ଜୁଲାଇ ସୁଦ୍ଧା ଦେଶରେ ୨୧ ଲକ୍ଷ ହୋଇପାରେ କରୋନା ସଂକ୍ରମଣ ସଂଖ୍ୟା

ନୂଆଦିଲ୍ଲୀ:-ଦେଶରେ ସଂକ୍ରମଣ ସଂଖ୍ୟା ୧ ଲକ୍ଷ ୩୮ ହଜାର ୫୦୦ ରେ ପହଞ୍ଚିଲାଣି | ଦେଶରେ ବର୍ତ୍ତମାନ ସୁଦ୍ଧା ୪ ହଜାର ୨୪ ଜଣ କରୋନାରେ ପ୍ରାଣ ହରାଇ ସାରିଛନ୍ତି | ଭାରତ ବର୍ତ୍ତମାନ କରୋନା ମାମଲାରେ ଇରାନକୁ ପଛରେ ପକାଇ ୧୦ ନମ୍ବର ସ୍ଥାନରେ ରହିଛି | ମିଶିଗନ ୟୁନିଭର୍ସିଟି ଏବଂ ଜନ ହପକିନ୍ସ ୟୁନିଭର୍ସିଟି କରୋନା ମଡେଲ ଜରିଆରେ ଚେତାବନୀ ଦେଇଛନ୍ତି ଯେ, ଜୁଲାଇ ପ୍ରଥମ ସପ୍ତାହ ଯାଏଁ ଭାରତରେ ସଂକ୍ରମଣ ସଂଖ୍ୟା ୨୧ ଲକ୍ଷ ଛୁଇଁପାରେ |

ମିଶିଗନ ୟୁନିଭର୍ସିଟିର ମହାମାରୀ ରୋଗ ବିଶେଷଜ୍ଞ ପ୍ରଫେସର ଭ୍ରମର ମୁଖାର୍ଜୀ ନ୍ୟୁଜ ଏଜେନ୍ସି ରାଇଟର୍ସ ଭାରତ ପାଇଁ ପ୍ରସ୍ତୁତ କରାଯାଇଥିବା ଏକ ମଡେଲ ଜରିଆରେ ସୂଚନା ଦେଇଛନ୍ତି ଯେ ଦେଶରେ ସ୍ଥିତି ଆହୁରି ଗମ୍ଭୀର ହୋଇପାରେ | ପ୍ରଫେସର ମୁଖାର୍ଜୀଙ୍କ କହିବାନୁଯାୟୀ, ଦେଶରେ କରୋନା ସଂକ୍ରମଣ ମାମଲା ବୃଦ୍ଧି ପାଇବାରେ ଲାଗିଛି | ସରକାରୀ ଗଣନା ଅନୁଯାୟୀ ଭାରତରେ କରୋନା ସଂକ୍ରମଣ ମାମଲା ୧୩ ଦିନରେ ଡବଲ ହେଉଛି | ଏହିଭଳି ପରିସ୍ଥିତିରେ ସରକାର ଲକ ଡାଉନ ପ୍ରତିବନ୍ଧକ କୋହଳ କରିଦେବା ମଧ୍ୟ ସମସ୍ୟା ସୃଷ୍ଟି କରିଛି |

ଏହା ପୂର୍ବରୁ ପ୍ରଫେସର ମୁଖାର୍ଜୀଙ୍କ ଟିମ ଏପ୍ରିଲ ମାସରେ କହିଥିଲେ ଯେ, ମେ ମାସ ମଧ୍ୟଭାଗ ଆଡକୁ ଭାରତରେ ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷରୁ ଅଧିକ ହେବ | ବର୍ତ୍ତମାନ ମୁଖାର୍ଜୀଙ୍କ ଟିମଙ୍କ ଅନୁମାନ ଅନୁସାରେ ଜୁଲାଇ ଆରମ୍ଭ ଆଡକୁ ଭାରତରେ ୬ ଲକ୍ଷ ୩୦ ହଜାର ରୁ ୨୧ ଲକ୍ଷ ଲୋକ ଭାଇରସରେ ସଂକ୍ରମିତ ହୋଇପାରନ୍ତି |

Leave a Reply

Your email address will not be published. Required fields are marked *