ପେଶା ରେଲୱେ ଡେପୁଟି ଚିଫ ଇଂଜିନିୟର ହେଲେ ନିଶା ଲୋକଙ୍କୁ ଠକିବା, 30 କୋଟିର ପ୍ରୋଜେକ୍ଟ ଦେବାକୁ କହି 50 ଲକ୍ଷ ଠକେଇ

ଭୁବନେଶ୍ୱର:-ପେଶା ରେଲୱେ ଡେପୁଟି ଚିଫ ଇଂଜିନିୟର। ହେଲେ ନିଶା ଲୋକଙ୍କୁ ଠକିବା। ଏଭଳି ଜଣେ  ଠକକୁ ଗିରଫ କରିଛି ଚନ୍ଦ୍ରଶେଖର ପୁର ପୋଲିସ। ରେଲୱେର ଏକ 30 କୋଟି ଟଙ୍କାର କାମ ଦେବାକୁ କହି ଜଣେ କଣ୍ଟ୍ରାକ୍ଟରଙ୍କୁ 50 ଲକ୍ଷ ଟଙ୍କା ଠକିଛନ୍ତି। ଗିରଫ ଅଭିଯୁକ୍ତ ହଲେ  ବରମୁଣ୍ଡା,ଜଗନ୍ନାଥ ନଗରର ପ୍ରଶାନ୍ତ ବାଘ।  ତାଙ୍କୁ ପୋଲିସ ମଙ୍ଗଳବାର  କୋଟ ଚାଲାଣ କରିବ।

ମିଳିଥିବା ସୂଚନା ଅନୁଯାୟୀ, ଅଭିଯୋଗକାରୀ  ଚିତ୍ରସେନ ବାଘ ନୟାପଲି ଆଇଆରସି ଭିଲେଜରେ ରହୁଛନ୍ତି। ସେ ଜଣେ କଣ୍ଟ୍ରାକ୍ଟର ହୋଇଥିବା ବେଳେ ଅନ୍ୟ ଵ୍ୟଵସାୟ କରନ୍ତି। ଅଭିଯୁକ୍ତ ପ୍ରଶାନ୍ତଙ୍କ ବଡ଼ ଭାଇ ଚିତ୍ରସେନଙ୍କ ସାଙ୍ଗ। ତେଣୁ ତାଙ୍କ ମଧ୍ୟମରେ ଚିତ୍ରସେନ ଅଭିଯୁକ୍ତ ପ୍ରଶାନ୍ତଙ୍କ ସହ ପରିଚିତ ହୋଇଥିଲେ। ଚିତ୍ରସେନ ରେଳସଦନ ରେଲୱେ ଅଫିସକୁ ବୁଲିବାକୁ ଯାଇଛନ୍ତି। ଏହି ସମୟରେ ପ୍ରଶାନ୍ତ ରେଲୱେର ଏକ 10 କୋଟିର କାମ ଚିତ୍ରସେନକୁ ଦେବେ ବୋଲି କହିଥିଲେ। ତେଣୁ କାମ ପାଇବା ପାଇଁ  ବଡ଼ ବାବୁଙ୍କୁ ଖୁସି କରିବାକୁ ହେବେ ବୋଲି ପ୍ରଶାନ୍ତ କହିଥିଲେ । ଏଥିପାଇଁ 50 ଲକ୍ଷ ଦେବାକୁ ହେବ ବୋଲି ପ୍ରଶାନ୍ତ କହିଥିଲେ। ପ୍ରଶାନ୍ତକୁ ଭରସା କରି ଚିତ୍ରସେନ 50ଲକ୍ଷ ଟଙ୍କା 2017ରେ ଦେଇଥିଲେ।  2018 ହୋଇଯାଇଥିଲେ ମଧ୍ୟ ଚିତ୍ରସେନଙ୍କୁ କାମ ମିଳି ନଥିଲା।  ଏନେଇ ତାଙ୍କୁ ପଚାରିଲେ କାମ ମିଳିଯିବ ବୋଲି କହି ଦିନ ଗଡାଉ ଥିଲେ । ଶେଷରେ 2019 ହୋଇ ଯାଇଥିଲେ ମଧ୍ୟ ସେ  କାମ ନ ଦେବାରୁ ଚିତ୍ରସେନଙ୍କ ସନ୍ଦେହ ହୋଇଥିଲା। ତେଣୁ ସେ ଟଙ୍କା ଫେରେଇ ଦେବାକୁ କହିଥିଲେ। ହେଲେ ସେ ଶୁଣି ନଥିଲେ ବାଧ୍ୟ ହୋଇ ଥାନାରେ ଅଭିଯୋଗ କରିଥିଲେ। 2019ରୁ ଅଭିଯୁକ୍ତ ପୋଲିସ ଆଖିରେ ଧୂଳି ଦେଇ ଲୁଚି ବୁଲୁଥିଲା। ସୋମବାର ଘରେ ଥିବା ଜାଣି ପୋଲିସ ଚଢ଼ାଉ କରି ତାଙ୍କୁ ଗିରଫ କରିଛି। ପୂର୍ବରୁ ଖଣ୍ଡଗିରି ପୋଲିସ ଗିରଫ କରିଥିବା ବେଳେ 3 ବର୍ଷ ପୂର୍ବରୁ ଚନ୍ଦ୍ରଶେଖରପୁର ପୋଲିସ ଗିରଫ କରିଥିଲା।

Leave a Reply

Your email address will not be published. Required fields are marked *