଡାଉନ୍‌ରେ ଅନ୍‌ଲାଇନ୍‌ରେ ଚାଲିଛି ସେକ୍ସ ! ରାତି ଅଧରେ ଗ୍ରାହକ ମଜା ନେଉଛନ୍ତି

ବେଙ୍ଗାଲୁରୁ – କରୋନା ଭାଇରସ୍‌ ସଂକ୍ରମଣ ଯୋଗୁଁ ସାଇବର ସିଟି ବେଙ୍ଗାଲୁରୁରେ ସମସ୍ୟାରେ ସେକ୍ସ ୱାର୍କର। କରୋନା ଯୋଗୁଁ  ଅଧିକାଂଶ ଗ୍ରାହକ ଆଉ ସେକ୍ସ ୱାର୍କର ପାଖକୁ ଯାଉନାହାନ୍ତି । କିନ୍ତୁ ଏଭଳି ସଙ୍ଗିନ୍‌  ସ୍ଥିତିରେ କିଛି ସେକ୍ସ ୱାର୍କର ଭିନ୍ନ ପନ୍ଥା ଆପଣେଇଛନ୍ତି ।  ଭିଡ଼ିଓ କଲିଂ ଓ ଟେଲିଫୋନ୍‌  ମାଧ୍ୟମରେ ନିଜ ବେପାର ପୁଣି ଆରମ୍ଭ କରିଦେଇଛନ୍ତି ।  ଗ୍ରାହକଙ୍କୁ ଖୁସି କରାଇ ମନ ମୁତାବକ ପଇସା  ଇ-ୱାଲେଟ୍‌ ମାଧ୍ୟମରେ ଗ୍ରାହକଙ୍କ ଠାରୁ ନେଉଛନ୍ତି ।

ଟାଇମ୍ସ ଅଫ୍‌ ଇଣ୍ଡିଆର ରିପୋର୍ଟ ମୁତାବିକ୍‌ , ୩୯ ବର୍ଷିୟ ସଞ୍ଜେଶ ଥାମସ (ଛଦ୍ମନାମ) ବେଙ୍ଗାଲୁରୁରେ Zoom ଦ୍ୱାରା ଭିଡ଼ିଓ  କଲ୍‌ରେ ନିଜର  ପ୍ରିୟ ସାଙ୍ଗଙ୍କ ସହ କଥାବାର୍ତ୍ତା କରୁଛନ୍ତି ।  ସେ କହିଛନ୍ତି , ତାଙ୍କର ବନ୍ଧୁ  ଯିଏକି ଜଣେ  କମର୍ସିଆଲ୍‌ ସେକ୍ସ ୱର୍କର , ବେଳେବେଳେ ସେ ସହରକୁ ଆାସୁଥିଲେ , କିନ୍ତୁ ଏବେ  ଲକ୍‌ ଡାଉନ୍‌ ଯୋଗୁଁ  ଆତଯାତ ବନ୍ଦ ହୋଇଯାଇଛି ।  ଆଉ ଏହି ସମୟରେ ଅନ୍‌ଲାଇନ୍‌ ସଂପର୍କରେ ରହୁଛୁ । ସେ ନିଜର  ଜୁମ୍‌ ଆଇଡି ଓ ପାସ୍‌ୱାର୍ଡ ସେୟାର କରିଛନ୍ତି ଏବଂ ମୋତେ ଏଥିରେ ସାମିଲ୍ ହେବା ପାଇଁ  ଏକ ସ୍ପେଶାଲ ସମୟ ଦେଇଛନ୍ତି । ଏହି ଅନୁସାରେ ଆମେ ପରସ୍ପର ଭିତରେ କଥାବାର୍ତ୍ତା ଚାଲୁରଖିଛୁ ।

ଅନ୍‌ ଲାଇନ୍‌ ସାକ୍ଷାତରେ ୧ ଘଣ୍ଟା ଆଧାରରେ ପଇସା –

ସେ କହିଛନ୍ତି ଗ୍ରାହକଙ୍କ ସହ  ଅନ୍‌ଲାଇନ୍‌  ସାକ୍ଷାତ୍‌କାର ପାଇଁ  ଏକ ଘଣ୍ଟା ଆଧାରରେ  ପଇସା ନିଆଯାଏ ଏବଂ ପେମେଣ୍ଟ ଇ-ୱାଲେଟ୍‌ ମାଧ୍ୟମରେ କରାଯାଏ ।  ଥାମସ୍‌ଙ୍କର  ବନ୍ଧୁ  କହିଛନ୍ତି  କିଛି ସେକ୍ସ ସେକ୍ସ ୱର୍କରଙ୍କ ଭଳି ସେ କିଛି ଗ୍ରାହକଙ୍କୁ  ଷ୍ଚ୍ରିମ୍‌  କରନ୍ତି ଏବଂ ସ୍ପେଶାନ ଗ୍ରୁପ୍‌ ପାଇଁ ଅଧିକ ଶୁଳ୍କ ନେଇଥାନ୍ତି । ହେମ୍ପୁରର ଜଣେ ଟ୍ରାନ୍ସଜେଣ୍ଡର ରୂପା ( ଯିଏ କିଛି ଗେ ଡେଟିଙ୍ଗ ଆପ୍‌ ସହ ବିଭିନ୍ନ ପ୍ଲାଟ୍‌ଫର୍ମରେ ସକ୍ରିୟ ଅଛନ୍ତି ) କହିଛନ୍ତି  ଅଧିକାଂଶ ଗ୍ରାହକ ଆମକୁ ଧୋକା ଦେବାକୁ  ଚାହାନ୍ତି । କାରଣ ଆମର କାମ ବ୍ୟାନ୍‌ ହୋଇଛି ।

ଏଥିପାଇଁ  ମୁଁ ଭିଡ଼ିଓ ଚାଟ୍‌ ଆରମ୍ଭ କରିବା ପୂର୍ବରୁ  ପେଟିଏମ୍‌ ବା ଗୁଗଲ ପେ ମାଧ୍ୟମରେ  ୩୦ ମିନିଟ୍‌ର ଅନ୍‌ଲାଇନ୍‌ ସାକ୍ଷାତ୍‌କାର ପାଇଁ ଏକ ହଜାର ଟଙ୍କା  ଆଡ୍‌ଭାନ୍ସରେ ନେଇଥାଉ ।

 

Leave a Reply

Your email address will not be published. Required fields are marked *