ପୋଲିସ ନିକଟରେ ଆତ୍ମସମର୍ପଣ କରିଥିବା ମହିଳା ମାଓବାଦୀ ହାରିଲେ ଜୀବନ
ଫୁଲବାଣୀ, :-ପୋଲିସ ନିକଟରେ ଆତ୍ମସମର୍ପଣ କରିଥିବା ଜଣେ ମହିଳା ମାଓବାଦୀ ଆତ୍ମହତ୍ୟା କରି ଜୀବନ ହାରିଛନ୍ତି । ସୋମବାର ସକାଳେ ସେ ବେକରେ ଓଢଣୀ ଦେଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି ।
ସୂଚନାନୁସାରେ, ମହିଳା ମାଓବାଦୀ ସିଜୁ କହଁର ଓ ଓରଫ ପିଙ୍କି ୨୦୧୬ରେ ମାଓ ସଙ୍ଗଠନରେ ସାମିଲ ହୋଇଥିଲେ । ତେବେ ସେ ଗତବର୍ଷ ମାର୍ଚ୍ଚ ୨୯ ତାରିଖରେ କନ୍ଧମାଳ ଏସପିଙ୍କ ନିକଟରେ ଆତ୍ମ ସମର୍ପଣ କରିଥିଲେ । ,ସରକାରଙ୍କ ନିୟମାନୁଯାୟୀ ତାଙ୍କୁ ଥଇଥାନ କରାଯିବା ସହ ସହାୟତା ରାଶି ମଧ୍ୟ ଯୋଗାଇ ଦିଆଯାଇଥିଲା । ତେବେ ଆତ୍ମ ସମର୍ପଣ ପରେ ତାଙ୍କୁ ମାଓ ସଙ୍ଗଠନ ପକ୍ଷରୁ ଲଗାତାର ଧମକ ଦିଆଯାଉଥିଲା । ତେଣୁ ତାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ମାଦିକୁନ୍ଦା ସ୍ଥିତ ପୋଲିସ ବାରାକର ଅସ୍ଥାୟୀ କ୍ୟାମ୍ପରେ ରଖାଯାଇଥିଲା ।
କିଛିଦିନ ତଳେ ଜିଲ୍ଲା ପୋଲିସ ତରଫରୁ ଏକ ଭିଡିଓ ପ୍ରସ୍ତୁତ କରାଯାଇଥିଲା । ଏଥିରେ ସିଜୁ ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କୁ ସରକାରଙ୍କ ତରଫରୁ ଯୋଗାଇ ଦିଆଯାଉଥିବା ପ୍ରୋତ୍ସାହନ ବାବଦରେ କହିବା ସହ ମୁଖ୍ୟସ୍ରୋତରେ ସାମିଲ ହେବାକୁ ଆହ୍ୱାନ ମଧ୍ୟ କରିଥିଲେ । ତେବେ ସୋମବାର ସକାଳ ୮ଟାରେ ତାଙ୍କ ମୃତଦେହ ବାରାକରୁ ଉଦ୍ଧାର ହୋଇଛି ।