ଜଙ୍ଗଲରୁ ଉଦ୍ଧାର ହେଲା ଗଳିତ ଶବ,ଚୋରା ଗଞ୍ଜେଇ ବେପାରକୁ ହତ୍ୟାକାଣ୍ଡ ଘଟିଥିବା ଚର୍ଚ୍ଚା

ସାନଖେମୁଣ୍ଡି:- ଜଙ୍ଗଲରୁ ଉଦ୍ଧାର ହେଲା ଗଳିତ ଶବ।ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ଟି.ଗୋବିନ୍ଦପୁର ନିକଟସ୍ଥ ଶ୍ରୀରାମ ନଗର ଜଙ୍ଗଲରୁ ଗଳିତ ଶବ ଉଦ୍ଧାର କରିଲା ପୋଲିସ। ନିଖୋଜ ଥିବା ନେଇ କାଲି ଥାନାରେ ଏତଲା ପରେ ତନାଘନା କରୁଥିଲା ପୋଲିସ। ଚୋରା ଗଞ୍ଜେଇ ବେପାରକୁ ହତ୍ୟାକାଣ୍ଡ ଘଟିଥିବା ଚର୍ଚ୍ଚା ହେଉଛି। ଯୁବକ ଜଣଙ୍କ ହେଲେ ହିଂଜିଳି କାଟୁର ବିଭୁପ୍ରସାଦ ଦାସ । ଶବକୁ ଉଦ୍ଧାର କରି ବ୍ରହ୍ମପୁର ବଡ଼ମେଡିକାଲ FMT କୁ ବ୍ୟବଛେଦ ପାଇଁ ପଠାଇବା ସହ ପାଟପୁର ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଏହି ଘଟଣାରେ ସ୍ଥାନୀୟ ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଛି। ଏହି ବ୍ୟକ୍ତି କିଏ ଓ କାହିଁକି ହତ୍ୟା କଲା ତାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ବିଭିନ୍ନ କଥା ଗୁଞ୍ଜରଣ ସୃଷ୍ଟି ହୋଇଛି।

Leave a Reply

Your email address will not be published. Required fields are marked *