ସ୍ଲାଇଡର ଝରକା ଥିବା ଘରକୁ ଟାର୍ଗଟେ କରୁଥିଲା ସ୍ପାଇଡର ଶକ୍ତି
ଭୁବନେଶ୍ୱର:(ମୁଖ୍ୟ)-ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରେ ପଶି କଳାକନା ବୁଲାଇଥିଲା ସ୍ପାଇଡର୍ ମ୍ୟାନ୍। ସ୍ପାଇଡର ଭଳି ସେ ଘର ଉପରକୁ ଆଖି ପୁଛୁଳାକେ ଚଢି ଯାଉଥିଲା। ଫିଲ୍ମର ସ୍ପାଇଡର ମ୍ୟାନ୍ ଲୋକଙ୍କୁ ସହଯୋଗ କରୁଥିବା ବେଳେ ଗିରଫ ସ୍ପାଇଡର ଶକ୍ତି ଲୋକଙ୍କ ଘରୁ କଳାକନା ବୁଲାଉଥିଲେ। ବିଶେଷ କରି ସ୍କାଇଡର ଝରକା ଥିବା ଘରକୁ ସହଜରେ ଟାର୍ଗଟେ କରୁଥିବା ସ୍ପାଇଡର ଶକ୍ତି ଓରଫ ସତୀଶ। 18 ଦିନର ଖୋଳତାଡ଼, 4ଶହ ସିସିଟିଭିର ଯାଞ୍ଚ, ଓଡ଼ିଶା ସହ 4ରାଜ୍ୟରେ ଛାନଭିନ୍ ପରେ ଏହି ସ୍ପାଇଡର୍ ଶକ୍ତିକୁ ଧରିଛି କମିଶନରେଟ୍ ପୁଲିସ। ଆନ୍ଧ୍ରର ବିଜୟନଗରମରୁ ତାକୁ ଗିରଫ କରିଛି ପୁଲିସ।
ୟୁଟ୍ୟୁବ ଦେଖି ବଡ଼ବଡ଼ିଆଙ୍କ ତଥ୍ୟ ସଂଗ୍ରହ କରୁଥିଲା
ସ୍ପାଇଡର ଶକ୍ତି ଘର ବିଶାଖାପାଟନମ୍। ସେ 2013ରୁ ଚୋରି ବିଦ୍ୟାକୁ କ୍ୟାରିୟର କରିଥିଲା । ଛୋଟ ଚୋରି ନୁହଁ,େ ବଡ଼ ବଡୁଆଙ୍କ ଘରୁ ଚୋରି କରି ଲାଇଫ୍ ସେଟେଲ ହେବାକୁ ଯୋଜନା କରି ଭିଆଇପିଙ୍କ ଘରୁ ଚୋରି କରୁଥିଲା। ହେଲେ ଯେତିକି ଚୋରି କରୁଥିବା ସବୁବେଳେ ଧରାପଡ଼ିଥିଲା। ସ୍ପାଇଡର ଶକ୍ତିର ଚୋରି ଫଣ୍ଡା ବି ପୂରା ହାଇଟେକ୍। ୟୁଟ୍ୟୁବ ଦେଖି ବଡ଼ ବଡ଼ିଆଙ୍କ ତଥ୍ୟ ସଂଗ୍ରହ କରୁଥିଲା ଏବଂ ଗୁଗୁଲ୍ ମ୍ୟାପ୍ ଦେଖି ଠିକଣା ଜାଗାରେ ପହଞ୍ଚୁଥିଲା। ଯେତେ ଉଚ୍ଚ ଘରର କାନ୍ଥ ହେଉ ଅବା ଛାତ, ସେ ଚଢିଯାଉଥିଲା, ଚତୁରତାର ସହ ଘରେ ପଶି କଳାକନା ବୁଲାଇ ଖସିଯାଉଥିଲା। ସେଥିପାଇଁ ତା ନାଁ ସ୍ପାଇଡର୍ ସତୀଶ।
ତିରୁପତିର ଜଣେ ଏମ୍ଏଲ୍ଏ ଘରୁ 7କେଜି ସୁନା ଚୋରି କରିଥିଲା:
