ପୁଣି କଂଗ୍ରେସକୁ ଫେରିପାରନ୍ତି ଗୁଲାମନବୀ ଆଜାଦ

ନୂଆଦିଲ୍ଲୀ:  ପୁଣି କଂଗ୍ରେସକୁ ଫେରିପାରନ୍ତି ବରିଷ୍ଠ ନେତା ଗୁଲାମନବୀ ଆଜାଦ।  ଗୁଲାମନବୀଙ୍କ ଘର ବାହୁଡ଼ା ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି। ଜମ୍ମୁ-କାଶ୍ମୀରରେ ଭାରତ ଯୋଡ଼ୋ ଯାତ୍ରା ବେଳେ ହାତ ଧରିପାରନ୍ତି ଗୁଲାମନବୀ। ଗୁଲାମନବୀଙ୍କ ସହ ଯୋଗସୂତ୍ର ରକ୍ଷା କରିବାକୁ ଅମ୍ବିକା ସୋନୀଙ୍କୁ ଦାୟିତ୍ୱ ଦିଆଯାଇଛି।  ପ୍ରଥମେ ଭାରତ ଯୋଡ଼ୋ ଯାତ୍ରାରେ ସାମିଲ ହେବାକୁ ନବୀଙ୍କୁ ଅମ୍ବିକା ପ୍ରସ୍ତାବ ଦେଇଛନ୍ତି।

ଆଗେ ଯାତ୍ରାରେ ସାମିଲ ହେବାକୁ ପ୍ରସ୍ତାବ ଦେଇ ପରେ ଦଳକୁ ଫେରିବା ବ୍ୟବସ୍ଥା ହେବ କହିଛନ୍ତି  ଅମ୍ବିକା। ୫୨ ବର୍ଷର ସଂପର୍କ ତୁଟାଇ ଗତ ଅଗଷ୍ଟ ୨୬ରେ କଂଗ୍ରେସ ଛାଡ଼ିଥିଲେ ଗୁଲାମନବୀ  ଗତ ଅଗଷ୍ଟ ୨୬ ତାରିଖରେ ଗୁଲାମନବୀ କଂଗ୍ରେସ ସହିତ ଦୀର୍ଘ ବର୍ଷର ସମ୍ପର୍କ ଛିନ୍ନ କରି ଦଳରୁ ଇସ୍ତଫା ଦେଇଥିଲେ।  କଂଗ୍ରେସର ସାଂପ୍ରତିକ ଦୟନୀୟ ସ୍ଥିତି ପାଇଁ ସେ ରାହୁଲ ଗାନ୍ଧିଙ୍କୁ ହିଁ ଦାୟୀ କରି ଦଳକୁ ବାଏ ବାଏ କହିଥିଲେ ଗୁଲାମ ନବୀ ଆଜାଦ୍‌।

ଗୁଲାମ ନବୀ ଲଗାତାର ୪୦ ବର୍ଷ ଧରି କଂଗ୍ରେସ ୱାର୍କିଂ କମିଟିରେ ସଦସ୍ୟ ଥିଳେ । ୩୫ ବର୍ଷ ପର୍ଯ୍ୟନ୍ତ ଦେଶର ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶରେ ପ୍ରଭାରୀ ଭାବେ ନିଜ ଦାୟିତ୍ୱ ନିର୍ବାହ କରିଛନ୍ତି । କଂଗ୍ରେସ ବିଦ୍ରୋହୀ ଜି-୨୩ ଗୋଷ୍ଠୀରେ ମଧ୍ୟ ଆଜାଦ ସାମିଲ ଥିଲେ ଏବଂ ଦଳର ବିପର୍ଯ୍ୟୟକୁ ରୋକିବା ପାଇଁ ବିଭିନ୍ନ ସମୟରେ ସତର୍କ କରାଇ ଦେଉଥିଲେ । ଦଳ ଛାଡ଼ିବା ପରେ  ୭୩ ବର୍ଷୀୟ ଆଜାଦ ନିଜେ ନୂଆ ଦଳ ଗଢ଼ିଛନ୍ତି। କଂଗ୍ରେସ ଛାଡ଼ିବାର ଠିକ୍‌ ମାସେ ପରେ ସେ ନୂଆ ଦଳ ଗଠନ କରିଛନ୍ତି। ନୂଆ ରାଜନୈତିକ ଦଳର ନାଁ ‘ଡେମୋକ୍ରାଟିକ ଆଜାଦ୍‌ ପାର୍ଟି’ ରହିଛି। ଜମ୍ମୁ କଶ୍ମୀରକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦେବା, ଜମି ତଥା ଚାକିରି ଅଧିକାର ସ୍ଥାନୀୟ ଲୋକଙ୍କ ପାଇଁ ସୁରକ୍ଷିତ କରିବାକୁ ସଂଗ୍ରାମ ଜାରି ରଖିବା ନେଇ ସେ ଆହ୍ୱାନ ଦେଇଥିଲେ।

Leave a Reply

Your email address will not be published. Required fields are marked *