ଟ୍ରମ୍ପଙ୍କ ଘୋଷଣା – ଚୀନରୁ ଫେରାଇ ନେବେ କୋଟିଏ ଡଲାର ପେନସନ୍ ଫଣ୍ଡ

 ୱାସିଂଟନ:-ଆମେରିକା ରାଷ୍ଟ୍ରପତି ଡିନାଲ୍ଡ ଟ୍ରମ୍ପ ଚୀନ ବିରୋଧରେ ଦୃଢ ପଦକ୍ଷେପ ଉଠାଇଛନ୍ତି | ଚୀନ ଷ୍ଟକ୍ ମାର୍କେଟରେ ବିନିଯୋଗ କରିଥିବା କୋଟିଏ ଡଲାରର ଆମେରିକୀୟ ପେନସନ ଫଣ୍ଡକୁ ଫେରାଇ ନେବା ପାଇଁ ଘୋଷଣା କରିଛନ୍ତି | ଟ୍ରମ୍ପଙ୍କ ପ୍ରଶାସନ ଚୀନରୁ କୋଟିଏ ଡଲାରର ଆମେରିକୀୟ ପେନସନ ଫଣ୍ଡରେ ବିନିଯୋଗ କରିଥିବା ପୁଞ୍ଜି ଫେରସ୍ତ ପ୍ରକ୍ରିୟା ଆରମ୍ଭ କରିଛି ବୋଲି ଟ୍ରମ୍ପ ସ୍ପଷ୍ଟ କରିଛନ୍ତି | ଟ୍ରମ୍ପଙ୍କ ଏହି ପଦକ୍ଷେପ ପରେ ଚୀନ ଷ୍ଟକ୍ ମାର୍କେଟକୁ ଭାରି କ୍ଷତି ହୋଇପାରେ | ଏହା ପୂର୍ବରୁ ଆମେରିକା ଚୀନ ଉପରେ ବିଶ୍ୱ ମହାମାରୀ ବିସ୍ତାର କରିବା ଓ ଅନୁସନ୍ଧାନ କାର୍ଯ୍ୟ ସହ ଜଡିତ ସୂଚନା ଚୋରି କରିଥିବା ଅଭିଯୋଗ କରିଥିଲା |

ଏକ ପ୍ରଶ୍ନରେ ଟ୍ରମ୍ପଙ୍କୁ ପଚାର ଯାଇଥିଲା ଯେ, ଆମେରିକା ସେୟାର ବଜାରରେ ସୂଚୀବଦ୍ଧ ହେବା ପାଇଁ ଚାଇନା କମ୍ପାନୀଙ୍କୁ ସମସ୍ତ ସର୍ତ୍ତ ପାଳନ କରିବାକୁ ଆମେରିକା ବାଧ୍ୟ କରିବ କି ? ଜବାବରେ ଟ୍ରମ୍ପ କହିଥିଲେ, ‘ଆମେ ଏହି ମାମଲାରେ ଗମ୍ଭୀରତା ସହ ବିଚାର କରୁଛୁ, ଏହା ଆଶ୍ଚର୍ଯ୍ୟଜନକ | କିନ୍ତୁ ଏହି ମାମଲାରେ ଏକ ସମସ୍ୟା ରହିଛି | ଧରି ନିଅନ୍ତୁ ଆମେ ଏହିଭଳି ସର୍ତ୍ତ ପାଳନ କରିବାକୁ ବାଧ୍ୟ କରୁ, ତେବେ ଏହା କଣ ଠିକ ହେବ ? ଯଦି ଆମେ ବାଧ୍ୟ କରିବୁ ତାହେଲେ ଚୀନ କଣ କରିବ ? ଏହାପରେ ଚୀନ ଲଣ୍ଡନ କିମ୍ବା ଅନ୍ୟ ଦେଶରେ ସୂଚୀବଦ୍ଧ କରିବାକୁ ଯିବ |’

ଅଲିବାବା ଭଳି ଚାଇନା କମ୍ପାନୀକୁ ନ୍ୟୁୟର୍କ ଷ୍ଟକ୍ ଏକ୍ସଚେଞ୍ଜରେ ସୂଚୀବଦ୍ଧ କରାଯାଇଥିଲା | କିନ୍ତୁ ସେମାନେ ରୋଜଗାର ସମ୍ବନ୍ଧୀୟ ସମସ୍ତ ସୂଚନା ଦେଇନଥାନ୍ତି, ଯେପରି ବାକି ସମସ୍ତ ଆମେରିକୀୟ କମ୍ପାନୀ ଦେଇଥାନ୍ତି | କିଛି ସମାଚାର ଏଜେନ୍ସି ରିପୋର୍ଟ ଅନୁଯାୟୀ, ଚୀନ ଆମେରିକୀୟ ସାଂସଦଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଚାର କରୁଛି ଯେଉଁମାନେ ସିନେଟରେ ଚୀନ ଉପରେ ପ୍ରତିବନ୍ଧକ ଲଗାଇବାକୁ ପ୍ରସ୍ତାବ ଦେଇଥିଲେ |

କରୋନା ଭାଇରସ ପ୍ରକୋପ ପରେ ଆମେରିକା ଓ ଚୀନ ମଧ୍ୟରେ ସମ୍ପର୍କ ଖଟା ହୋଇଯାଇଛି | କରୋନା ଭାଇରସ ଯୋଗୁଁ ଆମେରିକା ଚୀନ ଉପରେ ନିରାଶ ବ୍ୟକ୍ତ କରିଛି | କରୋନା ଯୋଗୁଁ ଆମେରିକାରେ ଏବେ ସୁଦ୍ଧା ୮୦ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇସାରିଛି |

Leave a Reply

Your email address will not be published. Required fields are marked *