ଆଇପିଏସ ସତ୍ୟଜିତଙ୍କ ଘରେ କଳାକନା ବୁଲାଇଲେ ଚୋର

ଭୁବନେଶ୍ୱର:-ଓଡିଶା କ୍ୟାଡ଼ର 2008 ବ୍ୟାଚର ଆଇପିଏସ  ସତ୍ୟଜିତ ନାୟକଙ୍କ ଘରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଏନେଇ କ୍ୟାପିଟାଲ ଥାନାରେ ସତ୍ୟଜିତଙ୍କ ସାଙ୍ଗ ଏହି ଅଭିଯୋଗ କରିଛନ୍ତି। ତାଙ୍କ ଅଭିଯୋଗ ଆଧାରରେ ପୋଲିସ ଘଟଣାର ତଦନ୍ତ କରୁଛି।

ସେ ଶିଶୁଭବନ ସ୍ଥିତ ସର କାରୀ ଘରେ ରହୁଥିଲେ।  ଏକ ବର୍ଷ ହେବ  ସତ୍ୟଜିତ କେନ୍ଦ୍ରୀୟ ଡେପୁଟେସନରେ ଅଛନ୍ତି । ସେ 2019 ଜାନୁଆରୀରେ niaରେ କାଯ୍ୟା କରୁଛନ୍ତି। ଘରେ କେହି ନ ଥିଲା ବେଳେ ଗ୍ରୀଲ କାଟି ଚୋର ଘର ଭିତରେ ପଶି ଚୋରି କରିଛନ୍ତି । ଏ ସମ୍ପର୍କରେ ପଡ଼ୋଶୀ ପୁଲିସକୁ ମଧ୍ୟ ଖବର ଦେଇଥିଲେ । ଏନେଇ ପୁଲିସ ଘଟଣାସ୍ତଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ କେଉଁ ସବୁ ସାମଗ୍ରୀ ଚୋରି ହୋଇଛି ତାହା ଜଣାପଡ଼ି ନାହିଁ । କେବଳ ତାଙ୍କର ଦାମୀ ପ୍ୟାଣ୍ଟ,ସାର୍ଟ, ଏବଂ କିଛି ଘରର ଆସବା ପତ୍ର ଚୋରି ହୋଇଛି।

Leave a Reply

Your email address will not be published. Required fields are marked *