କ୍ବାରେଣ୍ଟାଇନ ନିୟମ ବଦଳିଲା, ଏବେ ୨୧ ନୁହେଁ ୧୪ ଦିନ ରହିବେ ପ୍ରବାସୀ

ଭୁବନେଶ୍ବର:-ବଦଳିଲା କ୍ବାରେଣ୍ଟାଇନରେ ନିମୟ। ଏବେ  ୨୧ ଦିନ ନୁହେଁ ୧୪ ଦିନ କ୍ବାରେଣ୍ଟାଇନ ସେଣ୍ଟରରେ ରହିବେ ପ୍ରବାସୀ । କରୋନା ମୁକାବିଲା ନେଇ ସ୍ବତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା ସୂଚନା ଦେଇଛନ୍ତି ପ୍ରଦୀନ ଜେନାଙ୍କ ସୂଚନା। ଲକ୍ଷଣ ନଥିଲେ ୭ ଦିନ ସରକାରୀ କ୍ବାରେଣ୍ଟାଇନ୍ ସେଣ୍ଟର ଏବଂ ଆଉ ୭ ଦିନ ହୋମ୍ କ୍ବାରେଣ୍ଟାଇନରେ ରହିବେ ବୋଲି ସ୍ବତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା ସୂଚନା ଦେଇଛନ୍ତି ।

ସହରାଞ୍ଚଳ ପ୍ରବାସୀ ୧୪ ଦିନ ପାଇଁ ହୋମ କ୍ବାରେଣ୍ଟାଇନରେ ରହିବେ, ଯଦି ଘରେ ସୁବିଧା ନାହିଁ ତେବେ ସରକାରଙ୍କ ଦ୍ବାରା ପ୍ରସ୍ତୁତ କ୍ବାରେଣ୍ଟାଇନରେ ସେଣ୍ଟରରେ ରହିପାରିବେ। ସେଭଳି ବାହାରୁ ଆସିଥିବା ପ୍ରବାସୀ ହାଟେଲରେ କ୍ବାରେଣ୍ଟାଇନରେ ରହିପାରିବେ। ପେଡ୍ କ୍ବାରେଣ୍ଟାଇନ ପାଇଁ ସରକାର ଟଙ୍କା ଦେବେ ନାହିଁ। ବୃତ୍ତିଗତ କାମରେ ରାଜ୍ୟ ବାହାରକୁ ଯାଇଥିଲେ ଆସିଲେ  ଘରେ ୭୨ ଘଣ୍ଟା କ୍ବାରେଣ୍ଟାଇନରେ ରହିବେ।  ଗ୍ରାମାଞ୍ଚଳ ପ୍ରବାସୀ ୭ ଦିନ କ୍ବାରେଣ୍ଟାଇନ ସେଣ୍ଟରରେ ଓ ଆଉ  ୭ ଦିନ ନିଜ ଘରେ କ୍ବାରେଣ୍ଟାଇନରେ ରହିବେ।  ରାଜ୍ୟରେ ନିୟନ୍ତ୍ରଣରେ ରହିଛି କରୋନା ସ୍ଥିତି। ଏହା କେବଳ କ୍ବାରାଣ୍ଟାଇନରେ ରହିବା ପାଇଁ ସଫଳ ହୋଇଛି। ଅନ୍ୟ ରାଜ୍ୟ ପ୍ରବାସୀଙ୍କ ସୂଚନା ଦେବାକୁ କହିଲେ ଏସଆରସି।

Leave a Reply

Your email address will not be published. Required fields are marked *