କ୍ରାଇମ୍‌ ପେଟ୍ରୋଲ୍‌’ ଅଭିନେତ୍ରୀଙ୍କ ଆତ୍ମହତ୍ୟା ! ଶେଷ ପୋଷ୍ଟରେ ଲେଖିଥିଲେ –ସବୁଠୁ ଖରାପ ହୋଇଥାଏ ସ୍ୱପ୍ନ ମରିଯିବା

ମୁମ୍ୱାଇ – ଟିଭି ଅଭିନେତ୍ରୀ ପ୍ରେକ୍ଷା ମେହେତା ଆଉ ନାହାନ୍ତି । ନିଜର ଇନ୍ଦୋରରେ ଥିବା ଘରେ ବେକରେ ଫାଶୀ ଲଗେଇ ଆତ୍ମହତ୍ୟା କରିଛନ୍ତି । ସୋମବାର ରାତିରେ  ସେ ଏଭଳି ଏକ ପଦକ୍ଷେପ ନେଇଛନ୍ତି ବୋଲି ସୂଚନା ମିଳିଛି ।  କିନ୍ତୁ ତାଙ୍କର ମୃତଦେହ  ମଙ୍ଗଳବାର ସକାଳେ ପଙ୍ଖାରେ ଲଟକି ଥିବା ଅବସ୍ଥାରେ ମିଳିଥିଲା। ଡାକ୍ତରଖାନାକୁ ନେବା ପରେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ସ୍ପଟ୍‌ବୟର ରିପୋର୍ଟ  ମୁତାବିକ, କ୍ରାଇମ୍‌ ପେଟ୍ରୋଲ୍‌, ମେରି ଦୁର୍ଗା ଓ ଲାଲ୍‌ ଇଶ୍କ ଭଳି ସିରିୟଲରେ  କାମ କରିଥିବା  ଅଭିନେତ୍ରୀ ପ୍ରେକ୍ଷା  (୨୫) ଙ୍କୁ କେଉଁଠୁ କାମ ମିଳୁନଥିଲା । ଯେଉଁଥି ପାଇଁ ସେ ବହୁତ ଅବସାଦରେ ଥିଲେ ।  ଏହା ସହ ସେ ସୋଶାଲ ମିଡ଼ିଆରେ ନିଜର ଶେଷ ପୋଷ୍ଟ ଶେୟାର କରି ଲେଖିଥିଲେ – ସବୁଠୁ ଖରାପ ହୋଇଥାଏ ସ୍ୱପ୍ନ ସବୁ ମରିଯିବା । କୁହାଯାଉଛି କି ସେ ଡିପ୍ରେସନରେ ଆସି ଏମିତି ପଦକ୍ଷେପ ନେଇଛନ୍ତି ।ହୀରା ନଗର ପୁଲିସ୍‌ ଷ୍ଟେସନର ଅଫିସର ଇନଚାର୍ଜ ରାଜୀବ ଭଦୋରିଆ କହିଛନ୍ତି ,  ପ୍ରେକ୍ଷା ଟିଭି ଅଭିନେତ୍ରୀ ଥିଲେ ଏବଂ ଲକ୍‌ ଡାଉନ୍‌ ଲାଗୁ ହେବା ଯୋଗୁଁ ସେ ନିଜ ପରିବାର ସହ  ରହୁଥିଲେ। ମାମଲା ରୁଜୁ ହୋଇ ତଦନ୍ତ ଆରମ୍ଭ ହୋଇଛି। ଅଭିନେତ୍ରୀ ରିଚା ତିୱାରୀ ସୋଶାଲ ମିଡ଼ିଆରେ ପ୍ରେକ୍ଷାଙ୍କ ପାଇଁ ଏକ ପୋଷ୍ଟ ଲେଖିଛନ୍ତି । ସେଥିରେ କହିଛନ୍ତି ,  ଚେହେରାର ହସ ପଛରେ ଏମିତି ବହୁତ କିଛି  ଲୁଚିଥାଏ , ଯାହାକୁ ସମସ୍ତେ ବୁଝିପାରିବେ ନାହିଁ ।ପ୍ରେକ୍ଷାଙ୍କର ଶେଷ ପୋଷ୍ଟ ଥିଲା – “ସବୁଠୁ ଖରାପ ହୋଇଥାଏ ସ୍ୱପ୍ନ ସବୁ ମରିଯିବା । “ ଆମକୁ ମେଣ୍ଟାଲ ହେଲଥ ପାଇଁ ସେତିକି ହିଁ ସଚେତନ ହେବାକୁ ପଡ଼ିବ ଯେତିକି ଆମକୁ ଫିଜିକଲ ହେଲଥ ପାଇଁ ହୋଇଥାଏ । ଆମର “ଏମ୍‌.ପି.ଏସ୍.ଡି “ ପରିବାରର ଜଣେ ସଦସ୍ୟ ଏବେ ଆଉ ନାହାଁନ୍ତି ।

Leave a Reply

Your email address will not be published. Required fields are marked *