ପୂର୍ବରୁ ତିରୁପତିର ଜଣେ ଏମ୍ଏଲ୍ଏଙ୍କ ଘରୁ 7 କେଜି ସୁନା ଅଳଙ୍କାର, ତେଲେଙ୍ଗାନାର ଜଣେ ଠିକାଦାରଙ୍କ ଘରୁ 5 କୋଟି ନଗଦ ଟଙ୍କା, କେରଳରେ 7 କୋଟି ଟଙ୍କା ଚୋରି ଘଟଣାରେ ସଂପୃକ୍ତ ଥିଲା ସତୀଶ। ଗତ ଜୁଲାଇ 2ରେ ଗିରଫ ହୋଇ ଜେଳ ଯାଇଥିଲା। ପୂର୍ବରୁ ତ୍ରିଭେନ୍ଦ୍ରମ ସେଣ୍ଟ୍ରାଲ ଜେଲରେ ଥିବା ସତୀଶ ଗତ ସେପ୍ଟେମ୍ବର4ରେ ମୁକୁଳି ପୁଣି ଆରମ୍ଭ କରିଥିଲା ମିଶନ୍। ଗତ ଜାନୁୟାରୀ 25 ସକାଳେ ବସରେ ଭୁବନେଶ୍ବର ପହଞ୍ଚି ସମାନ ଫଣ୍ଡା ଆପଣାଇ ନିରଞ୍ଜନଙ୍କ ଘରୁ ଚୋରି କରିଥିଲା ସେହି ରାତିରେ। 2023ରେ ନିରଞ୍ଜନଙ୍କ କଲୋନୀରେ ଥିବା ଏଆରଏସ୍ଏସ୍ ମାଲିକଙ୍କ ଘରୁ ବି ଚୋରି କରିଥିଲା ସ୍ପାଇଡର୍ ସତୀଶ।
କେମିତି ଶକ୍ତିକୁ ଧରିଲା ପୁଲିସ:
ଗୁଗଲ ଏବଂ ୟୁ-ଟ୍ୟୁବ୍ରୁ ନିରଞ୍ଜନ ପଟ୍ଟନାୟକଙ୍କ ତଥ୍ୟ ନେବା ପରେ ଏଠାକୁ ଆସି ତାଙ୍କ ଘର ରେକି କରିଥିଲା। ଘରର ଝରକା ସ୍ଲାଇଡର ହୋଇଥିବାରୁ ସହଜ ହେବ ବୋଲି ଜାଣି ଚୋରି ପାଇଁ ଯୋଜନା କରିଥିଲା। ରାତି 3:35ରେ ଚୋରି ପାଇଁ ଏକ ପାଇପ୍ରେ ଚଢି ଘର ଭିତରକୁ ପଶିଥିଲା। ଧରାନପଡ଼ିବା ପାଇଁ ଗ୍ଲୋବ୍ସ, ମୁଖା ଏବଂ ରେଡିୟମ୍ ଜୋତା ପିନ୍ଧିବା ସହ ଟ୍ରର୍ଚ୍ଚ ସାହାର୍ଯ୍ୟରେ ଖୋଜି ଚୋରି କରିଥିଲା। ଚୋରି କରିବା ପରେ 4:45ରେ ବାହାରକୁ ଯାଇ ସବୁ ଖୋଲି ବ୍ୟାଗ୍ରେ ପୁରାଇବା ସହ ପୋଷାକ ବଦଳାଇଥିଲା। ପରେ ଅଟୋରେ ବସି ବରମୁଣ୍ଡା ଯାଇଥିଲା। ସେଠାରୁ 5:32ରେ ଭଡ଼ାଗାଡି କରି ବରମୁଣ୍ଡା ବସ୍ଷ୍ଟାଣ୍ଡରୁ ପଳାଇଥିଲା। ଭଡ଼ାଗାଡି ଶକ୍ତିକୁ ନେଇ କରଲୋମ୍ରେ ଛାଡିଥିଲା। ସ୍ପେଶାଲ ସ୍କ୍ବାଡ୍ ସିସିଟିଭି ଯାଞ୍ଚ କରି ବରମୁଣ୍ଡାରେ ପହଞ୍ଚିଥିଲା। ସେଠାରୁ ସେ ଯାଇଥିବା ବୋଲେନୋ ଗାଡିକୁ ଠାବ କରି କରଲୋମ୍ ପାଖରେ ପହଞ୍ଚିଥିଲା। ହେଲେ ନିକଟରେ ଥିବା ଏକ ଜଳଖିଆ ଦୋନାକରେ ପହଞ୍ଚିଥିଲା। ପୁଲିସ ବାଲେନୋ ଗାଡିର ଡ୍ରାଇଭରକୁ ଚିହ୍ନଟ କରି ପଚରାଉଚରା କରିବା ପରେ ସେ ଅଭିଯୁକ୍ତର ହୁଲିଆ କହିଥିଲା।
59 ବଡ଼ ଚୋରଙ୍କ ଫଟୋ ଆଣିଲା ପୁଲିସ:
ଚୋରକୁ ଚିହ୍ନଟ ପାଇଁ 59 ଚୋରଙ୍କ ଫଟୋ ଆଣିଲା ପୁଲିସ। ଏହି ଫଟୋ ଗୁଡିକୁ ବାଲେନୋ ଗାଡିର ଡ୍ରାଇଭରକୁ ଦେଖାଇଥିଲା। ସେ ଫଟୋ ଦେଖି 5ଜଣଙ୍କୁ ସନ୍ଦେହ କରିଥିଲା। ପୁଲିସ ଏହି 5ଜଣଙ୍କ ବିଷୟରେ କେରଳ ଏବଂ ଆନ୍ଧ୍ରପ୍ରଦେଶ ଜେଲରୁ ପଚାରି ବୁଝିବା ପରେ 3ଜଣ ଜେଲରେ ଥିବା ବେଳେ 2ଜଣ ବାହାରେ ଥିବା ଜଣାପଡିଛି। ଜଣେ ପତଳା ଥିବାରୁ ନରଞ୍ଜନ ଘରୁ ଚୋରି ସିସିଟିଭି ଫୁଟେଜ ସହ ମିଶୁନଥିଲା। ହେଲେ ଅନ୍ୟ ଏକ ଚେହ୍ନେରା ପୁଲିସକୁ ଅଧିକ ସନ୍ଦେହ ଭିତରକୁ ନେଇଥିଲା। ତା ବିଷୟରେ ଖୋଳତାଡ଼ କରିବା ପରେ ସ୍ପାଇଡର ଶକ୍ତି ଚିହ୍ନଟ ହୋଇଥିଲା। ସ୍ପାଇଡର ଶକ୍ତି ପିନ୍ଧିଥିବା ରେଡିୟମ୍ ଜୋତା ହିଁ ଧରା ପକାଇଦେଲା।
ଇଣ୍ଡୋନେସିଆ ଦାମୀ କୁକୁର ରଖିଥିଲା
ଚୋରି ଟଙ୍କାରେ ଅୟସ କରୁଥିବା ଶକ୍ତି। 3ଟି ବିବାହ କରିବା ସହ ଦାମୀ କୁକୁର ରଖୁଥିଲା। ସେ 2ଲକ୍ଷ ଟଙ୍କାର ଇଣ୍ଡୋନେସିଆରୁ ଏକ ଦାମୀ କୁକୁର ଆଣି ରଖିଥିଲା। ଏଥିସସହ ତାକୁ ଖେଳିବାକୁ ଦେଇଥିବା 50 ହଜାର ଟଙ୍କାର ବଲ୍। ସେ ନିଜ ନାଁରେ ବେଙ୍ଗାଲୁରୁ, ହାଇଦ୍ରାବାଦ ଓ ବିଜୟନଗରମରେ ଫ୍ଲାଟ୍ ବି କିଣିଛି। ନିରଞ୍ଜନଙ୍କ ଘରୁ ଲୁଟ ପରେ ଇଣ୍ଡୋନେସିଆରୁ ଏକ ଦାମୀ କୁକୁର ଆଣିଥିବା ପୁଲିସ କହିଛି। ଏହି ଧୂର୍ତ୍ତ ଚୋରକୁ ରିମାଣ୍ଡରେ ନେଇ ଆହୁରି ଖୋଳତାଡ଼ କରିବ ପୁଲିସ











