ଥାନା ଗାଡ଼ିରେ ପରିବାର ବୁଲାଉଛନ୍ତି ପୋଲିସ ବାବୁ
–ପୁଲିସ ଗାଡିର ହେଉଛି ଅପବ୍ୟବହା
-ଉପରିସ୍ଥ ଅଧିକାରୀ ନଜ ବ୍ୟକ୍ତିଗତ କାର୍ଯ୍ୟରେ ବ୍ୟବହାର କରୁଛନ୍ତି
-ତଦନ୍ତ ନାଁରେ ମନ ଇଚ୍ଛା ତେଲ୍ ପୋଡୁଛନ୍ତି
-ପରିବା ଆଣିବା, ପିଲାଙ୍କୁ ସ୍କୁଲ ଛାଡିବା ପାଇଁ ହେଉଛି ବ୍ୟବହାର
-ଜିଲ୍ଲା ବାହାରକୁ ତଦନ୍ତ ନାଁରେ ଯାଉଛନ୍ତି ପିକିନିକ
-ଥାନା ଗାଡିରେ ଜିପିଏସ୍ ଲଗାଇବାକୁ ଦାବି ହେଉଛି
ଭୁବନେଶ୍ବର:- ରାଜଧାନୀର ସବୁ ଥାନାକୁ ମିଳିଥିବା ପୁଲିସ ଗାଡିର ହେଉଛି ଅପବ୍ୟବହାର। ଥାନା ଅଧିକାରୀ, ଏସିପି ଏବଂ ଅନ୍ୟ ବଡ଼ ଅଧିକାରୀମାନେ ପୁଲିସ ଗାଡିର ଅପବ୍ୟବହାର କରୁଥିବା ଦେଖିବାକୁ ମିଳୁଛି। ତଦନ୍ତ ପାଇଁ ଘଟଣା ସ୍ଥଳକୁ ଯିବା ପାଇଁ ଗାଡିର ଅଭାବ ଦେଖା ଦେଉଛି। ଯଦି କେହି ଅଭିଯୋଗ କରିବାକୁ ଥାନାକୁ ଯାଉଛି, ଗାଡି ନାହିଁ ଅପେକ୍ଷା କରିବାକୁ କହୁଛନ୍ତି। ଜଣେ ବ୍ୟକ୍ତି ଅପେକ୍ଷା କରିବା ଭିତରେ ଅପରାଧି ବଡ଼ କାଣ୍ଡ ମଧ୍ୟ କରି ଦେଇ ଚମ୍ପଟ ମାରୁଛନ୍ତି। ବଡ଼ ବାବୁମାନ ନିଜର ପିଲାଙ୍କୁ ସ୍କୁଲ ପଠାଇବା ଏବଂ ଆଣିବା, ମାର୍କଟେ ଯିବା, ପତ୍ନୀଙ୍କୁ ପାର୍ଲର ନେବାରେ ଆଦି କାର୍ଯ୍ୟରେ ବ୍ୟବହାର କରାଯାଉଛି। ଆହୁରି ମଧ୍ୟ ରାଜକୋଷରୁ ଦରମା ପାଉଥିବା ପୁଲିସ ଡ୍ରାଇଭରକୁ ମଧ୍ୟ ଘର ଆଗରେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରାଉଛନ୍ତି। ଥାନା ବାବୁ ଘରକୁ ଯାଇ ଖାଇକି ଶୋଇକି ଇଠିବା ପର୍ଯ୍ୟନ୍ତ ଥାନା ଗାଡି ଏବଂ ଡ୍ରାଇଭର ବାବୁଙ୍କ ଘର ଆଗରେ ପଡି ରହୁଛନ୍ତି। ଯଦି ଗାଡି ଥାନାରେ ଥାନ୍ତା ତେବେ କୌଣସି ଅପରାଧିଙ୍କୁ ଧରିବାରେ ସହଜ ହୋଇଥାନ୍ତା। ଗାଡିକୁ ଅପବ୍ୟବହାର କରାଯାଉଥିବା ବେଳେ ତଦନ୍ତ ଆଳରେ ମନ ଇଚ୍ଛା ତେଲ ମାଗୁଛନ୍ତି। ଯାହାଫଳରେ ସରକାରୀ ରାଜକୋଷରୁ ଅର୍ଥ ବରବାଦ କରୁଛନ୍ତି। ଅନେକ ଅଧିକାରୀ ପୋଷ୍ଠିଂ ହୋଇଥିବା ଥାନା ନିକଟରେ କ୍ବାର୍ଟର ମିଳୁଥିଲେ ମଧ୍ୟ ସେମାନେ ସେଠାରୁ ରହୁନାହାନ୍ତି। ସରକାରୀ ଗାଡି ମିଳୁଥିବାରୁ ସେମାନେ ନିଯୁକ୍ତ ଥିବା ଥାନା ନିକଟରୁ 40ରୁ 50 କିଲୋମିଟର ଦୂରରେ ରହୁଛନ୍ତି। ଅନେକ ଅଧିକାରୀ କଟକ, ଖୋର୍ଦ୍ଧ। ଏବଂ ପୁରୀରେ କାର୍ଯ୍ୟ କରୁଥିଲେ ମଧ୍ୟ ଭୁବନେଶ୍ବରରେ ରହୁଛନ୍ତି। ତେଣୁ ସକାଳୁ ସେମାନେ ଏହି ସରକାରୀ ଗାଡିରେ ଥାନାକୁ ଯାଉଥିବା ବେଳେ ରାତି 11ଟା ପରେ ସେମାନେ ଥାନା ଗାଡି ଧରି ଘରକୁ ଫେରୁଛନ୍ତି। ଏପରିକି ଥାନାର ଡ୍ରାଇଭର ଛଡ଼ା ସେମାନେ ନିଜ ମଧ୍ୟ ବ୍ୟକ୍ତିଗତ ଡ୍ରାଇଭର ରଖିଛନ୍ତି। ଏହିଡ୍ରାଇଭର ଏହି ବଡ଼ ବାବୁଙ୍କ ଠାରୁ ଅର୍ଥ ନେଇ ଥାନା ଗାଡିକୁ ଚଲାଉଛନ୍ତି। ବଡ଼ ବାବୁ ଗାଡି ନେଇ ଘରକୁ ଯାଉଥିବାରୁ ରାତିିରେ କିଛି ଅପରାଧ ଘଟିଲେ ଘଟଣା ସ୍ଥଳକୁ ଯିବାକୁ ଗାଡି ମିଳୁନି। ଯାହାଦ୍ବାରା ଅପରାଧ ଘଟାଇ ଅପରାଧି ଘଟଣା ସ୍ଥଳକୁ ସହଜରେ ଫେରାର ହେଉଯାଉଛନ୍ତି। ରାଜଧାନୀର ସବୁ ଥାନାକୁ ଦୁଇଟି ପୁଲିସ ଗାଡି ଦିଆଯାଇଛି। ଏହି ଗାଡି କେବଳ ପୁଲିସ ଥାନା କାର୍ଯ୍ୟରେ ବ୍ୟବହାର କରିବାକୁ ଦିଆଯାଇଛି। କିନ୍ତୁ ଥାନା ଗାଡିର ଅପବ୍ୟବହାର ହେଉଥିଲେ ମଧ୍ୟ କୌଣସି ବଡ଼ ଅଧିକାରୀ ଏହାକୁ ନେଇ ତାଗିଦ କରୁନାହାନ୍ତି।
ଅନେକ ପୁଲିସ ଅଧିକାରୀ ନିଜକୁ ବାହାଦୁରୀ ଦେଖାଇବା ପାଇଁ ଥାନା ଗାଡି ଧରି ବୁଲୁଛନ୍ତି। କାରଣ ରାତିରେ ଘରକୁ ଫେରିବା ସମୟରେ ସେମାନେ ପୁଲିସ ବତୀ ଜଳାଉଛନ୍ତି। ଯାହାଫଳରେ ସେମାନଙ୍କୁ ବାଟରେ କେହି ଅଟକାଉ ନଥିବା ବେଳେ ସହଜରେ ଟ୍ରାଫିକ୍ ଭିଡ଼ରୁ ମଧ୍ୟ ଖସି ଆସୁଛନ୍ତି। ସାଧାରଣ ଗାଡି ହୋଇଥିଲେ ରାତିରେ ଅପରାଧିଙ୍କ ଶିକାର ହେବା