ଦୁଃଖ ସମୟରେ ପ୍ରଭୁ ଶ୍ରୀ କୃଷ୍ଣ ଙ୍କର ଏହି କଥା ଆସିବ ଆପଣଙ୍କ କାମରେ, ପରିସ୍ଥିତି ସହ ଲଢ଼ିବା ପାଇଁ ମଳିବ ଶକ୍ତି

ଭାଗବତ ଗୀତା ରେ ଅନେକ କିଛି ଉପଦେଶ ଉଲେଖ ରହିଛି I ଯଦି ଜଣେ ବ୍ୟକ୍ତି ନିଜ ଜୀବନ ରେ ଏହି ଉପାୟ କୁ ଅନୁସରଣ କରିବ ତେବେ ସେହି ବ୍ୟକ୍ତି ଙ୍କ ର ଜୀବନ ରେ କୌଣସି ସମସ୍ୟା ରହିବ ନାହିଁ I ମହାଭାରତ ଯୁଧ୍ୟ ସମୟ ରେ ପ୍ରଭୁ ଶ୍ରୀ କୃଷ୍ଣ ଅର୍ଜୁନ ଙ୍କୁ ନେଇ ଶିକ୍ଷ୍ୟା ପ୍ରଦାନ କରିଥିଲେ ତାହା ହିଁ ଗୀତା ରେ ଉଲେଖ ରହିଛି I ପ୍ରତୋକ ବ୍ୟକ୍ତି ଙ୍କୁ ଜୀବନ ରେ ସଫଳତା ପାଇବା କୁ ହେଲେ ଗୀତା ର ପ୍ରତୋକ ଅଧ୍ୟାୟ କୁ ଅନୁସରଣ କରିବା କୁ ହେବ I ଭଗବତ ଗୀତା ରେ ଅନେକ ଏପରି କିଛି ଉଲେଖ ରହିଛି ଯାହା କି ଆପଣ ଙ୍କ ଜୀବନ ର ସଫଳତା ର କାରଣ ହେଇଥାଏ I

ଯେତେବେଳେ ଧର୍ମ ର ହାନି ହେଇଥାଏ ଓ ଅଧର୍ମ ବୃଦ୍ଧି ହେଇଥାଏ ସେହି ସେହି ସମୟ ରେ ଭଗବାନ ନିଜେ ଏହି ଧରା ପୃଷ୍ଠ ରେ ଅବତରଣ କରିଥାନ୍ତି I ଏବଂ ଅଧର୍ମ ର ନାଶ କରିଥାନ୍ତି I ଆଜି ଆମେ ଭାଗବତ ଗୀତା ର କିଛି ମହତ୍ବପୂର୍ଣ ଘଟଣା ବିଷୟ ରେ ଆଲୋଚନା କରିବା I ଏବଂ ଏହି ସବୁ ଆଧାର ରେ ଆପଣ ଯଦି ନିଜ ଜୀବନ ଅତିବାହିତ କରିବେ ତେବେ ଜୀବନର କୌଣସି ସମସ୍ୟା ରହିବ ନାହିଁ I

ଦୁଃଖ ସମୟ ରେ ପ୍ରଭୁ କୃଷ୍ଣ ଙ୍କର ଏହି କଥା ଆସିବ ଆପଣଙ୍କ କାମରେ

1.ଭାଗବତ ଗୀତା ର ଏକ ଶ୍ଳୋକ ରେ ଭଗବାନ କୃଷ୍ଣ ମାନବ ଶରୀର କୁ ଶରୀର ର ପୋଷାକ ସଦୃଶ ତୁଳନା କରିଛନ୍ତି I ଭଗବାନ କହିଛନ୍ତି ମାନବ ଶରୀର ଏପରି ଏକ କପଡା ଯାହା କୁ ପ୍ରତୋକ ଜନ୍ମ ରେ ଆତ୍ମା ପରିବର୍ତନ କରିଥାଏ I ତେଣୁ ଜଣେ ମାନବ କୁ ଚିନ୍ହିବ କୁ ହେଲେ ତାଙ୍କ ଶରୀର ରୁ ନୁହେଁ ତାଙ୍କ ଆତ୍ମା ଓ ମନ ରୁ ହିଁ ତାଙ୍କୁ ଜାଣିବା I

