ମନ ଜିଣିଲେ ବିହାରର ଜ୍ୟୋତି କୁମାରୀ : ଟ୍ୱିଟରରେ ଜ୍ୟୋତିଙ୍କୁ ପ୍ରଶଂସା କଲେ ଆମେରିକା ରାଷ୍ଟ୍ରପତିଙ୍କ ଝିଅ,

ପାଟନା :-ତାଲାବନ୍ଦ ଯୋଗୁଁ ଆହତ ପିତାଙ୍କୁ ସାଇକେଲରେ ବସାଇ ଗୁରୁଗ୍ରାମରୁ ବିହାରର ଦରଭଙ୍ଗାକୁ ନେଇଥିବା ଜ୍ୟୋତି କୁମାରୀ ଏବେ ଚର୍ଚ୍ଚାରେ । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଝିଅ ଇଭାଙ୍କା ଟ୍ରମ୍ପ ଟୁଇଟ୍ କରି ଜ୍ୟୋତି କୁମାରୀଙ୍କୁ ପ୍ରଶଂସା କରିଛନ୍ତି । ଇଭାଙ୍କା ଟ୍ୱିଟ କରି ଜ୍ୟୋତି କୁମାରୀଙ୍କ କାହାଣୀକୁ ସେୟାର କରିବା ସହ ଭାରତୀୟ ସହନଶୀଳତାକୁ ପ୍ରଶଂସା କରିଛନ୍ତି ।ଟ୍ୱିଟରରେ ଇଭାଙ୍କା ଲେଖିଛନ୍ତି, ୧୫ ବର୍ଷିୟ ଜ୍ୟୋତି କୁମାରୀ ନିଜ ଆହତ ପିତାଙ୍କୁ ସାଇକେଲରେ ବସାଇ ସାତ ଦିନ ଯାତ୍ରା କରି ନିଜ ଗାଁରେ ପହଂଚିଛନ୍ତି । ଏହା ଭାରତୀୟଙ୍କ ଧୈର୍ଯ୍ୟ ଓ ଅଗାଧ ପ୍ରେମର ପରିଚୟ । ଭାରତର ପାରିବାରିକ ସଂପର୍କ ସାରା ବିଶ୍ୱକୁ , ବିଶେଷ କରି ୟୁରୋପ ଓ ଆମେରିକାର ଲୋକଙ୍କୁ ବେଶ ଆକର୍ଷିତ କରିଥାଏ । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଝିଅ ମଧ୍ୟ ସେମାନଙ୍କ ମଧ୍ୟରୁ ଜଣେ, ଯିଏ ଭାରତୀୟ ପରିବାରର ଏକ ଝଲକ ଦେଖି ଗଦ ଗଦ ହୋଇପଡିଛନ୍ତି ।

Leave a Reply

Your email address will not be published. Required fields are marked *