କରୋନା ନେଲା ଏମ୍ସ ଡାକ୍ତରଙ୍କ ଜୀବନ!
ନୂଆଦିଲ୍ଲୀ –କରୋନାରେ ଜଣେ ଡାକ୍ତରଙ୍କ ମୃତ୍ୟୁ। ଦିଲ୍ଲୀ ଏମ୍ସର ଜଣେ ସିନୟର ଡାକ୍ତର ଡାକ୍ତର ଜିତେନ୍ଦ୍ର ନାଥ ପାଣ୍ଡେ (୭୮)ଙ୍କର ଶନିବାର ଦିନ ମୃ୍ତ୍ୟୁ ଘଟିଛି । ସେ ସେଠାରେ ପ୍ରିମିୟର ହସ୍ପିଟାଲରେ ପୁଲମୋଲୋଜି ଡିପାର୍ଟମେଣ୍ଟରେ ଡାଇରେକ୍ଟର ଓ ପ୍ରଫେସର ଭାବେ କାର୍ଯ୍ୟ ତୁଲାଉଥିଲେ । କରୋନା ସଂକ୍ରମିତ ହୋଇ ସେ ସପ୍ତାହ ଧରି ଚିକିତ୍ସିତ ହେଉଥିଲେ ।ଦିଲ୍ଲୀର ଜଣେ ସିନିୟର ଡାକ୍ତର ସଙ୍ଗିତା ରେଡ୍ଡୀ ଡାକ୍ତର ପାଣ୍ଡେଙ୍କର କୋଭିଡ୍-୧୯ରେ ମୃତ୍ୟୁ ହୋଇଥିବା ସ୍ପଷ୍ଟ କରିଛନ୍ତି । ସେ ଟ୍ୱିଟ୍ ମାଧ୍ୟମରେ ଡଃ ପାଣ୍ଡେଙ୍କର ମୃତ୍ୟୁର ସୂଚନା ଦେଇଛନ୍ତି ।










