ଭୁବନେଶ୍ବର:-ରାଜ୍ୟ ଲାଗି ଏକ ଆଶ୍ବସ୍ତିକର ଖବର। ରାଜ୍ୟରେ ପୁଣି ୭୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେମାନେ ହେଲେ ଗଞ୍ଜାମ ଜିଲ୍ଲାରୁ ୧୧, ଯାଜପୁରରୁ ୫, ବାଲେଶ୍ବରରୁ ୧୭, କଟକରୁ ୪, ଭଦ୍ରକରୁ ୨୮, କେନ୍ଦୁଝରରୁ ୩, ଖୋର୍ଦ୍ଧାରୁ ୨, ବଲାଙ୍ଗୀରରୁ ୨ ଏବଂ ପୁରୀରୁ ୭ ଜଣ ଅଛନ୍ତି। ରାଜ୍ୟରେ ମୋଟ୍ ୮୧୨ ଜଣ କରୋନା ସଂକ୍ରମିତି ସୁସ୍ଥ ହୋଇଛନ୍ତି।