ରାଜ୍ୟରେ ଆଉ ୧୦୩ କରୋନା ସଂକ୍ରମିତ ଚିହ୍ନଟ, ୧୪୩୮ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ବର:-ରବିବାର ରାଜ୍ୟରେ ଆଉ ୧୦୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୪୩୮ ରେ ପହଞ୍ଚିଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଓ୍ବେବସାଇଟ୍‌ରେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା ୧୦୩ ସଂକ୍ରମିତଙ୍କ ମଧ୍ୟରୁ ୯୬ଜଣ କ୍ବାରେଣ୍ଟାଇନ୍ ସେଣ୍ଟରରେ ରହିଥିବା ବେଳେ ଅନ୍ୟ ୭ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି ।ଆଜି ଚିହ୍ନଟ ହୋଇଥିହା ୧୦୩ ସଂକ୍ରମିତଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାର ୪ଜଣ, ଯାଜପୁର ଜିଲ୍ଲାର ଜଣେ, ବାଲେଶ୍ୱରରୁ ୫ଜଣ, ଭଦ୍ରକରୁ ୮ଜଣ, ଖୋର୍ଦ୍ଧାରୁ ୫ଜଣ, କେନ୍ଦ୍ରାପଡାରୁ ୧୫ଜଣ, ଜଗତସିଂହପୁରରୁ ୧୦ଜଣ, ଦେଓଗଡରୁ୨୨, ବଲାଙ୍ଗୀରରୁ ୮ଜଣ, ମାଲକାନଗିରିରୁ ୯ଜଣ, ମୟୁରଭଞ୍ଜରୁ ଜଣେ, କେନ୍ଦୁଝରରୁ ଜଣେ, ଗଜପତିରୁ ୬ଜଣ, କୋରାପୁଟରୁ ୬ଜଣ, କନ୍ଧମାଳରୁ ଜଣେ ଏବଂ ଢେଙ୍କାନାଳରୁ ଜଣେ ଚିହ୍ନଟ ହୋଇଛନ୍ତି । ଆଜି ସର୍ବାଧିକ ସଂକ୍ରମିତ ଦେଓଗଡ ଜିଲ୍ଲାରେ ଚିହ୍ନଟ ହୋଇଛନ୍ତି ।ଜ୍ୟରେ ରବିବାର ଦିନ ଚିହ୍ନଟ ହୋଇଥିବା ୬୭ ସଂକ୍ରମିତଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ୭ ଜଣ, ପୁରୀ ଜିଲ୍ଲାରୁ ୧୬ ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୩ ଜଣ, କଟକ ଜିଲ୍ଲାରୁ ୨ ଜଣ, ନୟାଗଡ ଜିଲ୍ଲାରୁ ୧୩ ଜଣ, ସୁନ୍ଦରଗଡ ଜିଲ୍ଲାରୁ ୪ ଜଣ, ଜଗତସିଂହପୁର ଜିଲ୍ଲାରୁ ଜଣେ, ଅନୁଗୋଳ ଜିଲ୍ଲାରୁ ୬ ଜଣ, କଳାହାଣ୍ଡି ଜିଲ୍ଲାରୁ ୪ ଜଣ, ବଲାଙ୍ଗୀର ଜିଲ୍ଲାରୁ ୭ ଜଣ, ମାଲକାନଗିରି ଜିଲ୍ଲାରୁ ୨ ଜଣ, ଢେଙ୍କାନାଳ ଜିଲ୍ଲାରୁ ଜଣେ ଏବଂ ନୂଆପଡା ଜିଲ୍ଲାରୁ ଜଣେ ରହିଛନ୍ତି ।

Leave a Reply

Your email address will not be published. Required fields are marked *