କିଟ୍ ଇଣ୍ଟରନ୍ୟାସନାଲ ସ୍କୁଲର ୧୯ତମ ପ୍ରତିଷ୍ଠା ଦିବସ ପାଳିତ

ଭୁବନେଶ୍ୱର:- କିଟ୍ ଇଣ୍ଟରନ୍ୟାସନାଲ ସ୍କୁଲ ନବନିର୍ବାଚିତ ଛାତ୍ର କ୍ୟାବିନେଟର ଶପଥ ଗ୍ରହଣ ଏବଂ ପ୍ରଖ୍ୟାତ ସାମ୍ବାଦିକ, ସ୍ନାୟୁ ବିବିଧତା ପ୍ରବକ୍ତା ଏବଂ ଲେଖିକା ମୁଗ୍ଧା କାଲରାଙ୍କ ପ୍ରେରଣାଦାୟକ ଅଭିଭାଷଣ ସହିତ ଏକ ସ୍କୁଲର ୧୯ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ମୁଖ୍ୟ ଅତିଥି ମୁଗ୍ଧା କାଲରା କହିଲେ, ମୁଁ ଦେଶର ଅନେକ କ୍ୟାମ୍ପସକୁ ଯାଇଛି, କିନ୍ତୁ ଏହି କ୍ୟାମ୍ପସକୁ ଆସି ମୁଁ ଗର୍ବିତ। ସେ ସ୍କୁଲର ଭିତ୍ତିଭୂମି ଓ ଛାତ୍ର-ଅନୁକୂଳ ସୁବିଧାଗୁଡ଼ିକୁ ପ୍ରଶଂସା କରି କହିଥିଲେ, କିଟ୍ ଏଭଳି ପରିବେଶ ସୃଷ୍ଟି କରିଛି ଯେଉଁଥି ପାଇଁ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲରେ ସ୍ୱତନ୍ତ୍ର ପିଲାଙ୍କ ସହ ଅନ୍ୟ ସାଧାରଣ ଛାତ୍ରମାନେ ଏକାଠି ପାଠ ପଢିପାରୁଛନ୍ତି। ଏହି ଅବସରରେ ସେ ଛାତ୍ରଛାତ୍ରୀମାନଙ୍କୁ ସହାନୁଭୂତି ଏବଂ ସାମାଜିକ ସଚେତନତା ସୃଷ୍ଟି କରୁଥିବା ଅଭ୍ୟାସଗୁଡ଼ିକୁ  ଆପଣେଇବା ପାଇଁ ପରାମର୍ଶ ଦେଇଥିଲେ। ଛାତ୍ରଛାତ୍ରୀମାନେ ନିଜକୁ ଫିଟ୍ ରଖିବା ସହ ସର୍ବଦା ପରିବାର ଏବଂ ବନ୍ଧୁମାନଙ୍କ ସହିତ ରହିବା, ସନ୍ତୁଳିତ ଜୀବନ ଧାରଣ ଏବଂ ମନଯୋଗ ଦେଇ ଉତ୍କର୍ଷତା ପ୍ରତିପାଦିତ କରିବା ପାଇଁ ସେ ପରାମର୍ଶ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ କିଟ୍ ଇଣ୍ଟରନ୍ୟାସନାଲ ସ୍କୁଲର ସମସ୍ତ କର୍ମଚାରୀ ଏବଂ ଛାତ୍ରଛାତ୍ରୀମାନଙ୍କୁ ଅଭିନନ୍ଦନ ଜଣାଇବା ସହ ନିଜ ବାର୍ତ୍ତା ଜରିଆରେ କିଟ୍ ଏବଂ କିସ୍ ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କାର୍ଯ୍ୟକ୍ରମର ସଫଳତା କାମନା କରିଥିଲେ। କାର୍ଯ୍ୟକ୍ରମରେ କିଟ୍ ଓ କିସ୍ ସଭାପତି ଶାଶ୍ୱତୀ ବଳ ଯୋଗଦେଇ ପିଲାମାନଙ୍କୁ ଭଲ ମଣିଷ ହେବା ପାଇଁ ପରାମର୍ଶ ଦେଇଥିଲେ। ଛାତ୍ରଛାତ୍ରୀଙ୍କୁ ଉଦ୍‍ବୋଧନ ଦେଇ କିଟ୍‍ ଇଣ୍ଟରନ୍ୟାସ୍‍ନାଲ୍‍ ସ୍କୁଲର ଚେୟାରପର୍ସନ ଡ. ମୋନା ଲିସା ବଳ କହିଲେ, ଅନ୍ୟମାନଙ୍କଠାରୁ ନିଆରା ହେବା ପାଇଁ କେବେ ବି ଭୟ କରନାହିଁ । ତୁମମାନଙ୍କ ଚିନ୍ତାଧାରା ଅଲଗା ଜଣାପଡ଼ୁଥିଲେ ମଧ୍ୟ ଏଥିପାଇଁ କେବେ ବି ଭୟ କରନାହିଁ। କାରଣ ଏକ ଅଲଗା ଚିନ୍ତାଧାରା ଅନେକ ସମୟରେ ବିଶ୍ୱକୁ ପରିବର୍ତ୍ତନ କରିଥାଏ। ସର୍ବଦା ଉତ୍ତମ ଓ ଗଭୀର ଚିନ୍ତନ ତଥା ଦୃଢ଼ତାର ସହ ଆଗେଇ ଯିବା ପାଇଁ ସେ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ। ସ୍କୁଲ୍‍ ଅଧ୍ୟକ୍ଷ ଡ ସଞ୍ଜୟ ସୁଆର ଛାତ୍ରଛାତ୍ରୀଙ୍କ ସର୍ଜନାତ୍ମକ ଚିନ୍ତାଧାରା ବୃଦ୍ଧି ସହ ଶିକ୍ଷାରେ କିଭଳି ଅଧିକ ଭଲ କରିବେ ସେ ନେଇ ପରାମର୍ଶ ଦେଇଥିଲେ।

Leave a Reply

Your email address will not be published. Required fields are marked *