୨୫ରୁ ଘରୋଇ ବିମାନ ସେବା ଆରମ୍ଭ: ଭୁବନେଶ୍ୱରରୁ ପ୍ରଥମ ପର୍ଯ୍ୟାୟରେ ୫ ସହରକୁ ଉଡ଼ିବ ବିମାନ

ଭୁବନେଶ୍ୱର:-ଆସନ୍ତା ୨୫ ତାରିଖରୁ ଭୁବନେଶ୍ୱରରୁ ବିଭିନ୍ନ ରାଜ୍ୟକୁ ବିମାନ ଚଳାଚଳ ଆରମ୍ଭ ହେବାକୁ ଯାଉଛି। ପ୍ରଥମ ପର୍ଯ୍ୟାୟରେ ଦିଲ୍ଲୀ, ମୁମ୍ବାଇ, କୋଲକାତା, ଚେନ୍ନାଇ, ହାଇଦ୍ରାବାଦ ଓ ଝାରସୁଗୁଡ଼ାରୁ ଉଡ଼ିବ ବିମାନ । ପରବର୍ତ୍ତୀ ପର୍ଯ୍ୟାୟରେ ଅନ୍ୟାନ୍ୟ ସହରକୁ ଧୀରେ ଧୀରେ ବିମାନ ସେବା ଆରମ୍ଭ ହୋଇପାରେ । ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ୨୫ ତାରିଖରେ ଦିଲ୍ଲୀ, ମୁମ୍ବାଇ, କୋଲକାତା, ହାଇଦ୍ରାବାଦ ଓ ଝାରସୁଗୁଡ଼ା ସହରକୁ ବିମାନ ଚଳାଚଳ ପୁଣି ଥରେ ଆରମ୍ଭ ହେବ । ହେଲେ ଚେନ୍ନାଇକୁ ୨୬ ତାରିଖରୁ ବିମାନ ଚାଲିବ । ଏୟାର ଇଣ୍ଡିଆ, ଇଣ୍ଡିଗୋ, ଭିସ୍ତାରା ଓ ଏୟାର ଏସିଆ ପକ୍ଷରୁ ଏହି ବିମାନ ସେବା ଯୋଗାଇ ଦିଆଯିବ ବୋଲି ଜଣାପଡ଼ିଛି ।

ଆସନ୍ତା ୨୫ରୁ ଦେଶରେ ଘରୋଇ ବିମାନ ସେବା ଆରମ୍ଭ କରିବାକୁ କେନ୍ଦ୍ର ସରକାର ଘୋଷଣା କରିଛନ୍ତି । ବିମାନ ଯାତ୍ରୀଙ୍କ ପାଇଁ ବିଭିନ୍ନ ସର୍ତ୍ତାବଳୀ ଓ ନିୟମ ଲାଗୁ କରାଯାଇଛି । ବିମାନ ଓ ବିମାନବନ୍ଦରରେ ସାମାଜିକ ଦୂରତା ରକ୍ଷା କରାଯିବ । ଆରମ୍ଭ ହେବାକୁ ଥିବା ବିମାନ ଟିକେଟ ପାଇଁ ଅନଲାଇନରେ ବୁକିଂ କରିବାକୁ ହେବ । ବିମାନ ସେବା ପୁଣି ଥରେ ଆରମ୍ଭ କରିବାକୁ ବିଜୁ ପଟ୍ଟନାୟକ ବିମାନବନ୍ଦର ଟର୍ମିନାଲରେ ସାମାଜିକ ଦୂରତା ରକ୍ଷା ପାଇଁ ଗୋଲେଇ ଚିହ୍ନିତ କରାଯାଇଛି ।

Leave a Reply

Your email address will not be published. Required fields are marked *