ଗଞ୍ଜେଇ ଚାଲାଣର ନୂଆ ଫଣ୍ଡା, ସୁଜି ବସ୍ତାରେ ଗଞ୍ଜେଇ ଚାଲାଣ,40 କେଜି ଜବତ,2 ଗିରଫ

ଭୁବନେଶ୍ୱର:-ଗଞ୍ଜେଇ ଚାଲାଣର ନୂଆ ତରିକା ଆପଣାଉଛନ୍ତି ଗଞ୍ଜେଇ ମାଫିଆ। କେତେବେଳେ ପରିବା ଗାଡ଼ିରେ ଚାଲାଣା କରୁଛନ୍ତି ଟ ଆଉ କେତବେଳେ କଦଳୀ ଗାଡି ଭିତରେ। ଏବେ ଗଞ୍ଜେଇ ଚାଲାଣରୁ ନୂଆ ତରିକା ଖଣ୍ଡଗିରି ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି।କନ୍ଧମାଳରୁ ଗଞ୍ଜେଇ ଆଣି ରାଜଧାନୀରେ ବିକି୍ର କରୁଥିବା ଦୁଇ ଛାତ୍ରଙ୍କୁ ଆଜି ଏସ୍ଟିଏଫ୍ ଓ ଖଣ୍ଡଗିରି ଥାନା ମିଳିତ ଭାବେ ଚଢ଼ଉ କରି ଗିରଫ କରିଛି । ଗିରଫ ଦୁଇ ଛାତ୍ରଙ୍କଠାରୁ ପୁଲିସ ୪୦ କେଜି ଗଞ୍ଜେଇ, ଦୁଇଟି ମୋବାଇଲ ସହ ଗୋଟିଏ ୟୁନିକନ ବାଇକ ଜବତ କରିଛି । ଜବତ ଗଞ୍ଜେଇର ମୂଲ୍ୟ ୩ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଜଣାପନଡିଛି । ସେମାନେ ରହୁଥିବା ଘରେ ସୁୁଜି ବସ୍ତା ଭିିିତରେ ଗଞ୍ଜେଇ ପୁରେଇ ରଖିଥିଲେ। ଗିରଫ ଦୁଇ ବେପାରୀ ହେଲେ ବାଲେଶ୍ୱର ଜିଲ୍ଲା ରାମଚନ୍ଦ୍ରପୁରର ରାଜୀବ କୁମାର ପାତ୍ର(୨୨) ଓ ବାଲେଶ୍ୱର ଜିଲ୍ଲା ଔପଦାର ଉଜ୍ୱଳ କୁମାର ପ୍ରଧାନ(୨୦) । ଦୁହେଁ ଖଣ୍ଡଗିରି ଥାନା ପଚଂଶଖା ନଗରରେ ଏକ ଘରକୁ ଭଡା ନେଇ ସେଠାରେ ଦୀର୍ଘ ଦିନ ଧରି ଗଞ୍ଜେଇ ବେପାର କରୁଥିବା ଏସ୍ଟିଏଫ ଓ ଖଣ୍ଡଗିରି ଥାନା ପୁଲିସ ଚଢ଼ଉ କରି ଦୁହିଁଙ୍କୁ ଗିରଫ କରିବାରେ ସଫଳ ହୋଇଛି ।

ଉଲ୍ଲେଖଯୋଗ୍ୟ ଯେ, ବାଲେଶ୍ୱର ଜିଲ୍ଲା ରାମଚନ୍ଦ୍ରପୁରର ରାଜୀବ କୁମାର ପାତ୍ର ଓ ବାଲେଶ୍ୱର ଜିଲ୍ଲା ଔପଦାର ଉଜ୍ୱଳ କୁମାର ପ୍ରଧାନ ଖଣ୍ଡଗିରି ଥାନା ପଂଚଶଖାନଗର ପ୍ଲଟ ନମ୍ବର ଏଲ/୨/୨ରେ ଦୁହେଁ ରୁହନ୍ତି । ରାଜୀବ ଓ ଉଜ୍ୱଳ ରାଜଧାନୀର ଏକ ଘରୋଇ ଇଞ୍ଜିନିୟରିଂ କଲେଜର ଛାତ୍ର । ହେଲେ ଭିତରେ ଭିତରେ ଦୁହେଁ ଗଞ୍ଜେଇ ଓ ବ୍ରାଉନସୁଗାର ଆଣି ବଜାରରେ ବିକି୍ର କରନ୍ତି । ରାଜଧାନୀରେ ଲକଡାଉନ କଟକଣା ଜାରି ରହିଥିବାବେଳେ ଏହାକୁ ଖାତିର ନ କରି ରାଜୀବ ଓ ଉଜ୍ୱଳ ଫୁଲବାଣୀ ଓ କନ୍ଧମାଳରୁ ସୁଜି ବସ୍ତା ରେ ଗଞ୍ଜେଇ ଆଣି ରାଜଧାନୀର ବିଭିନ୍ନ ଅଂଚଳରେ ବିକ୍ରି କରନ୍ତି । ବିଶେଷ ସୂତ୍ରରୁ ପୋଲିସ ଖବର ପାଇଥିଲେ । ମଙ୍ଗଳବାର ଭୋରୁ ଭୋରୁ ଦୁଇ ଜଣିଆ ଟିମ୍ ଅତର୍କିତ ଭାବେ ପଚଂଶଖା ନଗରରେ ଭଡାଘରେ ଚଢ଼ାଉ କରିଥିଲେ । ରାଜୀବ ପୁଲିସକୁ ଦେଖି ଡେଉଁ ପଳାଇବାକୁ ଉଦ୍ୟମ କରିବା ବେଳେ ପୁଲିସ ଦୁହିଁଙ୍କୁ କାବୁ କରି ନେଇଥିଲେ । ପରେ ପୁଲିସ ଘରକୁ ଖାନତଲାସୀ କରିବା ବେଳେ ଘରୁ ଦୁଇଟି ବସ୍ତାରେ ୪୦ କେଜି ଗଞ୍ଜେଇ ମିଳିଥିଲା ।

Leave a Reply

Your email address will not be published. Required fields are marked *