ଚୀନକୁ କଡ଼ା ଜବାବ ଦେବାକୁ ଭାରତ ପ୍ରସ୍ତୁତ : ସୀମାରେ ସଜାଗ ରହିଛନ୍ତି ଭାରତର ୩ସେନାର ଜବାନ

ନୂଆଦିଲ୍ଲୀ:-ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଲଦାଖରେ ନିୟନ୍ତ୍ରଣ ରେଖା(LAC) ରେ ଚୀନ ସହ ଅଶାନ୍ତଜନକ ବାତାବରଣ ମଧ୍ୟରେ ଆଜି ଚିଫ ଅଫ୍ ଡିଫେନ୍ସ ଷ୍ଟାଫ (CDS) ଜେନେରାଲ୍ ବିପିନ ରାଓ୍ବତ ଏବଂ ୩ସେନାର ପ୍ରମୁଖଙ୍କ ସହ ଗୁରୁତ୍ବପୂର୍ଣ୍ଣ ମିଟିଂ କରିଥିଲେ। ଏହି ମିଟିଂରେ ଏଲଏସିର ଅବସ୍ଥା ଉପରେ ସମୀକ୍ଷା କରାଯାଇଥିଲା ଏବଂ ଆଗକୁ ରଣନୀତି ଉପରେ ବିଚାର କରାଗଲା।

୪ଘଣ୍ଟାରୁ ଅଧିକ ସମୟ ଯାଏଁ ମହାଯୁଦ୍ଧ ହୋଇଥିଲା ଯେଉଁଥିରେ ରକ୍ଷା ମନ୍ତ୍ରୀ ଚୀନ ତରଫରୁ ସୈନିକଙ୍କ ସଂଖ୍ୟା ବଢ଼ାଇବାରୁ ଭାରତର ପ୍ରତିକ୍ରିୟାର ଉଦାହରଣ ଦେଇଥିଲେ। ଏହି ମହାବୈଠକ ସମୟରେ ସ୍ପ​‌ଷ୍ଟ କରି ଦିଆଯାଇଥିଲା ଯେ ସଂଘର୍ଷର ବିରାମ ପାଇଁ କଥାବାର୍ତ୍ତା ତ ଚାଲିବ,କିନ୍ତୁ ଭାରତୀୟ ସେଠାରେ ନିଜ ସଂପ୍ରଭୁତାରେ ବିଲକୁଲ ବୁଝାମଣା ନ କରି ନିଜ ଶକ୍ତି ବଜାୟ ରଖିବେ। ମିଟିଂରେ ଏହା ମଧ୍ୟ ନିଷ୍ପତ୍ତି ହୋଇଥିଲା ଯେ ଅଞ୍ଚଳରେ ସଡ଼କ ନିର୍ମାଣ କାମ ଚାଲୁ ରହିବା ଦରକାର ଏବଂ ଭାରତ ନିଜର ସୈନ୍ୟ ଦଳ-ବଳ ଚୀନ ମୁକାବିଲାରେ ବଢ଼ାଇବ।

ଭାରତୀୟ ସେନା ଏବଂ ଚୀନର ପିପଲ୍ସ ଲିବରେସନ୍ ଆର୍ମି(PLA) ମଧ୍ୟରେ ପୂର୍ବ ଲଦାଖରେ ଏଲଏସିରେ ଅବସ୍ଥା ସାମାନ୍ୟ କରିବ ପାଇଁ ଅନେକ ଥର ମିଟିଂ ହୋଇସାରିଛି। ସୋମବାର ଯାଏଁ ଏଥିରେ କୌଣସି ସଫଳତା ମିଳିନଥିଲା। ଏହା ପୂର୍ବରୁ ରବିବାର ମଧ୍ୟ ମିଟିଂ ହୋଇଥିଲା,କିନ୍ତୁ ଅନେକ ମୁଦ୍ଦା  ଉପରେ ସହମତି ମିଳିନଥିଲା।

ଦୁଇ ପକ୍ଷ ଏବେ ସୁଦ୍ଧା ୫ଟି ଅଭିଯାନର କଥାବାର୍ତ୍ତା କରି ସାରିଛନ୍ତି। ଭାରତୀୟ ସେନାର ବରିଷ୍ଠ ଅଧିକାରୀ କହିଥିଲେ କୌଣସି ସଫଳତା ମିଳିନଥିଲା। ସ୍ଥିତି ସେହିପରି ରହିଛି। ଭାରତୀୟ ସେନା ଏଲଏସି ପାଖରେ ନିଜର ନିର୍ମାଣ କାର୍ଯ୍ୟ କରିବ।

Leave a Reply

Your email address will not be published. Required fields are marked *