ଅଦୃଶ୍ୟ ଶକ୍ତି ହାସଲ କଲା ଆମେରିକା,ଏଥର ଚୀନ ମଲା
ନୂଆଦିଲ୍ଲୀ:-ଆମେରିକାର ନେଭି ଓ୍ଵାରସିପ୍ ଏମିତି ଏକ ହତିଆର ପ୍ରସ୍ତୁତ କରିଛନ୍ତି, ଯିଏ ନିଜର ଲକ୍ଷ୍ୟକୁ ବାୟୁରେ ମାରିବାକୁ ସକ୍ଷମ। ଏଥିରେ ଖାସ୍ କଥା ଏହା ଯେ, ଏହା ଏକ ହାଇ-ଏନର୍ଜି ଲେଜରର ଅସ୍ତ୍ର। ଲେଜର ରେଜ୍ ଆଖିକୁ ଦେଖା ଯାଏ ନାହିଁ ଏବଂ ସିଧାସଳଖ ପ୍ରଭାବ ପକାଏ। ଏହାର ପରୀକ୍ଷଣ ଘୋଷଣା ନେଭିର ପେସିଫିକ୍ ଫ୍ଲିଟ୍ ପକ୍ଷରୁ କରାଯାଇଛି। ବର୍ଷର ପ୍ରାରମ୍ଭରେ ଚୀନର ନେଭି ଡେଷ୍ଟ୍ରୟର ଆମେରିକାର ନେଭି ମ୍ୟାରିଟାଇମ୍ ପଟ୍ରୋଲ୍ ଏୟାରକ୍ରାଫ୍ଟକୁ ଲେଜର ବିମ୍ ଜରିଆରେ ଟାର୍ଗେଟ୍ କରିଥିଲା। କୁହାଯାଉଛି ଆମେରିକା ଏବେ ଏହି ଅଦୃଶ୍ୟ ଶକ୍ତିର ପରୀକ୍ଷଣ କରି ଚୀନକୁ ଜବାବ ଦେଇଛି। ଦକ୍ଷିଣ ଚୀନ ସାଗରକୁ ନେଇ ଦୁଇ ଦେଶ ମଧ୍ୟରେ ସଂପ୍ରତ୍ତି ତିକ୍ତତା ଜାରି ରହିଛି।ଫ୍ଲିଟ୍ ଯେଉଁ ଭିଡିଓ ସେୟାର କରିଛି, ସେଥିରେ ୟୁଏସ ପୋର୍ଟଲାଣ୍ଡ ଡକ୍ ସିପ୍ ଏହି ପରୀକ୍ଷଣ କରୁଥିବା ଦେଖିବାକୁ ମିଳିଛି। ଏଥିରେ ଫାର୍ଷ୍ଟ ସିଷ୍ଟମ- ଲେବଲ୍ର ହାଇ-ଏର୍ଜି କ୍ଲାସର ସଲିଡ୍-ଷ୍ଟେଟ୍ ଲେଜରର ବ୍ୟବହାର କରାଯାଇଛି। ଏହା ବାୟୁରେ ଡ୍ରୋନ୍ ଏୟାରକ୍ରାଫ୍ଟକୁ ମାରିବାରେ ସକ୍ଷମ। ଲେଜର ଆଖିକୁ ଦେଖାଯାଏ ନାହିଁ। ଏହା ପୂର୍ବରୁ ଫେବୃଆରୀରେ ଫିଲିପିନ ସାଗରରେ ଗୁଆମରେ ୩୮୦ ମାଇଲ୍ ପଶ୍ଚିମ ଦିଗରେ ଚୀନ ପକ୍ଷରୁ ଆମେରିକାର କ୍ରାଫ୍ଟକୁ ଟାର୍ଗେଟ୍ କରାଯାଇଥିଲା। ଏହା ପରେ ଆମେରିକା ନେଭିକୁ ଜଣାଇ ଦେଇଥିଲା ଯେ, ଲେଜରର ବ୍ୟବହାରରେ କ୍ରୁ ଓ ମରିନ ସୈନିକଙ୍କୁ କ୍ଷତି ଘଟିପାରେ। ଏଥିସହ ଜାହାଜ ଓ ଏୟାରକ୍ରାଫ୍ଟ ସିଷ୍ଟମ ମଧ୍ୟ ଖରାପ ହୋଇପାରେ।










