ପୁଲିସର ବେତାର ବିଭାଗ ଭୂତ କୋଠି ପାଲଟିଲାଣି
–ନାହାନ୍ତି ବୈଷୟିକ ଜ୍ଞାନ ସମ୍ପର୍ଣ୍ଣ ବରିଷ୍ଠ ଅଧିକାରୀ
-ଏଏସ୍ଆଇ ସାଜିଛନ୍ତି ଅଫିସିର ମାମଲତକାରୀ
-ବିଧାନସଭାକୁ ଦିଆଯାଇଥିଲା ମିଥ୍ୟା ତଥ୍ୟ
ଭୁବନେଶ୍ବର,(ମୁଖ୍ୟ ):- ରାଜ୍ୟ ପୁଲିସର ବେତାର ବିଭାଗ(କମୁନିକେସନ୍) ଏବେ ଅଚଳ ହୋଇପଡିଛି। କାରଣ ଏଠାରେ କୌଣସି ବୈଷୟିକ ଜ୍ଞାନ ସମ୍ପର୍ଣ୍ଣ ଆଇପିଏସଙ୍କୁ ନିଯୁକ୍ତି ଦିଆ ଯାଉ ନାହିଁ। ଯାହାଫଳରେ ଏହି ବିଭାଗକୁ ଆଗକୁ ନେବାକୁ କୌଣସି ଅଧିକାରୀ ବାଟ ପାଉନାହାନ୍ତି। ବେତାର ବିଭାଗରେ କେବଳ ଓପିଏସ୍ରୁ ପ୍ରମୋସନ ପାଇଥିବା ବ୍ୟକ୍ତିଙ୍କୁ ନିଯୁକ୍ତି ଦିଆଯାଉଛି। ଯାହାଫଳରେ ତାଙ୍କର ଅଭିଜ୍ଞତା ନଥିବାରୁ ଏହି ବିଭାଗକୁ ଆଗକୁ ନେଇପାରୁନାହାନ୍ତି। ଆହୁରି ମଧ୍ୟ ବହୁ ବୈଷୟିକ ଜ୍ଞାନ ସମ୍ପର୍ଣ୍ଣ କର୍ମଚାରୀ ନିଯୁକ୍ତି ପାଉଥିଲେ ମଧ୍ୟ ଉପର ସ୍ତରର ଅଧିକାରୀ ମାନଙ୍କ ବୈଷୟିକ ଜ୍ଞାନ ଅଭାବ ଯୋଗୁଁ ବିଭାଗୀୟ ବୈଷୟିକ କର୍ମଚାରୀମାନଙ୍କ ଉନ୍ନତ ବୈଷୟିକ ଜ୍ଞାନ କୌଶଳର ସଠିକ ଭାବରେ ଉପଯୋଗ ହୋଇ ପାରୁନାହିଁ। ବିଭାଗ ପ୍ରତି ସରକାରୀ ଅଣଦେଖା ପାଇଁ ବିଭଗରେ କମୁନିକେସନ ବ୍ୟବସ୍ଥା ଭୁଶୁଡି ପଡିଛି। ବିଭାଗୀୟ ଏସପିଙ୍କ ବୈଷୟିକ ଜ୍ଞାନ ତଥା ପ୍ରଶାସନିକ ଦକ୍ଷତାର ଅଭାବ ଯୋଗୁଁ ଗତ ସେପ୍ଟେମ୍ବରରେ ଅନୁଷ୍ଠିତ ବିଧାନ ସଭା ଅଧିବେଶନ କାଳରେ ବିଭିନ୍ନ ବିଧାୟକଙ୍କ ଦ୍ବାରା କରାଯାଇଥିବା ପ୍ରଶ୍ନର ମଧ୍ୟ ମିଥ୍ୟା ଓ କପୋଳକଳ୍ପିତ ଉତ୍ତର ଦିଆ ଯାଇଥିବା ଦେଖିବାକୁ ମିଳିଛି। ପ୍ରକାଶ ଥାଉକି ବିଭାଗରେ ଦୀର୍ଘ ଦିନଧରି ଆଲୋଚନା ସଭା ହୋଇ ନ ଥିବା ବେଳେ ବିଭଗରେ ନିୟମିତ ଆଲୋଚନା ସଭା ହେଉଛି ବୋଲି ବିଧାନ ସଭା ଭଳି ପବିତ୍ର ଗୃହକୁ ବିଭାଗ ତରଫରୁ ଉତ୍ତର ଦିଆ ଯାଇଛି। ଏହା ବ୍ୟତୀତ ବିଭାଗର କିଛି କର୍ମଚାରୀ ତାଙ୍କର ଶକ୍ତିର