ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ଦୁଷ୍କର୍ମ ନୁହେଁ – ଓଡିଶା ହାଇକୋର୍ଟ
କଟକ,:-ଦୁଷ୍କର୍ମ ମାମଲାରେ ହାଇକୋର୍ଟ ଶନିବାର ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । ବିବାହ ପ୍ରତିଶ୍ରୁତି ଦେଇ ସାବାଳିକାଙ୍କ ସହ ଶାରୀରିକ ସମ୍ପର୍କ ରଖିବା ସବୁ କ୍ଷେତ୍ରରେ ଦୁଷ୍କର୍ମ ନୁହେଁ ବୋଲି କୋର୍ଟ କହିଛନ୍ତି । ତଳ କୋର୍ଟରେ ଜଣେ ଅଭିଯୁକ୍ତର ଜାମିନ ଖାରଜ ଆଦେଶକୁ ରବ୍ଦ କରି କୋର୍ଟ ଏହା କହିଛନ୍ତି ।
ସୂଚନାନୁସାରେ, ଜଣେ ୧୯ ବର୍ଷୀୟା ଯୁବତୀ ଅଭିଯୁକ୍ତଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ । ଅଭିଯୁକ୍ତ ବିବାହର ପ୍ରତିଶ୍ରୁତି ଦେଇ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିବା ସେ ଅଭିଯୋଗ କରିଥିଲେ । ଏପରିକି ଯୁବତୀଜଣଙ୍କ ଗର୍ଭବତୀ ମଧ୍ୟ ହୋଇଥିଲେ ।
ଏହାର ଶୁଣାଣି କରି ହାଇକୋର୍ଟ ବିଚାରପତି ଜଷ୍ଟିସ୍ ଏସକେ ପାଣିଗ୍ରାହୀ କହିଛନ୍ତି ଯେ, ମିଥ୍ୟା ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବାର ଅର୍ଥ ଦୁଷ୍କର୍ମ ନୁହେଁ । କାରଣ ଏହା ଆଇପିସି ଦଫା ୩୭୫ ଉପରେ ନିର୍ଧାରିତ ନୁହେଁ । ଏହି ଦଫାର କେବଳ ୧୮ ବର୍ଷରୁ କମ ବୟସର ନାବାଳିକାଙ୍କ ସହ ଇଚ୍ଛା ବିରୋଧରେ, ଡରାଇ ଧମକାଇ ବା ନିଶା ଦେଇ ଶାରୀରିକ ସମ୍ପର୍କକୁ ଦୁଷ୍କର୍ମ ବୋଲି ଧରାଯାଏ ।