ମାନିବାକୁ ପଡିବ 5 ବର୍ଷ ଶିଶୁର ସାହାସକୁ,ଗାଡି ଦେଖୁବାକୁ ଟ୍ରାନ୍ସଫର୍ମର ଖୁଣ୍ଟକୁ ଚଢ଼ିଗଲା ,ଆଉ ତା ପରେ…….

ରଗଡ଼ି :-କୋରେଇ ବ୍ଲକ ରଗଡ଼ି ପଲିଟେକ୍‌ନିକ ନିକଟରେ ସୋମବାର ଅପରାହ୍ଣରେ ଏକ ଟ୍ରାନ୍ସଫର୍ମର ନିକଟରେ ଲୋକଙ୍କ ଭିଡ଼ ଜମିଥିଲା । ସମସ୍ତେ ଉପରକୁ ଚାହିଁ ରହିଥିଲେ । ଟ୍ରାନ୍ସଫର୍ମର ଖୁଣ୍ଟି ଅଗ୍ରରେ ଛିଡ଼ା ହୋଇଥିଲା ଏକ ଶିଶୁପୁତ୍ର । ବୟସ ୫ କି ୬ବର୍ଷ ହେବ । ସମସ୍ତେ ଠାକୁରଙ୍କ ପ୍ରାର୍ଥନାକୁ କରୁଥିଲେ ଶିଶୁଟି ସୁରକ୍ଷିତଭାବେ ତଳକୁ ଆସୁ । ଏପରି ଦୃଶ୍ୟ ଅନେକ ଲୋକଙ୍କ ଲୋମ ଟାଙ୍କୁରି ଉଠିଥିଲା । ଶିଶୁଟି କିପରି ଏପରି ଏକ ବିପଦପୂର୍ଣ୍ଣ ସ୍ଥାନରେ ପହଞ୍ଚିଲା ତାକୁ ନେଇ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଭାଗ୍ୟକୁ ଏହି ସମୟରେ କରେଣ୍ଟ ନଥିଲା । ଲୋକେ ବହୁବାର ଡାକିବା ପରେ ଶିଶୁଟି ତଳକୁ ଓହ୍ଲାଇଥିଲା । ଏହାପରେ ଲୋକଙ୍କ ଚେତା ପଶିଥିଲା ।ତଳକୁ ଓହ୍ଲାଇବା ପରେ ଜଣାପଡ଼ିଥିଲା ଯେ, ଶିଶୁଟିର ଘର ସେଇ ନିକଟରେ । ଆଦିବାସୀ ଶ୍ରେଣୀର ଏହି ଶିଶୁଟି ଅଧିକାଂଶ ସମୟରେ ଏଠାରେ ବୁଲାବୁଲି କରେ । ରାସ୍ତାରେ ଯାଉଥିବା ଗାଡ଼ି ଦେଖିବା ପାଇଁ ସେ ଖୁଣ୍ଟ ଉପରକୁ ଚଢ଼ି ଯାଇଥିଲା । ହେଲେ ଏହା ଟ୍ରାନ୍ସଫର୍ମର ଖୁଣ୍ଟ । ବିଦ୍ୟୁତ୍‌ ସଂସ୍ପର୍ଶରେ ଆସିଲେ ତା’ ଜୀବନ ଯାଇପାରେ ତାହା ତାକୁ ଜଣାନଥିଲା । ଖୁଣ୍ଟ ଉପରେ ଛିଡ଼ା ହୋଇ ଶିଶୁଟି ଗାଡ଼ି ଦେଖୁଥିବା ବେଳେ ନିକଟରେ ବୁଲୁଥିବା ଜଣେ ବ୍ୟକ୍ତି ତାକୁ ଦେଖିଥିଲେ । ଏହାପରେ ତାକୁ ତଳକୁ ଓହ୍ଲାଇବା ପାଇଁ ଯେତେ କହିଲେ ବି ସେ ଓହ୍ଲାଇନଥିଲା ।ଦେଖୁ ଦେଖୁ ସଙ୍ଗେସଙ୍ଗେ ବହୁ ଲୋକ ରୁଣ୍ଡ ହୋଇଯାଇଥଲେ । କ’ଣ କରିବେ କେହି ଭାବି ପାରୁନଥିଲେ । ବିପଦ ମୁହଁରୁ ପିଲାଟି କିପରି ସୁରକ୍ଷିତ ଫେରିବ ସମସ୍ତଙ୍କ ମନରେ ସେହି ଚିନ୍ତା ଥିଲା । ଯୋଗକୁ ଏହି ସମୟରେ କରେଣ୍ଟ ନଥିଲା । କୌଣସି ମୁହୂର୍ତ୍ତରେ କରେଣ୍ଟ ଆସିବାର ସମ୍ଭାବନା ରହିଥିଲା । ଏହାପରେ ଲୋକମାନେ ବହୁବାର ତାକୁ କହିବା ପରେ ଶିଶୁଟି ତଳକୁ ଓହ୍ଲାଇ ଆସିଥିଲା । ନିଶ୍ଚିତ ମୃତ୍ୟୁ ମୁଖରୁ ଶିଶୁଟି ଫେରିଥିବା ବେଳେ ରଖେ ହରି ତ ମାରେ କିଏ ବୋଲି ସ୍ଥାନୀୟ ଲୋକେ କୁହାକୁହି ହେଉଥିବା ଶୁଣିବାକୁ ମିଳିଥିଲା ।

Leave a Reply

Your email address will not be published. Required fields are marked *