ଯୁବତୀ ପ୍ରେମ କଲା ବାୟା, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ହେଲେ 20 ଲକ୍ଷ ସାଇବର ଠକେଇ
–ଚାଟିଂ ଏବଂ ଭିଡ଼ିଓ କଲକୁ ଭାଇରାଲ କରିବାର ଧମକ ଦେଇଥିଲେ
ଭୁବନେଶ୍ବର,(ମୁଖ୍ୟ ):-ଯୁବତୀ ପ୍ରେମରେ ବାୟା ହୋଇ କଟକ ଜିଲ୍ଲା କୃଷି ଅଧିକାରୀ 20 ଲକ୍ଷ ସାଇବର ଠକାମୀର ଶିକାର ହୋଇଛନ୍ତି l
ଏନେଇ ସାଇବର ଥାନାରେ ଅଭିଯୋଗ କରିବା ପରେ ଠକାମିର ପରିମାଣ ଅଧିକ ଥିବାରୁ କ୍ରାଇମ୍ବ୍ରାଞ୍ଚ ଅଭିଯୋଗ କରିଥିବା ଜଣାପଡିଛି। ଠକେଇ ଟଙ୍କା ଯାଇଥିବା ଆକାଉଣ୍ଟକୁ ଫ୍ରିଜ୍ କରାଯାଇଥିଲେ ମଧ୍ୟ ସେଠରୁ ଠକ ଟଙ୍କା ଗାଏବ କରି ଦେଇଛନ୍ତି।
ଅଭିଯୋଗ ଅନୁସାରେ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ ନିକଟକୁ 8ମାସ ତଳେ ସସ୍ମୀତା ଭନଜା ନାମକ ଜଣେ ମହିଳା ଫେସ୍ବୁକ୍ରେ ଫ୍ରେଣ୍ଡ୍ ରିକ୍ୟୁଏଷ୍ଟ ପଠାଇଥିଲେ। ଏହାକୁ ମୁଖ୍ୟ କୃଷି ଅଧିକାରୀ ଗ୍ରହଣ କରିବା ପରେ ଉଭୟଙ୍କ ମଧ୍ୟରେ କଥାବାର୍ତ୍ତ। ହୋଇଥିଲେ। ଏପରିକି ଚାଟିଂ ଏବଂ ଭିଡ଼ିଓ କଲ୍ରେ କଥା ହୋଇଥିଲେ। ମୁଖ୍ୟ କୃଷି ଅଧିକାରୀ କିଛି ମାସ କଥା ହେବା ପରେ ହଠାତ୍ ଦିନେ ଜଣେ ବ୍ୟକ୍ତି ଫୋନ୍ କରି ସସ୍ମୀତାଙ୍କ ସ୍ୱାମୀ କହୁଥିବା କହିଥିଲେ। ଯଦି ତାଙ୍କୁ ଟଙ୍କା ନଦିଅ ତେବେ ତାଙ୍କ ସ୍ତ୍ରୀ ସହ କରିଥିବା ଚାଟିଂ ଏବଂ ଭିଡ଼ିଓ କଲ୍କୁ ସୋସିଆଲ ମାଡ଼ିଆରେ ଭାଇରାଲ କରିବାକୁ ଧମକ ଦେଇଥିଲେ। ଭୟରେ ମୁଖ୍ୟ କୃଷି ଅଧିକାରୀ 20 ଲକ୍ଷ ଟଙ୍କା ଠକ ଦେଇଥିବା ଆକାଉଣ୍ଟକ ପଠାଇ ଦେଇଥିଲେ। ଠକ 20 ଲକ୍ଷ ନେବା ପରେ ଆହୁରି ମଧ୍ୟ ମାଗିବାରୁ ସାଇବର ଠକାମିର ଶିକାର ହୋଇଥିବା ଜାଣି କୃଷି ଅଧିକାରୀ ସାଇବର ଥାନାର ଦ୍ବାରସ୍ଥ ହୋଇଥିଲେ।
ସେହିପରି ବ୍ୟବସାୟ ଗ୍ଲୋରୀ ଜନ୍ସନ୍ ସିଂଙ୍କୁ ସାଇବର ଠକ କୋଟିଏ ଟଙ୍କା ଠକି ନେଇଛନ୍ତି। ତାଙ୍କ ମୋବାଇଲ୍ ନମ୍ବରକୁ ଏକ ଅଜଣା ଫୋନ୍ ନମ୍ବରରୁ ମେସେଜ୍ ଆସିଥିଲା। ଅନ୍ଲାଇନ୍ ଟ୍ରେଡିଂରେ ଟଙ୍କା ଲଗାଇ ଦୁଇଗୁଣା ଟଙ୍କା ପାଇବାର ଲୋଭ ଦେଖାଇଥିଲେ। ଏହି ମେସେଜ ଦେଖିବା ପରେ ଲୋଭରେ ପଡିଯାଇତ୍ଲେ ଗ୍ଲୋରୀ ଜନ୍ସନ୍ ସିଂ। ସେ ଠକ ଦେଇଥିବା ଫୋନ୍ ନମ୍ବରକୁ କଲ୍ କରି ପଚାରି ବୁଝିଥିଲେ। ଠକ ତାଙ୍କ ଏକ ଟେଲିଗ୍ରାମ୍ ଗ୍ରୁପ୍ରେ ଯୋଡ଼ି ହେବାକୁ କହିଥିଲେ। ଗ୍ଲୋରୀ ଜନ୍ସନ୍ ସିଂ ଗ୍ରୁପ୍ରେ ଯୋଡ଼ି ହେବା ପରେ ତାଙ୍କୁ ଜଣେ ଗାଇଡ୍ କିଭଳି ଟଙ୍କା ଲଗାଇବ କହିଥିଲେ। ପ୍ରଥମେ ଗ୍ଲୋରୀ ଜନ୍ସନ୍ ସିଂ 50 ହଜାର ଟଙ୍କା ଲଗାଇଥିଲେ। ଠକ ତାଙ୍କୁ 70 ହଜାର ଟଙ୍କା ଲାଭ ଦେଇଥିଲେ। ଏହାପରେ ସେ 1ଲକ୍ଷ ଲଗାଇଥିବା ବେଳେ ତାଙ୍କୁ 1ଲକ୍ଷ 30 ହଜାର ଟଙ୍କା ମିଳିଥିଲା। ଏହାପରେ 2ଲକ୍ଷ ଲଗାଇବା ପରେ ଠକ ଏକାଧିକ 50 ଲକ୍ଷ ଲଗାଇବାକୁ କହିଥିଲେ। 50 ଲକ୍ଷ ଲଗାଇବା ପରେ ଆଉ 50 ଲକ୍ଷ ଲଗାଇବା ପାଇଁ କହିଥିଲେ। ଏହିଭଳି କୋଟିଏ ଟଙ୍କା ନେବା ପରେ ଠକ ଗ୍ରୁପ୍ ବନ୍ଦ କରିବା ସହ ଫୋନ୍ ନମ୍ବର ବନ୍ଦ କରି ଦେଇଥିଲେ।