ସହ ଟ୍ରାଫିକ୍ ଭିଡ଼ରେ ଫଶିଯିବାର ସମ୍ଭାବନା ରହିଛି। କିନ୍ତୁ ପୁଲିସ ଗାଡିରେ ଥିବା ଜରୁରୀକାଳୀ ସେବା ପାଇଁ ଯାଉଥିବା ଭାବି ଟ୍ରାଫିକ୍ ଛକରେ ଜଗିଥିବା ପୁଲିସ ଛାଡି ଦେଉଛନ୍ତି। ବଡ଼ କଥା ହେଲା ପିସିଆର ଭ୍ୟାନ୍ ଭଳି ଏହି ଥାନା ଗାଡିରେ ସିସିଟିଭି ଏବଂ ଜିପିଏସ୍ ଲଗାଇବା ପାଇଁ ଅନେକ ଥର ଦାବି ହେଉଥିଲେ ମଧ୍ୟ ଉପରିସ୍ଥ ଅଧିକାରୀ ଶୁଣୁନାହାନ୍ତି। ତଳ ଠୁ ଉପର ପର୍ଯ୍ୟନ୍ତ ସମସ୍ତ ଅଧିକାରୀ ଏହି ଥାନା ଗାଡିକୁ ନିଜ ବ୍ୟକ୍ତିଗତ କାର୍ଯ୍ୟରେ ବ୍ୟବହାର କରୁଥିବାରୁ କେହି ଏହା ବିରୋଧରେ କାର୍ଯ୍ୟ।ନୁଷ୍ଠାନ ଗ୍ରହଣ କରୁନାହାନ୍ତି। ଥାନା ଗାଡିରେ ଜିପିଏସ୍ ଲାଗିଲେ ଜରୁରୀ କାଳୀନ ସେବା ସହଜରେ ଯୋଗାଇ ହୋଇ ପାରିବ। କୌଣସି ସ୍ଥାନରେ ଅପରାଧ ଘଟିଲେ ଥାନା ଗାଡି ଗଲାକି ନାହିଁ ତାହା ଉପରିସ୍ଥ ଅଧିକାରୀ ଜାଣିପାରିବେ। ଆହୁରି ମଧ୍ୟ କେଉ ଥାନା ଗାଡି କୁଆଡେ ବୁଲୁଛି ତାହା ମଧ୍ୟ ଏହି ଜିପିଏସ୍ ମାଧ୍ୟମରେ ଧରାପଡ଼ିବ। ଆହୁରି ମଧ୍ୟ ଅନେକ ପୁଲିସ ବାବୁୂ ମଧ୍ୟ ଏହି ଥାନା ଗାଡିକୁ ମଧ୍ୟ ପିକ୍ନିକ୍ ପାଇଁ ମଧ୍ୟ ନେଇ ପଳାଉଛନ୍ତି। ବଡ଼ ବାବୁ ଗାଡି ନେଇ ଯାଉଥିବାରୁ ଥାନାରେ କେହି ସ୍ୱର ଉଠାଇନାହାନ୍ତି। ଯଦି କେହି ସ୍ୱର ଉଠାଉଛନ୍ତି ପୁଲିସ ବାବୁ ତାଙ୍କ ବିରୋଧରେ ଉପରିସ୍ଥ ଅଧିକାରୀ ରିପୋର୍ଟ ଦେଇ ନିଲମ୍ବିତ କରିବାର ଭୟ ଦେଖାଉଛନ୍ତି। ବଡ଼ କଥା ହେଲା କେବଳ ପୁଲିସ ବିଭାଗ ନୁହେଁ ଅନ୍ୟ ବିଭାଗରେ ମଧ୍ୟ ବଡ଼ ଅଫିସରମାନେ ମଧ୍ୟ ଏଭଳି ସରକାରୀ ଗାଡିର ଅପବ୍ୟବହାର କରୁଛନ୍ତି। ତେଣୁ ପ୍ରଶାସନ ଉହାଉପରେ ପଦେକ୍ଷପ ନେବା ଆବଶ୍ୟକ ବୋଲି ସାଧାରଣ ଲୋକେ ଦାବି କରୁଛନ୍ତି। ଲୋକଙ୍କୁ ଅର୍ଥକୁ ଏଭଳି ଅପବ୍ୟବହାର କରାଯାଉଥିବାରୁ ସେମାନେ ନାପସନ୍ଦ କରିଛନ୍ତି।