ମଞ୍ଚମୟୁରୀର ପ୍ରଥମ ନାଟକ ଭକ୍ତ ବଳରାମ ଦାସ

ଭୁବନେଶ୍ବର:- ମଞ୍ଚମୟୂରୀ ନାଟ୍ୟାନୁଷ୍ଠାନର ପ୍ରଥମ ଅବଦାନ ତଥା ଭକ୍ତିରସାତ୍ମକ ନାଟକ ଭକ୍ତ ବଳରାମ ଦାସ ଜୁଲାଇ ୪ ତାରିଖ ସଂଧ୍ୟାରେ ସ୍ଥାନୀୟ ଭଞ୍ଜକଳା ମଣ୍ଡପ ଠାରେ ମଞ୍ଚସ୍ଥ ହେବ। ବରିଷ୍ଠ ଅଭିନେତା ସତ୍ୟରଞ୍ଜନ ମିଶ୍ର ଏହାର ରଚନା ଓ ନିର୍ଦେଶନା ଦାୟିତ୍ବ ନିର୍ବାହ କରିଥିବା ବେଳେ ସଙ୍ଗିତ ନିର୍ଦେଶକ ବିନୟ କୁମାର ସଙ୍ଗୀତ ପରିଚାଳନା କରିଛନ୍ତି। ଟିଭି ପରଦାର ଅନେକ ଖ୍ୟାତନାମା କଳାକାରଙ୍କ ଦମଦାର ଅଭିନୟ ଏହି ନାଟକରେ ଦେଖିବାକୁ ମିଳିବ ବୋଲି ମଞ୍ଚମୟୂରୀର ସମ୍ପାଦକ ସତ୍ୟରଞ୍ଜନ ମିଶ୍ର କହିଛନ୍ତି।

Leave a Reply

Your email address will not be published. Required fields are marked *