ରାଜଧାନୀରେ ଚାଞ୍ଚଲ୍ୟ, କରଜ ଟଙ୍କା ନ ଦେବାରୁ ମୁଣ୍ଡରେ ବନ୍ଧୁକ ରଖି ଯୁବକଙ୍କୁ ଅପହରଣ
ଭୁବନେଶ୍ୱର:-ଧାର ଟଙ୍କା ନ ଦେବାରୁ ଜଣେ ଯୁବକଙ୍କୁ ଅପହରଣ କରାଯାଇଛି। ଏଭଳି ଘଟଣା ଏୟାରଫିଲଡ଼ ଥାନା ସୁନ୍ଦରପଦାରେ ଦେଖି ବାକୁ ମିଳିଛି। ଏନେଇ ଥାନାରେ ସୁଭେନ୍ଦୁ ସତପଥୀ ଅଭିଯୋଗ କରିଛନ୍ତି। ତାଙ୍କ ଅଭିଯୋଗ ଆଧାରରେ ପୋଲିସ ଏକ କେସ ନଂ 88ରେ ଏକ ମାମଲା ରୁଜୁ କରି ତଦନ୍ତ କରୁଛନ୍ତି।
ଅଭିଯୋଗ ଅନୁଯାୟୀ, ଶୁକ୍ରବାର ସକାଳେ ସୁଭେନ୍ଦୁ ଏବଂ ତାଙ୍କ ସାନ ଭାଇ ସୁନ୍ଦରପଡା ଫୁଟୁବଲ ପଡ଼ିଆରେ ଖେଳୁଥିଲେ। ଏହି ସମୟରେ 4 ଜଣ ଯୁବକ ଆସି ଦୁଇ ଭାଇଙ୍କୁ ମାଡ଼ ମାରିଥିଲେ। ଏପରିକି ବନ୍ଧୁକ ପଛରେ ପିଟିଥିଲେ। ସେମାନଙ୍କ ନିକଟରେ ଥିବା 6 ହଜାର ଟଙ୍କାକୁ ଲୁଟି ନେବା ପରେ ଆହୁରି ଟଙ୍କା ନେବା ପାଇଁ ସେମାନଙ୍କର ଲୋଭ ବଢ଼ିଥିଲା। ତେଣୁ ସୁଭେନ୍ଦୁର ସାନ ଭାଇ ସୁମନଙ୍କ ମୁଣ୍ଡରେ ବନ୍ଧୁକ ରଖି ତାଙ୍କୁ ଅପହରଣ କରି ନେଇଥିଲେ। ଗ୍ରାମର ଏକ ନିଛାଟିଆ ଘରେ ରଖିଥିଲେ। ଖବର ପାଇ ସୁମନର ଦାଦା ସେଠାରେ ପହଂଚି ଦୃବୁତ୍ତଙ୍କୁ ଟଙ୍କା ଦେଇ ସୁମନଙ୍କୁ ଉଦ୍ଧାର କରିଥିଲେ। ଏହାପରେ ସେମାନେ ଥାନାକୁ ଆସି ଏକ ମାମଲା ଦେଇଥିଲେ।
ପୂର୍ବରୁ ମଧ୍ୟ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ ଲାଗି ଗତ ଦୀପାବଳି ଦିନ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିଲା। ତେଣୁ ଏୟାରଫିଲଡ଼ ଅଞ୍ଚଳରେ ଯେପରି ପୁଣି ଗୋଷ୍ଠୀ ସଂଘର୍ଷ ନ ହେବ ତାହା କହି ହେଉ ନାହି।










