ଶ୍ରମିକ ମଙ୍ଗଳ କମିଶନ ପାଇଁ ଦାବି କଲେ ପୂର୍ବତନ ଖଦିବୋର୍ଡର ଅଧକ୍ଷ ତେଜେଶ୍ୱର ପରିଡା

ଭୁବନେଶ୍ୱର : ମହାମାରୀ କରୋନା ଯୋଗୁ ପ୍ରବାସୀ ଓଡ଼ିଆ ଶ୍ରମିକଙ୍କ ଦୟନୀୟ ପରିସ୍ଥିତି ହୋଇଛି l ଏହି ପରିସ୍ଥିତିର ମୁକାବିଲା ପାଇଁ ଏକ ସ୍ଵଂୟଶାସିତ ସରକାରୀ କମିଶନ ପ୍ରତିଷ୍ଠା ପାଇଁ ଦାବି କଲେ ପୂର୍ବତନ ଖଦିବୋର୍ଡ ଅଧକ୍ଷ ତେଜେଶ୍ୱର ପରିଡା l ଏହାଛଡା ପ୍ରବାସୀ ଶ୍ରମିକଙ୍କ ପାଇଁ ସ୍କିଲ ମ୍ୟାପିଂ ଯେପରି ଉତ୍ତରପ୍ରଦେଶ ସରକାର କରିଛନ୍ତି ସେହିପରି ଆମ ରାଜ୍ୟରେ ପ୍ରବାସୀ ଶ୍ରମିକ ପାଇଁ ପ୍ରତିଷ୍ଠା କରିବାକୁ ସେ ସରକାରଙ୍କ ନିକଟରେ ଦାବି କରିଛନ୍ତି l ଫଳରେ ରାଜ୍ୟରେ କୁଶଳୀ ଶ୍ରମିକଙ୍କ ସଂଖ୍ୟା ବଢିବ l ଆଉ ସେମାନଙ୍କ ପାଇଁ ବିଭିର୍ନ ଅନୁଷ୍ଠାନରେ ନିଯୁକ୍ତି ବ୍ୟବସ୍ଥା କରାଗଲେ ରାଜ୍ୟର ଅର୍ଥନୈତିକ ସୃଦୁଢ ହେବ ବୋଲି ସେ ଉଲେଖ କରିଛନ୍ତି l
ଏ ସମ୍ପର୍କରେ ତେଜେଶ୍ୱର ଗତ ମଇ 1 ତାରିଖରେ ଏହାକୁ ଲାଗୁ କରିବାକୁ ଦାବି କରିଥିଲେ l ଆଜି ଫୁଣିଥରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଦାବି ଦୋହରାଇଛନ୍ତି l
ଏନେଇ ତେଜେଶ୍ୱର କୁହନ୍ତି ବାହାର ରାଜ୍ୟରେ ଆମ ଓଡିଶାରୁ ଲକ୍ଷାଧିକ ଶ୍ରମିକ ଯାଇଁ କାମ କରୁଛନ୍ତି l ମହାମାରୀ ଯୋଗୁ ଅଧିକାଂଶ ଶ୍ରମିକ ରାଜ୍ୟକୁ ଫେରିଛନ୍ତି l ସେମାନଙ୍କ ନିକଟରେ ଥିବା କୁଶଳତାକୁ ନେଇ ରାଜ୍ୟ ସରକାର ସ୍କିଲ ମ୍ୟାପିଂ କରି ବିଭିର୍ନ ସଂସ୍ଥାରେ ନିଯୁକ୍ତି ଦେବା କଥା ବିଚାର କରି ଆଉ ସେମାନଙ୍କ ପାଇଁ ଓୟେଲଫେୟାର କମିଶନ ଗଠନ କରିବାକୁ ସେ କହିଛନ୍ତି l ଯଦ୍ୱାରା ରାଜ୍ୟରେ ସେମାନଙ୍କ ପାଇଁ ନିଯୁକ୍ତି ସୃଷ୍ଟି ହେବା ସହ ଅର୍ଥନୈତିକ ବ୍ୟବସ୍ଥା ସୁଦୃଢ଼ ହେବ ତେଜେଶ୍ୱର ଜଣାଇଛନ୍ତି l

Leave a Reply

Your email address will not be published. Required fields are marked *