ରାଜ୍ୟରେ କାଲିଠୁ ଗଡିବ ବସ୍, ରାଜ୍ୟ ଭିତରେ ଚାଲିବ
ଭୁବନେଶ୍ବର:-ଯାତ୍ରୀବାହୀ ବସ୍ ଚଳାଚଳ ପାଇଁ ଅନୁମତି ଦିଆଯାଇଛି । ସିଟ୍ ମୁତାବକ ଯାତ୍ରୀବାହୀ ବସ୍ ରେ ଯାତ୍ରୀ ପରିବହନ ହୋଇପାରିବ । ଏ ନେଇ ସ୍ବତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି । ବସ୍ ରେ ଯାତ୍ରା ବେଳେ ସବୁ ଯାତ୍ରୀଙ୍କ ପାଇଁ ମାସ୍କ ବାଧ୍ୟତାମୂଳକ ।
ସେହିପରି ରାଜ୍ୟରେ ଘରୋଇ ଯାନବାହାନ ଚଳାଚଳକୁ ମଧ୍ୟ ଅନୁମତି ପ୍ରଦାନ କରାଯାଇଛି । ସିଟ୍ ମୁତାବକ ଯାତ୍ରୀ ପରିବହନ ହୋଇପାରିବ । ୪ ଚକିଆ ଯାନରେ ଡ୍ରାଇଭର ସହ ୨ ଜଣ ଯାଇପାରିବେ ବୋଲି ଏସଆରସି ସୂଚନା ଦେଇଛନ୍ତି । ୨ରୁ ଅଧିକ ଯାତ୍ରୀ ନେଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସନ୍ଧ୍ୟା ୭ଟା ପରେ ମଧ୍ୟ ଯାତ୍ରା କରିହେବ ।
ସେହିଭଳି ସହମତି ପରେ ଆନ୍ତରାଜ୍ୟ ବସ୍ ଚଳାଚଳ କରିପାରିବ ବୋଲି ଏସଆରସି ସୂଚନା ପ୍ରଦାନ କରିଛନ୍ତି । ଅଟୋ, ଟାକ୍ସି ଚଳାଚଳ କରିବାକୁ ଅନୁମତି ଦିଆଯାଇଛି । ଚାଳକଙ୍କ ସହ ଟାକ୍ସିରେ ୨ଜଣ ଯାତ୍ରୀ ଯାଇପାରିବେ । ଆସନ୍ତାକାଲିଠାରୁ ସିଟି ବସ୍ ଚଳାଚଳ କରିବ । ବସ୍ ରେ ଯେତିକି ସିଟ୍ ସେତିକି ଯାତ୍ରୀ ଯାଇପାରିବେ ।