ଦିଲ୍ଲୀରେ ମହିଳା ଓକିଲଙ୍କୁ ଛୁରି ଦେଖାଇ ବଳାତ୍କାର

ନୂଆଦିଲ୍ଲୀ: ଦିଲ୍ଲୀର ଜଙ୍ଗପୁରାରେ ଜଣେ ମହିଳା ଓକିଲଙ୍କୁ ବଳାତ୍କାର କରାଯାଇଛି। ଶୁକ୍ରବାର ରାତିରେ ଅଭିଯୁକ୍ତ ଜଣକ ମହିଳା ଓକିଲଙ୍କ ଘରେ ଚୋରି କରିବା ଲାଗି ପ୍ରବେଶ କରିଥିଲେ। କିନ୍ତୁ ମହିଳାଙ୍କୁ ଏକୁଟିଆ ଦେଖି ତାଙ୍କୁ ବଳାତ୍କାର କରିଥିଲେ। ପାଟି ଖୋଲିଲେ ହତ୍ୟା କରିବାର ଧମକ ଦେଇ ମହିଳାଙ୍କୁ ଛୁରି ଦେଖାଇ ତାଙ୍କୁ ବଳାତ୍କାର କରିଥିଲେ। ପରେ ତାଙ୍କ ତଣ୍ଟି ଚିପି ମାରିବାକୁ ଉଦ୍ୟମ କରିଥିଲେ। ମହିଳା ଜଣକ ମରିଯାଇଥିବା ଭାବି ଅଭିଯୁକ୍ତ ଘରୁ ଟଙ୍କା, ଡେବିଟ୍‌ କାର୍ଡ ଓ ଅନ୍ୟାନ୍ୟ ଜିନିଷ ଚୋରି କରି ସେଠାରୁ ଖସି ପଳାଇଥିଲେ।ମହିଳା ଜଣକ ଏ ନେଇ ଥାନାରେ ଅଭିଯୋଗ କରିବା ପରେ ପୁଲିସ ସ୍ଥାନୀୟ ଅଞ୍ଚଳରେ ଲାଗିଥିବା ସିସିଟିଭି ଫୁଟେଜ ଆଧାରରେ ଅଭିଯୁକ୍ତକୁ ଚିହ୍ନଟ କରି ଗିରଫ କରିଛି। ଅଭିଯୁକ୍ତ ନାମ ସୋନୁ। ତା’ ନାଁରେ ପୁରୁଣା କ୍ରିମିନାଲ୍‌ ରେକର୍ଡ ରହିଛି। ସେ ଦିଲ୍ଲୀର ତୈମୁର ନଗରରେ ରହୁଥିବା ପୁଲିସ କହିଛି।

Leave a Reply

Your email address will not be published. Required fields are marked *