2.ଭଗବାନ କ୍ରିଷ୍ଣା କହିଛନ୍ତି ମନୁଷ୍ୟ ର କ୍ରୋଧ ତାଙ୍କ ପାଁଇ ହାନିକାରକ ଅଟେ I ମନୁଷ୍ୟ ମନ ର ଭ୍ରମ କାରଣ ରୁ ସେ ଭଲ ଓ ଖରାପ କୁ ଜାଣିପାରି ନ ଥାଏ I ତେଣୁ ମନୁଷ୍ୟ କୁ କ୍ରୋଧ ର ମାର୍ଗ କୁ ଛାଡି ଶାନ୍ତି ର ମାର୍ଗ ଆପଣେଇବା ଉଚିତ I

3.ଭଗବାନ ଶ୍ରୀ କ୍ରିଷ୍ଣା ଗୀତା ର ଉପଦେଶ ରେ ଏହା କହିଛନ୍ତି କି କ୍ରୋଧ ଏପରି ଏକ ଜିନିଷ ଯାହା ଆବଶ୍ୟକତା ରୁ ଅଧିକ ହେଲେ ନିଜ ପାଁଇ ହିଁ ହାନିକାରକ ହେଇଥାଏ I ଏହା ଦ୍ୱାରା ସମ୍ପର୍କ ଅନେକ ସ୍ଥାନ ରେ ଖରାପ ହେଇଥାଏ I ତେଣୁ ବ୍ୟକ୍ତି ଙ୍କୁ ନିଜ ର ବାଣୀ କୁ ଶାନ୍ତ କରିବା ଉଚିତ I ଏବଂ ଯେଉଁଠାରେ ଆବଶ୍ୟକତା ରୁ ଅଧିକ ପ୍ରେମ ଥିବ ସେଠାରେ ମଧ୍ୟ ବ୍ୟକ୍ତି ଚିନ୍ତିତ ରହିବ I ତେଣୁ ଜଣେ ବ୍ୟକ୍ତି ଙ୍କୁ ଏହି ସବୁ ଜିନିଷ ରେ ସନ୍ତୁଳନ ରକ୍ଷ୍ୟା କରିବା ଉଚିତ I

4.ଜଣେ ବ୍ୟକ୍ତି ଯଦି ଜୀବନ ରେ ସଫଳତା ହାସିଲ କରିବାକୁ ଚାହୁଁଚି ତେବେ ନିଜ ର ସ୍ୱାର୍ଥ କୁ ଭୁଲିବା ଜରୁରୀ ଅଟେ I କାରଣ ସ୍ୱାର୍ଥ କାରଣ ରୁ ବ୍ୟକ୍ତି ନିଜ ବ୍ୟକ୍ତି ଙ୍କ ଠାରୁ ଖୁସି ହାସିଲ କରିପାରି ନ ଥାଏ I

5.ଏପରି କୁହାଯାଇଛି ଯାହା ର କେହି ନାହିଁ ତାଙ୍କ ର ଭଗବାନ ଅଛନ୍ତି I ପ୍ରତୋକ ବ୍ୟକ୍ତି ଙ୍କ ସହ ଭଗବାନ ରହିଥାନ୍ତି I ତେଣୁ ବ୍ୟକ୍ତି ଙ୍କୁ ତ୍ୟାଗ ର ମାର୍ଗ ଆପଣେଇବା ଉଚିତ I ଜଣେ ଭଲ ବ୍ୟକ୍ତି ହେଉ କି ଖରାପ ବ୍ୟକ୍ତି ସର୍ବଦା ସେହି ବ୍ୟକ୍ତି ଙ୍କ ସହ ଭଗବାନ ରହିଥାନ୍ତି I ପ୍ରତୋକ ମନୁଷ୍ୟ କୁ ସତ୍ୟ ର ମାର୍ଗ ଆପଣେଇବା ଉଚିତ I

6.ମନୁଷ୍ୟ କୁ ଅନ୍ୟ ଉପରେ ସନ୍ଦେହ କରିବା ଉଚିତ ନୁହେଁ I କାରଣ ସନ୍ଦେହ ଅନେକ ବଡ଼ ବଡ଼ ସମ୍ପର୍କ କୁ ଖରାପ କରିଥାଏ I

Leave a Reply

Your email address will not be published. Required fields are marked *