ବୋହୂକୁ ଘରକାମ ଲାଗି ଶାଶୂ କହିବା ନିର୍ଯାତନା ନୁହେଁ: ହାଇକୋର୍ଟ
କୋଚି: କେରଳ ହାଇକୋର୍ଟ ଏକ ଐତିହାସିକ ରାୟରେ ବୋହୂଙ୍କୁ ଘର କାମ ଲାଗି ଶାଶୂ କହିବା ନିର୍ଯାତନା ନୁହେଁ କହିଛନ୍ତି। ଜନୈକା ମହିଳା ତାଙ୍କ ଶାଶୂ ତାଙ୍କଦ୍ୱାରା ଘରର ଜାବତୀୟ କାମ କରାଉଥିବାର ଅଭିଯୋଗ କରିଥିଲେ। ଫଳରେ ତାଙ୍କ ବୈବାହିକ ଜୀବନ ନଷ୍ଟ ହୋଇଯାଇଥିବା ନେଇ କରିଥିବା ନିବେଦନର ଶୁଣାଣି କରି କୋର୍ଟ ଏହା କହିଛନ୍ତି। ତେବେ କୌଣସି ଗୃହିଣୀକୁ ତାର ଶାଶୂ ଘରକାମ କରିବାକୁ କହିବା କିଛି ଅସ୍ୱଭାବିକ ନୁହେଁ ବୋଲି କୋର୍ଟ କହିଥିବା ବେଳେ ବିବାହ ବିଚ୍ଛେଦ ନିମନ୍ତେ ମହିଳାଙ୍କ ସ୍ୱାମୀ କରିଥିବା ନିବେଦନକୁ ମଞ୍ଜୁର କରିଛନ୍ତି।
ହାଇକୋର୍ଟଙ୍କ ବିଚାରପତି ଏ.ଏମ୍.ସାଫିକ୍ ଓ ମେରୀ ଜୋସେଫଙ୍କ ଖଣ୍ଡପୀଠ ମାମଲାର ଶୁଣାଣି କରୁଥିଲେ। କନ୍ନୁରର ପି.ସି.ରଞ୍ଜିତ ୧୭ ଏପ୍ରିଲ ୨୦୦୩ ରେ ବିବାହ କରିଥିଲେ। ତେବେ ଘରୋଇ କଳି ଯୋଗୁ ୨୦୧୧ ମସିହାରେ ତାଙ୍କ ପତ୍ନୀ ସ୍ୱାମୀଙ୍କ ଘର ଛାଡି ତାଙ୍କ ପିତ୍ରାଳୟ ଚାଲିଯାଇଥିଲେ। ତେବେ ପରେ ସେ ନ ଆସିବାରୁ ରଞ୍ଜିତ ବିବାହ ବିଛେଦ ଲାଗି ଫ୍ୟାମିଲିକୋର୍ଟଙ୍କ ଶରଣାପନ୍ନ ହୋଇଥିଲେ।
ମହିଳା ନିଜ ଇଛାରେ ଘରଛାଡି ଯାଇ ନଥିଲେ ବୋଲି କୋର୍ଟରେ ତର୍କ ରଖିଥିଲେ। ସ୍ୱାମୀଙ୍କ ମା ତାଙ୍କ ଦ୍ୱାରା ଜାବତୀୟ ଘର କାମ କରାଇବା ସହ ତାଙ୍କୁ ଦୁର୍ବ୍ୟବହାର କରୁଥିଲେ ବୋଲି ମହିଳା କହିଥିଲେ। ଏଣୁ ପାରିବାରିକ କୋର୍ଟ କାହା ଘରେ କଳି ନାହିଁ ? ତେବେ ଏଥି ଯୋଗୁ ବିବାହ ବିଚ୍ଛେଦ ଲାଗି ମହିଳାଙ୍କ ସ୍ୱାମୀଙ୍କ ଆବେଦନ ଖାରଜ କରିଦେଇଥିଲେ। ତେବେ ପାରିବାରିକ କୋର୍ଟଙ୍କ ରାୟକୁ ଚାଲେଞ୍ଜ କରି ମହିଳାଙ୍କ ସ୍ୱାମୀ ପି.ସି.ରଞ୍ଜିତ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ବେଳେ ଜଷ୍ଟିସ୍ ସାଫିକ୍ ଓ ଜୋସେଫଙ୍କ ଖଣ୍ଡପୀଠ ଘର କାମକୁ ନେଇ ପାରିବାରିକ କଳହ ଜନିତ ପରିସ୍ଥିତିରେ ବିବାହ ବିଚ୍ଛେଦ ନିମନ୍ତେ ନିବେଦନକୁ ମଞ୍ଜୁର କରିଛନ୍ତି।










