ଧୂମପାନ କରୋନା ଭୟକୁ ବଢାଏ ବେଶୀ, ସତର୍କ କଲେ WHO

ଓ୍ୱାଶିଂଟନ:-ଧୂମପାନ କ୍ୟାନସର୍ ଭଳି ଅନେକ ଦୂରାରୋଗ୍ୟକୁ ଆମନ୍ତ୍ରଣ କରିଥାଏ । ଧୂମପାନ ସେବନ ଦ୍ୱାରା ଆୟୁଷ ମଧ୍ୟ କମିଯାଏ ବୋଲି ପୂର୍ବରୁ ଅନେକ ଗବେଷକ ଦାବି କରିଛନ୍ତି । ତେବେ ଏହି ଅଭ୍ୟାସ କରୋନା ଭାଇରସକୁ ମଧ୍ୟ ଆମନ୍ତ୍ରଣ କରିଥାଏ ବୋଲି ବିଶ୍ୱ ସ୍ୱାସ୍ଥ୍ୟା ସଂଗଠନ ବା ଡବ୍ଲ୍ୟୁଏଚଓ କହିଛି । ଧୂମପାନ କରୁଥିବା ରୋଗୀଙ୍କଠାରେ କରୋନା ହେବାର ସମ୍ଭାବନା ଅଧିକ ରହିଥିବା ଡବ୍ଲ୍ୟୁଏଚଓ ପକ୍ଷରୁ କୁହାଯାଇଛି ।ଏହା ବଦଭ୍ୟାସକୁ ଦୂରେଇବା ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ କ୍ୟାମ୍ପେନ୍ ଆରମ୍ଭ ହୋଇଛି । ସଙ୍ଗଠନ ନିଜ ଟ୍ୱିଟର୍ ପେଜରେ ଏକ ଭିଡିଓ ସେୟାର କରିଛି । ମେ ୩୧ରେ ପାଳନ କରାଯାଉଥିବା ନୋ ଟବାକୋ ଡେକୁ ନଜରରେ ରଖି ଏହି କ୍ୟାମ୍ପେନ୍ ଆରମ୍ଭ ହୋଇଛି  । ଏହି ଭିଡିଓରେ କେତେକ ଯୁବକ ଲୋକଙ୍କୁ ସଚେତନ କରିବା ସହ ଡ୍ୟାନସ୍ ମଧ୍ୟ କରୁଛନ୍ତି ।

Leave a Reply

Your email address will not be published. Required fields are marked *