କ୍ରିଫ୍ଟ୍ରୋକରେନ୍ସି ନାଁରେ ବଡ ଧରଣର ଠକେଇ : ୨୦୦% ରିଟର୍ଣ୍ଣ ପ୍ରତିଶୁତି ଦେଇ ୫୦୦ କୋଟିର ଠକେଇ

ନୂଆଦିଲ୍ଲୀ: -କ୍ରିଫ୍ଟ୍ରୋକରେନ୍ସି ନାଁରେ ବଡ ଧରଣର ଠକେଇ । ୨୦୦ ପ୍ରତିଶତ ରିଟର୍ଣ୍ଣ ପ୍ରତିଶ୍ରୁତି ଦେଇ ୫୦୦ କୋଟିର ଠକେଇ । ଅଭିଯୋଗ ପରେ ଦିଲ୍ଲୀ ପୁଲିସର ଛାନଭିନ୍ ଜାରି ରହିଛି । ଅଭିଯୁକ୍ତମାନେ ଦେଶଛାଡି ପଳାଇ ଯାଇଥିବା ସୂଚନା ମିଳିଛି । ଲୋକମାନଙ୍କ ମଧ୍ୟରେ ବିଶ୍ବାସ ସୃଷ୍ଟି କରିବା ଲାଗି ଠକମାନଙ୍କ ଏହି ଦଳ ସୁଚିନ୍ତିତ ଯୋଜନା ପ୍ରସ୍ତୁତ କରିଥିଲେ। କ୍ରିପ୍ଟୋରେ ନିବେଶ କରିବାକୁ ଚାହୁଥିବା ନିବେଶକମାନଙ୍କୁ ସେମାନେ ଗୋଆର ଏକ ପଞ୍ଚତାରକା ହୋଟେଲ୍‌ରେ ଏକତ୍ରୀତ କରିଥିଲେ। ସେଠାରେ ଏକ ଭବ୍ୟ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ଯେଉଁଥିରେ ନିବେଶକମାନଙ୍କୁ କ୍ରିପ୍ଟୋକରେନ୍ସି କ’ଣ ? ଏହା ପଛରେ ଥିବା ବ୍ଲକ୍‌ଚେନ୍‌ ପ୍ରଯୁକ୍ତିର ଜଟିଳ ପ୍ରକ୍ରିୟା କ’ଣ ? ତାହା ବୁଝାଇଥିଲେ ।

କେଉଁଭଳି ଅତ୍ୟଧିକ ରିଟର୍ଣ୍ଣ ମିଳିବ ତାହା ବୁଝାଇବାରେ ମଧ୍ୟ ସଫଳ ହୋଇଥିଲେ । ନିବେଶ ଉପରେ ୨୦୦% ପର୍ଯ୍ୟନ୍ତ ରିଟର୍ଣ୍ଣ ମିଳିବ ବୋଲି କହିଥିଲେ । ଏଥି ସହିତ ନିବେଶକମାନଙ୍କୁ ଗୋଆରେ ଛୁଟି କଟାଇବାର ସୁଯୋଗ ମଧ୍ୟ ଦେଇଥିଲେ । ବଡ଼ ନିବେଶକମାନଙ୍କୁ ଦୁବାଇରେ ଛୁଟି କଟାଇବାର ସୁଯୋଗ ମିଳିବ ବୋଲି ଭରସା ଦେଇଥିଲେ । ଦୁବାଇରେ ଏକ କାର୍ଯ୍ୟାଳୟ ନିର୍ମାଣ କରାଯାଉଥିବା ସେମାନେ ନିବେଶକମାନଙ୍କୁ କହିଥିଲେ । କିଛି ନିବେଶକ ଦୁବାଇ ଯାଇ ସତ ଜାଣିବାକୁ ଚାହିଥିଲେ । ସେମାନଙ୍କୁ ଠକମାନେ ଏକ ନିର୍ମାଣାଧୀନ କୋଠା ଦେଖାଇଥିଲେ । ମହାରାଷ୍ଟ୍ରର ଏକ ବ୍ୟାଙ୍କରେ କୋଅପରେଟିଭ୍ ସୋସାଇଟି ଥିବା ମଧ୍ୟ ଠକମାନେ ଦାବି କରିଥିଲେ ଯାହା ସତ ନୁହେଁ ବୋଲି ତଦନ୍ତରୁ ଜଣାପଡ଼ିଛି ।

Leave a Reply

Your email address will not be published. Required fields are marked *