ଭିଜିଲାନ୍ସ ଜାଲରେ ମହିଳା ଫରେଷ୍ଟ ଗାର୍ଡ

ବ୍ରହ୍ମପୁର:- ଭିଜିଲାନ୍ସ ଜାଲରେ ସୋରଡା ରେଞ୍ଜ୍ ଫରେଷ୍ଟ ଗାର୍ଡ । ଗଞ୍ଜାମ ଜିଲ୍ଲା ସୋରଡା ରେଞ୍ଜ ପିପଲପଙ୍ଗା ବିଟ୍ ମହିଳା ଫରେଷ୍ଟ ଗାର୍ଡ ବିଷ୍ଣୁପ୍ରିୟା ଦାସ୍ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି । ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ତାଙ୍କୁ ଗିରଫ କରିଛି ଭିଜିଲାନ୍ସ ବିଭାଗ । ସୋରଡା ଥାନା ଧଉଗାମ୍ ଗାଁର ଗଙ୍ଗନା ମଣ୍ଡଳଙ୍କଠାରୁ ରାତ୍ରି ଜଗୁଆଳି ଗଣେଶ ପାତ୍ରଙ୍କ ମାଧ୍ୟମରେ ଲାଞ୍ଚ ନେଉଥିଲେ । ଲାଞ୍ଚ ଟଙ୍କା ରାତ୍ରି ଜଗୁଆଳିଙ୍କ ପକେଟ୍ ରୁ ଜବତ କରାଯାଇଛି । ବ୍ରହ୍ମପୁର ଭିଜିଲାନ୍ସ ଥାନାରେ କେସ୍ ନଂ-୬/୨୦୨୦ ରୁଜୁ କରାଯାଉଛି ।

Leave a Reply

Your email address will not be published. Required fields are marked *