-ଖସିବାକୁ ଅଭିଯୁକ୍ତର ବେହୋସ ନାଟକ, ପୋଲିସ ହେଲେ ହତାଶ

ଅଭିଯୁକ୍ତକୁ ଆଣି ନପାରି ମେଡିକାଲରେ ଭର୍ତ୍ତି କଲେ 
-ଗିରଫ ପରେ ବି ପୋଲିସ ହେଲା ହତାଶ
ଭୁବନେଶ୍ୱର (ମୁଖ୍ୟ ):-ଖସିବା ପାଇଁ ଅଭିଯୁକ୍ତ ଏବେ ଅଭିନବ ଉପାୟ ଆପଣାଇଛନ୍ତି l ସେମାନେ ବେହୋସ ହୋଇ ମେଡିକାଲ ନାଟକ କରୁଛନ୍ତି l ପୋଲିସ ଗିରଫ କରି ବାହାର ରାଜ୍ୟରୁ ଆଣିଲେ ମଧ୍ୟ ନିରାଶ ହେଉଛି l ହାଜତରେ ପୁରେଇବା ବଦଳରେ ମେଡିକାଲରେ ଭର୍ତି କରୁଛନ୍ତି l ଆଉ ଶେଷରେ ଅଭିଯୁକ୍ତକୁ ଆଣି ନପାରି ଖାଲି ହାତରେ ଫେରୁଛନ୍ତି l
ଏହିଭଳି ଗୋଟେ ଘଟଣା କଲିକତା ପୋଲିସ ସହିତ ଘଟିଛି l ଗତକାଲି ସନ୍ଧ୍ୟାରେ ମୁମ୍ବାଇରୁ ଜଣେ ଅଭିଯୁକ୍ତକୁ ଧରି କୋଲକାତା ପଶ୍ଚିମବଙ୍ଗର ବିଧାନ ନଗର ପୋଲିସ ଇଣ୍ଡିଗୋ ଫ୍ଲାଇଟ୍ 6E6016 (ସିଟ୍ ନମ୍ବର 30 C)ରେ ବସାଇ ଟ୍ରଞ୍ଜିଟ ରିମାଣ୍ଡରେ ଆଣୁଥିଲେ l ଅଭିଯୁକ୍ତ ଚାଲାକି କରି ବେହୋସ ହୋଇଗଲେ l ତୁରନ୍ତ କ୍ୟାବିନକ୍ରୁ ମେମ୍ବର ମେଡିକାଲ ଇମରଜେନ୍ସ କରାଇଲେ l ଯେଉଁଥି ପାଇଁ ବିମାନ ଏକ ଘଣ୍ଟା ବିଳମ୍ବ ହୋଇଥିଲା l ଯାତ୍ରିମାନେ କ୍ୟାବିନ କ୍ରୁ ମେମ୍ବର ଏନେଇ ପଚରା ଉଚରା କରୁଥିଲେ ମଧ୍ୟ୍ କେହି ପାଟି ଖୋଲି ନଥିଲେ l ଯେଉଁଥି ପାଇଁ ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଯାଇଥିଲା l ଦୀଘ ଏକ ଘଣ୍ଟା ପରେ ବିମାନ କଲିକତା ଅଭିମୁଖେ ଯାଇଥିଲା l ଅଭିଯୁକ୍ତ ନାମ ହର୍ଷ ବୋଲି ଜଣା ପଡିଥିଲା l ଅଭିଯୁକ୍ତର ଏଭଳି ବେହୋସ ନାଟକ ପାଇଁ କଲିକତା ଆଣି ପାରିନଥିଲା l ବରଂ ମୁବାଇର ଏକ ମେଡିକାଲରେ ଅଭିଯୁକ୍ତକୁ ଭର୍ତ୍ତି କରାଇଥିଲେ l ଅଭିଯୁକ୍ତ ହର୍ଷ ଫ୍ୟାମିଲ ମାମଲା ପାଇଁ ଗିରଫ କରିଥିଲା କଲିକତା ପୋଲିସ l ପତ୍ନୀକୁ ମାଡ଼ ମାରି ଗୁରୁତର କରି ଫେରାର ହୋଇ ମୁମ୍ବାଇରେ ରହୁଥିଲା l କଲିକତା ବିଧାନ ନଗର ଥାନାରେ ଅଭିଯୋଗ ହେବା ପରେ ପୋଲିସ ମାମଲା ରୁଜୁ କରି ତଦନ୍ତ କରିଥିଲା l ଅଭିଯୁକ୍ତ ହର୍ଷ ମୁମ୍ବାଇରେ ରହୁଥିବା ନମ୍ବର ଟ୍ରାକ କରି ଜାଣିବା ପରେ 2 ଜଣିଆ ଟିମ ଟ୍ରାକ କରି ତାଙ୍କୁ ଧରିଥିଲେ l
ବଡ଼ କଥା ହେଲା ଅଭିଯୁକ୍ତ ପାଇଁ ଯାତ୍ରୀ କଣ ପାଇଁ ହଇରାଣ ହେବେ ତାହାକୁ ନେଇ ପ୍ରଶ୍ନ ଉଠିଛି l ଯାତ୍ରୀ ଏତେ ଟଙ୍କା ଦେଇ ଟିକେଟ କରିବେ ହେଲେ ଅଭିଯୁକ୍ତ ପାଇଁ ନିଜ ଗନ୍ତବ୍ୟ ସ୍ଥଳରେ ପହଁଛି ପାରୁନାହାନ୍ତି l ଏଥିପାଇଁ ଦାୟୀ କିଏ ରହିବl

Leave a Reply

Your email address will not be published. Required fields are marked *