ପଶ୍ଚିମବଙ୍ଗରେ ଜୁନ ୩୦ ପର୍ଯ୍ୟନ୍ତ ବନ୍ଦ ରହିବ ସ୍କୁଲ ଓ କଲେଜ

କୋଲକାତା :-ଦେଶରେ ଚତୁର୍ଥ ପର୍ଯ୍ୟାୟ କରୋନା ଲକଡାଉନ ମେ ୩୧ ତାରିଖ ପର୍ଯ୍ୟନ୍ତ ଜାରି ହୋଇଛି। ତେବେ ପରବର୍ତ୍ତି ନିଷ୍ପତ୍ତି ହୋଇ ନଥିବା ବେଳେ ପଶ୍ଟିମଙ୍ଗ ସରକାର ଜୁନ୍ ୩୦ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ସ୍କୁଲ ଓ କଲେଜ ବନ୍ଦ ଘୋଷଣା କରିଛନ୍ତି। ରାଜ୍ୟ ଶିକ୍ଷାମନ୍ତ୍ରୀ ପାର୍ଥ ଚାଟାର୍ଜୀ ବୁଧବାର ଏହି ଘୋଷଣା କରିଛନ୍ତି। ରାଜ୍ୟରେ କରୋନା ସଂକଟ ସାଙ୍ଗକୁ ଘୂର୍ଣ୍ଣିବାତ୍ୟା ଅମ୍ଫାନ କ୍ଷୟକ୍ଷତି ଯୋଗୁ ସରକାର ଏପରି ନିଷ୍ପତ୍ତି ନେଇଥିବା  ଚାଟାର୍ଜୀ କହିଛନ୍ତି।କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟଙ୍କ ସୂଚନା ଅନୁସାରେ ପଶ୍ଚିମବଙ୍ଗରେ ଏପର୍ଯ୍ୟନ୍ତ କୋଭିଡ-୧୯ ପଜେଟିଭ ଲୋକଙ୍କ ସଂଖ୍ୟା ୪ହଜାର ୯ରେ ପହଞ୍ଚିଛି। ଚିକିତ୍ସା ପରେ ୧୪୮୬ ଜଣ ସୁସ୍ଥ ହୋଇଥିବା ବେଳେ ୨୮୩ଜଣଙ୍କ ମୃତ୍ୟୁ ହୋଇଛି। ରାଜ୍ୟରେ କରୋନା ଯୋଗୁ ଉପୁଜିଥିବା ପରିସ୍ଥିତିରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କେନ୍ଦ୍ର ରେଳବାଇର କାମକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ରାଜ୍ୟାରେ ଅମ୍ଫାନ ଯୋଗୁ କ୍ଷୟକ୍ଷତି ସରକାର ସଜାଡି ପାରିନଥିବା ବେଳେ ରେଳବାଇ ଶ୍ରମିକ ସ୍ପେଶାଲ ଟ୍ରେନରେ ହଜାର ହଜାର ପ୍ରବାସୀଙ୍କୁ ରାଜ୍ୟରେ ପହଞ୍ଚାଇବାରେ ଲାଗିଛନ୍ତି। ଫଳରେ ରାଜ୍ୟରେ କୋଭିଡ-୧୯ ପ୍ରସାରିତ ହେଉଥିବା ବେଳେ ମମତା ତାଙ୍କୁ ରାଜନୈତିକ ରୂପେ କେନ୍ଦ୍ର ସରକାର ନିର୍ଯାତୀତ କରୁଥିବା ଅଭିଯୋଗ କରିଛନ୍ତି।ରାଜ୍ୟରେ ଲକଡାଉନ୍‌ ଥିବା ସତ୍ତ୍ୱେ ଅଧିକ ସଂଖ୍ୟକ  ସରକାରୀ ଓ ଘରୋଇ ଦପ୍ତର ଖୋଲିଗଲାଣି। ଏଣୁ ପଶ୍ଚିମବଙ୍ଗ ପରିବହନ ନିଗମ ବସ୍ ସେବା ଆରମ୍ଭ କରିବା ଲାଗି ବିଜ୍ଞପ୍ତି ଜାରି କରିଛନ୍ତି। ବିଜ୍ଞପ୍ତି ଅନୁସାରେ ସକାଳ ୭ରୁ ସନ୍ଧ୍ୟା୭ଟା ମଧ୍ୟରେ ଏସି ସମେତ ସମସ୍ତ ବସ୍ ସହର, ଉପନଗର ଓ ଜିଲ୍ଲାମାନଙ୍କରେ ସେବା ଯୋଗାଇ ଦେବେ। ସେହି ଅନୁସାରେ ଦକ୍ଷିଣ ବଙ୍ଗ ଓ ଉତ୍ତର ବଙ୍ଗ ପରିବହନ ନିଗମ ମଧ୍ୟ ବସ୍ ଚଳାଚଳ ଲାଗି ସେମାନଙ୍କ କାର୍ଯ୍ୟସୂଚୀ ଜାରି କରିଦେଇଛନ୍ତି।

Leave a Reply

Your email address will not be published. Required fields are marked *