ହୃଦୟ ଭାଙ୍ଗିଦେଲା ପ୍ରେମିକା, ଫେସବୁକ୍ ଲାଇଭରେ ଜୀବନ ହାରିଲେ ପ୍ରେମିକ

ଗୌହାଟି: ବିଶ୍ୱାସାରେ ବିଷ। ହୃଦୟ ଭାଙ୍ଗିଦେଲା ପ୍ରେମିକା। ଆଉ ପ୍ରେମରେ ‌ଧୋକା ଖାଇବା ପରେ ଫେସ୍‌ବୁକ୍‌ରେ ଲାଇଭ୍ ଆତ୍ମହତ୍ୟା କଲେ ଯୁବକ। ପ୍ରେମିକା ବାହା ହେବାକୁ ଅରାଜି ହେବା ପରେ ଜଣେ ୨୭ ବର୍ଷୀୟ ଯୁବକ ଶେଷରେ ଆତ୍ମହତ୍ୟା କରିଛନ୍ତି। ପରିବାର ଚାପରେ ପଡ଼ି ତାଙ୍କ ପ୍ରେମିକା ବିବାହ କରିବାକୁ ମନା କାରିଦେଇଥିବା ଲାଇଭ ଭିଡିଓରେ ଯୁବକ ଜଣକ କହିଛନ୍ତି। ତାଙ୍କ ମୃତ୍ୟୃ ପାଇଁ ସେ ପ୍ରେମିକାଙ୍କ ପରିବାର ଲୋକଙ୍କୁ ଦାୟୀ କରିଛନ୍ତି। ମୃତ ଯୁବକ ହେଲେ ଗୌହାଟିର ଜୟଦୀପ ରୟ। ପୁଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି। ସୋମବାର ସେ ଆତ୍ମହତ୍ୟା କରିଛନ୍ତି। ଜୟଦୀପ ବୃତ୍ତିରେ ଜଣେ ମେଡିକାଲ ସେଲସ୍‌ ପ୍ରଫେସନାଲସ। ସେ ସିଲଚରରେ ଥିବା ତାଙ୍କ ଭଡା ଘରେ ଦଉଡ଼ି ଦେଇ ଆତ୍ମହତ୍ୟା କାରିଛନ୍ତି। ଫେସ୍‌ବୁକରେ ଲାଇଭରେ ଜୟଦୀପ କହିଛନ୍ତି ଯେ, ସେ ବିବାହ ପ୍ରସ୍ତାବ ନେଇ ତାଙ୍କ ପ୍ରେମିକା ପରିବାରକୁ ଯାଇଥିଲେ। କିନ୍ତୁ ସମସ୍ତଙ୍କ ସାମ୍ନାରେ ତାଙ୍କ ପ୍ରେମିକା ମନା କରିଦେଇଥିଲେ। ଏହା ପରେ ପ୍ରେମିକାଙ୍କ ମାମୁଁ ଆସି ସେ ଯୁବତୀଙ୍କୁ ମାରି ଦେବାକୁ  ଧମକ ଦେଇଥିଲେ।

ଏ ସମ୍ପର୍କ ତୁଟାଇବାକୁ ସେ ମୋତେ ଚେତାବନୀ ଦେଇଥିବା ଜୟଦୀପ ଲାଇଭ ଭିଡିଓରେ କହିଛନ୍ତି । ସେ ଆହୁରି କହିଛନ୍ତି ଯେ, ଆମେ ଦୁହେଁ ଦୀର୍ଘ ଦିନ ହେବ ସମ୍ପର୍କରେ ଥିଲୁ। ପରସ୍ପରକୁ ବେଶୀ ଭଲପାଉଥିଲୁ। ତେଣୁ ମୁଁ ଦୁନିଆ ଛାଡ଼ି ଯିବାକୁ ନିଷ୍ପତ୍ତି ନେଇଥିଲି। ମୋ ପାଇଁ ମୋ ପ୍ରେମିକା ଯେମିତି କଷ୍ଟ ନପାଉ ସେଥିପାଇଁ ସବୁ ଦିନ ଚାଲିଯିବାକୁ ନିଷ୍ପତ୍ତି ନେଇଛି। ଏଥିପା‌ଇଁ ମୁଁ ମୋ ମା, ମାମୁଁ , ଭଉଣୀ ଭାଇଙ୍କୁ କ୍ଷମା ମାଗୁଛି। ସେ ଆହୁରି କରିଛନ୍ତି ଯେ , ମୁଁ  ତୁମ ସମସ୍ତଙ୍କୁ ଭଲ ପାଏ।

କିନ୍ତୁ ମୁଁ ମୋ ଗର୍ଲଫ୍ରେଣ୍ଡକୁ ଅଧିକ ଭଲ ପାଏ । ମୁଁ ତାଙ୍କ ବିନା ବଞ୍ଚି ପାରିବି ନାହିଁ। ଏହି ଘଟଣା ତାଙ୍କ ପରିବାରକୁ ଗଭୀର ଆଘାତ ଦେଇଥିବା ଜୟଦୀପଙ୍କ ବଡ଼ ଭାଇ କହିଛନ୍ତି। ସେ କହିଛନ୍ତି ଯେ,  ଆମେ କଣ କରିବୁ ବୁଝିପାରୁ ନାହୁଁ। ସେଥିପାଇଁ ବର୍ତ୍ତମାନ ପର୍ଯ୍ୟନ୍ତ ଆମେ କୌଣସି ଏତଲା ଦାଖଲ କରିନାହୁଁ।  ମୋ ଭାଇକୁ ଚରମ ପଦକ୍ଷେପ ନେବାକୁ ଯୁବତୀଙ୍କ ପରିବାର ଲୋକେ ବାଧ୍ୟ କରିଥିଲେ। ମୋର ଭାଇ ଜଣେ ଭଲ ମଣିଷ ଥିଲେ ଏବଂ ଆମ ପରିବାରର ଯତ୍ନ ନେଉଥିଲେ। ସେ ଭଲ ରୋଜଗାର କରୁଥିଲେ। ମୁଁ ବୁଝିପାରୁ ନାହିଁ ଯୁବତୀଙ୍କ ପରିବାରର କଣ ସମସ୍ୟା ଥିଲା ଯେ, ବାହା ହେବାକୁ ଅରାଜି ହେଲେ।

Leave a Reply

Your email address will not be published. Required fields are marked *