ଶୁକ୍ରବାରଠୁ ପୁରୀ ଓ ଭୁବନେଶ୍ବରର ସୌନ୍ଦର୍ଯ୍ୟକରଣ କାମ ହେବ ଆରମ୍ଭ

ଭୁବନେଶ୍ୱର:-  ଆସନ୍ତା ଶୁକ୍ରବାରଠୁ ପୁରୀ ଓ ଭୁବନେଶ୍ବରର ସହରର ଆରମ୍ଭ ହେବ ଐତିହ୍ୟ ପ୍ରକଳ୍ପ କାମ। ଶ୍ରୀମନ୍ଦିର ଓ ଲିଙ୍ଗରାଜ ମନ୍ଦିର ଐତିହ୍ୟ ପ୍ରକଳ୍ପ କାମ ଶୁକ୍ରବାରୁ ଠାରୁ ଆରମ୍ଭ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଆଜି ପୁରୀ ଜିଲ୍ଲାପାଳ ଓ ଅନ୍ୟ ଅଧିକାରୀଙ୍କ ସହ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆଲୋଚନା କରିବା ପରେ ନିଷ୍ପତ୍ତି ହୋଇଛି । ଲକଡାଉନ ପାଇଁ ଦୁଇମାସ ଧରି ବନ୍ଦ ରହିଥିଲା ଏହିସବୁ କାମ। ପୁରୀରେ ଶ୍ରୀସେତୁ, ଶ୍ରୀଜଗନ୍ନାଥ ବଲ୍ଲଭ ତୀର୍ଥଯାତ୍ରୀ କେନ୍ଦ୍ର, ମହୋଦଧି ମାର୍କେଟ କଂପ୍ଲେକ୍ସ ଓ ମୂଷା ନଦୀର ସଂପ୍ରସାରଣ ପ୍ରକଳ୍ପ ଉପରେ ମୁଖ୍ୟମନ୍ତ୍ରୀ ସମୀକ୍ଷା କରିଛନ୍ତି। ଏସବୁ ପ୍ରକଳ୍ପ ଦୁଇ ତିନି ମାସ ଭିତରେ ସାରିବାକୁ ନିଷ୍ପତ୍ତି ହୋଇଛି। ଏଥି ସହିତ ଶୁକ୍ରବାରଠୁ ଭୁବନେଶ୍ବରର ବିକାଶ କାର୍ଯ୍ୟ ମଧ୍ୟ ଆରମ୍ଭ ହେବ । ଏକାମ୍ର କ୍ଷେତ୍ର ଶ୍ରୀଲିଙ୍ଗରାଜ ମନ୍ଦିର ଚର୍ତୁଃପାର୍ଶର ଉନ୍ନତି କରଣ କାର୍ଯ୍ୟ ମଧ୍ୟ ଚାଲୁ ହେବ । କରୋନା ପାଇଁ ୨ ମାସ ଧରି ସୌନ୍ଦର୍ଯ୍ୟକରଣ କାମ ବନ୍ଦ ରହିଥିଲା ।

Leave a Reply

Your email address will not be published. Required fields are marked *