ଉତ୍ତର ଭାରତରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଆଶଙ୍କା: ରେଡ୍‌ ଆଲର୍ଟ ଜାରି କଲା IMD

ନୂଆଦିଲ୍ଲୀ:-ଉତ୍ତର ଭାରତର ଅନେକ ସ୍ଥାନରେ ତାପମାତ୍ରା ୪୫ ଡିଗ୍ରୀ ସେଲସିୟସ ଅତିକ୍ରମ କରିବା ପରେ ଭାରତୀୟ ପାଣିପାଗ ବିଭାଗ ଦ୍ୱାରା ପଞ୍ଜାବ, ହରିଆଣା, ଚଣ୍ଡୀଗଡ, ରାଜସ୍ଥାନ ଏବଂ ନୂଆଦିଲ୍ଲୀରେ ଆଗାମୀ ଦୁଇ ଦିନ ଯାଏଁ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଅନୁଭୂତ ହେବ ବୋଲି ରେଡ୍‌ ଆଲର୍ଟ ଜାରି କରାଯାଇଛି । ପୂର୍ବ ଉତ୍ତରପ୍ରଦେଶ ପାଇଁ ବି ଅରେଞ୍ଜ ଆଲର୍ଟ ଜାରି କରାଯାଇଛି ବୋଲି ପାଣିପାଗ ବିଭାଗର ଆଞ୍ଚଳିକ କାର୍ଯ୍ୟାଳୟର ନିର୍ଦ୍ଦେଶକ କୁଲଦୀପ ଶ୍ରୀବାସ୍ତବ ସୂଚନା ଦେଇଛନ୍ତି ।ସେ କହିଛନ୍ତି କି ଆସନ୍ତା ୪୮ ଘଣ୍ଟା ଭିତରେ କେତେକ ସ୍ଥାନରେ ତାପମାତ୍ରା ୪୭ ଡିଗ୍ରୀକୁ ବୃଦ୍ଧି ପାଇପାରେ । ସେହିପରି ଚଳିତ ଗ୍ରୀଷ୍ମ ଋତୁରେ ପ୍ରଥମ ଥର ପାଇଁ ବିଭାଗ ଦ୍ୱାରା ରେଡ ଆଲର୍ଟ ଜାରି କରାଯାଇଛି । ଚଳିତ ଗ୍ରୀଷ୍ମଋତୁରେ ଉତ୍ତର ଭାରତର ବିଭିନ୍ନ ଭାଗରେ ତାପମାତ୍ରା ଯେପରି ଭାବେ ବୃଦ୍ଧି ପାଇବା କଥା ସେପରି ଘଟିନାହିଁ । କାରଣ ଏପ୍ରିଲରୁ ମେ’ ମାସ ମଧ୍ୟ ଭାଗ ଯାଏଁ ଅନେକ ସ୍ଥାନରେ ବର୍ଷା ହୋଇଛି । ଏହାଯୋଗୁ ତାପମାତ୍ରା ଅଧିକ ବୃଦ୍ଧି ପାଇନଥିଲା । କିନ୍ତୁ ଏବେ ଉତ୍ତର ଭାରତରେ ତାପମାତ୍ରା ଯଥେଷ୍ଟ ବୃଦ୍ଧି ପାଇଛି ।

ଶନିବାର ରାଜସ୍ଥାନର ପିଲାନିରେ ତାପମାତ୍ରା ୪୬.୭ ଡିଗ୍ରୀ ସେଲସିୟସ ଥିବାର ରେକର୍ଡ କରାଯାଇଥିଲା । ଉତ୍ତର ଭାରତର ଅନେକ ସହରରେ ବି ତାପମାତ୍ରା ୪୭ ଡିଗ୍ରୀ ସେଲସିୟସ ପାଖାପାଖି ପହଞ୍ଚିଯାଇଥିଲା । ଆଇଏମଡି ଦ୍ୱାରା ଜାରି କରାଯାଇଥିବା ବୁଲେଟିନରେ କୁହାଯାଇଛି କି ଆସନ୍ତା ୫ ଦିନ ଯାଏଁ ପଞ୍ଜାବ, ହରିଆଣା, ଚଣ୍ଡୀଗଡ, ଦିଲ୍ଲୀ, ରାଜସ୍ଥାନ, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ତେଲଙ୍ଗାନା ଏବଂ ବିଦର୍ଭରେ ଗ୍ରୀଷ୍ମପ୍ରବାହ ଅନୁଭୂତ ହୋଇପାରେ । କେତେକ ସ୍ଥାନରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ବି ଅନୁଭୂତ ହୋଇପାରେ । ସେହିପରି ଛତିଶଗଡ, ଓଡ଼ିଶା, ଗୁଜରାଟ, ମଧ୍ୟ ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶର ଉପକୂଳବର୍ତ୍ତୀ ଅଞ୍ଚଳ ଏବଂ କର୍ଣ୍ଣାଟକର କେତେକ ଭାଗରେ ଆସନ୍ତା ୩ରୁ ୪ ଦିନ ଯାଏଁ ଗ୍ରୀଷ୍ମପ୍ରବାହ ଅନୁଭୂତ ହେବ ।

ସାଧାରଣତଃ କୌଣସି ସ୍ଥାନର ତାପମାତ୍ରା ୪୫ ଡିଗ୍ରୀ ସେଲସିୟସରୁ ଅଧିକ ହେଲେ ଏବଂ ସ୍ୱାଭାବିକ ତାପମାତ୍ରା ଠାରୁ ତାହା ୪.୫ରୁ ୬.୪ ଡିଗ୍ରୀ ସେଲସିୟସରୁ ଅଧିକ ହେଲେ ସେଠାରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଅନୁଭୂତ ହେଉଛି ବୋଲି କୁହାଯାଏ । ସମତଳ ଅଞ୍ଚଳରେ ତାପମାତ୍ରା ୪୫ ଡିଗ୍ରୀ ସେଲସିୟସରୁ ଅଧିକ ହୋଇଥିଲେ ସେଠାରେ ଗ୍ରୀଷ୍ମପ୍ରବାହ ଅନୁଭୂତ ହେଉଛି

Leave a Reply

Your email address will not be published. Required fields are marked *