ଏମିତି ବି ପ୍ରେମ ହୁଏ,ରାସ୍ତା କଡ଼ରେ ଯୁବତୀଙ୍କୁ ଖାଦ୍ୟ ବାଣ୍ଟୁ ବାଣ୍ଟୁ ଦୁଇ ହୃଦୟ ମିଶିଗଲା
ନିଜ ମାଲିକଙ୍କ ସହ ଗରୀବଙ୍କୁ ଖାଦ୍ୟ ଦେବାକୁ ବାଣ୍ଟିବାକୁ ଆସିଥିଲା ଅନିଲ। ଆଉ ଏହାପରେ ଆରମ୍ଭ ହୋଇଥିଲା ଏହି ଯୁବକ-ଯୁବତୀଙ୍କ ପ୍ରେମ ।
ସେଠାରେ ନିଲମଙ୍କ ନିରୀହ ଆଖି ଓ ସରଳ ହୃଦୟ ଅନିଲଙ୍କ ହୃଦୟକୁ କିଣି ନେଇଥିଲା। ଆଉ ଶେଷରେ ସାରା ଜୀବନ ପରସ୍ପରର ଜୀବନ ସାଥି ହୋଇଯାଇଥିଲେ ।
ଏମିତି ପ୍ରେମ କାହାଣୀ ଆରମ୍ଭ ହୋଇଥିଲା –
ନିଲମ ଏତେ ଗରୀବ ଥିଲେ ଯେ ଖାଇବା ପାଇଁ ସେ ରାସ୍ତା କଡ଼ରେ ବସୁଥିଲେ। ତାଙ୍କର ମା-ବାପାଙ୍କର ମୃତ୍ୟୁ ହୋଇଯାଇଛି । ତାଙ୍କର ଭାଇ-ଭାଉଜ ତାଙ୍କୁ ଘରୁ ବାହାର କରିଦେଇଛନ୍ତି । ଆଉ ଏହି ଲକ୍ ଡାଉନ୍ ସ୍ଥିତିରେ ସେ କୌଣସି କାମ ନପାଇ ଯେଉଁଠି ଯିଏ ଖାଦ୍ୟ କି ସାହାଯ୍ୟ ଦେଉଥିଲା ତାକୁ ଗ୍ରହଣ କରି ଦିନ ବିତାଉଥିଲେ ।
ଏହି ସମୟରେ ସମୟ ନୂଆ ମୋଡ ନେଇଥିଲା । ଜଣେ କାର୍ ଡ୍ରାଇଭର ଥିବା ଅନିଲ୍ ନିଜ ମାଲିକଙ୍କ ସହ ଲକ୍ ଡାଉନ୍ରେ ଗରୀବଙ୍କୁ ବାଣ୍ଟିବାକୁ ଯାଉଥିଲେ । ତାଙ୍କ ମାଲିକ ଲାଲତା ପ୍ରସାଦ ଜଣେ ସାମାଜିକ କର୍ମୀ ଓ ପ୍ରପର୍ଟି ଡିଲର । ପ୍ରତିଦିନ ଲାଲତାଙ୍କ ସହ ଗରୀବଙ୍କୁ ଖାଦ୍ୟ ବାଣ୍ଟିବାକୁ ଯାଉଥିଲେ । ନିଲମ ମେଡିକାଲ କଲେଜ୍ ପୋଲ ତଳେ ଥିବା ଫୁଟ୍ପାଥ୍ରେ ଭିକାରୀଙ୍କ ଭିତରେ ବସି ଖାଦ୍ୟ ନେଉଥିଲେ । ପ୍ରତିଦିନ ଅନଲ୍ ତାଙ୍କୁ ଖାଦ୍ୟ ଦେବାରେ ଉଭୟଙ୍କ ଭିତରେ କଥାବାର୍ତ୍ତା ଆରମ୍ଭ ହୋଇଥିଲା । ଯେତେବେଳେ ଲାଲତ ପ୍ରସାଦ ଏକଥା ଜାଣିଲେ ତ ଅନିଲଙ୍କୁ ଦୁଇ ଟାଇମ୍ ଖାଦ୍ୟ ଦେବାକୁ କହିଲେ ।
ଅନିଲ୍ ପ୍ରତିଦିନ ନିଜ ଘରେ ନିଜେ ଖାଦ୍ୟ ତିଆରି କରି ନିଲମଙ୍କ ପାଇଁ ଖାଦ୍ୟ ନେଇକି ସେହି ପୋଲ ତଳକୁ ଯାଉଥିଲେ । ପରିବାର ଲୋକେ ଯେତେବେଳେ ଜାଣିଲେ ଅନିଲଙ୍କ ଉପରେ ବିରକ୍ତ ହେଲେ ।ଆଉ ତାଙ୍କୁ କହିଲେ ଏତେ ଯଦି ପ୍ରୀତି, ତାହେଲେ ତାକୁ ବାହା ହେଇ ଯାଉନ ।
ଅନିଲଙ୍କ ମାଲିକ ଲାଲତ ପ୍ରସାଦ ସାମାଜିକ କର୍ମୀ ଧାନିରାମ ପନ୍ଥରଙ୍କ ସହ ମିଶି ନିଲମଙ୍କ ବିଷୟରେ ସବୁ ବୁଝିଲେ । ଅନିଲଙ୍କ ପରିବାର ଲୋକଙ୍କୁ ବୁଝାଇଲେ । ଆଉ ଉଭୟଙ୍କର ବିବାହ କରାଇଥିଲେ