ଅପବ୍ୟବହାର କରି ଭୁବନେଶ୍ବର ଆରଏମଏସରୁ ସିସି ଟିଭି ଫୁଟେଜ ସଂଗ୍ରହ କରି ମିଥ୍ୟା ଅଭିଯୋଗ ମାଧ୍ୟମରେ ତତ୍କାଳୀନ ଇନ୍ ଚାର୍ଜ ଏସପିଙ୍କ ଦ୍ବାରା ତଦନ୍ତ କରେଇ ଜଣେ ଏସଆଇଙ୍କୁ ସସ୍ପେଣ୍ଡ କରାଯାଇଥିଲା। ପୁଲିସ ବେତାର ବିଭଗରେ ଉକ୍ତ ପ୍ରସଙ୍ଗରେ କେଉ ଅଧିକାରୀଙ୍କ ଦ୍ବାରା ଅଧିକୃତ ହୋଇ ସମ୍ପୃକ୍ତ ଅଧିକାରୀ ସିସିଟିଭି ଫୁଟେଜ ଆର ଏମ ଏସରୁ ସଂଗ୍ରହ କରିଥିଲେ ଓ କେଉ କର୍ମଚାରୀ ସସପେଣ୍ଡ ହୋଇ ବିଭାଗୀୟ ପ୍ରୋସିଡିଙ୍ଗର ସାମନା କରୁଛନ୍ତି। ଯେଉଥି ପାଇଁ ତାଙ୍କର ପ୍ରମୋସନ ରଦ୍ଦ କରାଯାଇଥିଲା। ବିଗତ ବିଧାନସଭାରେ ପଚରା ଯାଇଥିବା ବେଳେ ତାର ଉତ୍ତର ଏପରି କୌଣସି ଅଧିକାରୀଙ୍କୁ ସିସିଟିଭି ଫୁଟେଜ ସଂଗ୍ରହ ପାଇଁ ଅଧିକାର ଦିଆ ଯାଇନ ଥିବା ଏବଂ ଏହା ପାଇଁ କୌଣସି କର୍ମଚାରୀ ସସପେଣ୍ଡ କିମ୍ବା ବିଭାଗୀୟ ପ୍ରୋସିଡିଙ୍ଗର ସାମନା ଜାରି ନ ଥିବା ଉତ୍ତର ରଖିଥିଲେ। କିନ୍ତୁ ବିଧାନସଭାକୁ ମିଥ୍ୟ ତଥ୍ୟ ଦେଇଥିଲେ ବିଭାଗ।
ବଡ଼ କଥା ହେଲା କମୁନିକେସନ ବିଭାଗରେ ଜଣେ ଏଏସ୍ଆଇ(ପ୍ରମୋଟିଭ) ଏବେ ସର୍ବସେର୍ବ। ସାଜିଛନ୍ତି। ତାଙ୍କ ଇଙ୍ଗିତରେ ସବୁ କିଛି କାର୍ଯ୍ୟ କରାଯାଉଛି। ସେ ଏସ୍ପିଙ୍କ ଚାମ୍ବରରେ ଅବାଧରେ ଦୀର୍ଘ ସମୟ ବସି ରହୁଛନ୍ତି। କିଏ କେଉଠି ବଦଳି ହେବ, କାହା କାମ କରାଯିବ। କାହାର କରାଯିବନି ସବୁ କିଛି ଉକ୍ତ ଏଏସ୍ଆଇ ବୁଝିବେ। ଦୀର୍ଘଦିନ ହେବ ଉକ୍ତ ବିଭାଗରେ ସେ ରହିଥିଲେ ମଧ୍ୟ ତାଙ୍କର ବଦଳି କରାଯାଉ ନାହିଁ। ନିକଟରେ ଭଦ୍ରକ ଜିଲ୍ଲାକୁ ହୋଉଥିଲେ ମଧ୍ୟ କାର୍ଯ୍ୟରେ ଗୋଟିଏ ଦିନରେ ଯୋଗ ଦେଇ ଗୋଟିଏ ଦିନରେ ରିଲିଫ୍ ହୋଇଥିଲେ। ତେଣୁ ଏଭଳି ଅବବ୍ୟବସ୍ଥା ପାଇଁ ଭୁଶୁଡି ପଡିଛି ପୁଲିସ କମୁନିକେସନ ବିଭାଗ। ଯେଉଥି ପାଇଁ ଉକ୍ତ ଏଏସ୍ଆଇଙ୍କ ବିରୋଧରେ ଜନ ଅସନ୍ତୋଷ ବଢିବାରେ ଲାଗିଛି।











