ଭିଜିଲାନ୍ସ ଜାଲରେ ଜଗତସିଂହପୁର ଡେପୁଟୀ କଲେକ୍ଟର, ୯ଟି ସ୍ଥାନରେ ଭିଜିଲାନ୍ସର ଏକକାଳୀନ ଚଢଉ , ୫ଟି ଫ୍ଲାଟ୍‌, ୨ଟି ଦୁଇ ତାଲା କୋଠା, ୧୧ପ୍ଲଟ୍ ଠାବ

ଭୁବନେଶ୍ୱର:- ଜଗତସିଂହପୁର ଜିଲ୍ଲାର ଡେପୁଟି କଲେକ୍ଟର ଚିତ୍ତରଞ୍ଜନ ପିଲ୍ଲାଙ୍କ ଘରେ ଭିଜିଲାନ୍ସ ଚଢଉ କରିଛି । ତାଙ୍କର ଅମାପ ସମ୍ପତ୍ତି ଦେଖି ଭିଜିଲାନ୍ସ ଟିମ୍ ଜଳକା ହୋଇଯାଇଛି । ମଞ୍ଚେଶ୍ୱର ଗାଡ଼କଣରେ ଥିବା ଆପାର୍ଟମେଣ୍ଟ, ରଙ୍ଗମାଟିଆ ସରସ୍ୱତୀ ଏନ୍‌କ୍ଲେବ୍‌, ଭରତପୁର ନୂଆଗାଁରେ ଥିବା ଫ୍ଲାଟ୍‌,ବାଲେଶ୍ୱର, ସୁନାହାତରେ ଥିବା ଦୁଇଟି ଫ୍ଲାଟ୍‌, ସୋନ୍‌ପୁର ୟୁନିଟ୍‌-୧ରେ ଥିବା ୨ତାଲା କୋଠା, ବାଲେଶ୍ୱର, ବାଲିଆପାଳରେ ଥିବା ପୈତୃକ ଘର, ଜଗତସିଂହପୁରରେ ରହୁଥିବା ଘର, ଅଫିସ୍‌ରେ ଆଦି ଚଢଉ କରାଯାଇଥିଲା । ଭିଜିଲାନ୍ସର ୯ଟି ଟିମ୍ ଏକ କାଳୀନ ଚଢଉରେ ସାମିଲ୍ ହୋଇଥିଲେ । ଯେଉଁଥିରେ ୨ଜଣ ଡିଏସ୍‌ପି, ୧୪ ଜଣ ଇନ୍ସପେକ୍ଟର, ୬ଜଣ ଏଏସ୍‌ଆଇ ଏବଂ ଅନ୍ୟ କର୍ମଚାରୀ ସାମିଲ୍ ହୋଇଥିଲେ । ଚଢଉ ସମୟରେ ତାଙ୍କର ଅମାପ ସମ୍ପତ୍ତି ଦେଖି ଭିଜିଲାନ୍ସ ଟିମ୍ ଜଳକା ହୋଇଯାଇଛି । ଚିତ୍ତରଞ୍ଜନଙ୍କ ୨ଟି ପ୍ଲାଟ୍‌, ୨ଟି ଦୁଇ ତାଲା କୋଠା ଏବଂ ୧୧ଟି ପ୍ଲଟ୍ ଠାବ କରାଯାଇଛି । ରାଜଧାନୀ ଭୁବନେଶ୍ୱରରେ ଗୋଟିଏ ପ୍ଲଟ୍ ଥିବା ବେଳେ ବାକି ୧୦ଟି ପ୍ଲଟ୍ ବୀରମହାରାଜପୁର, ସୋନ୍‌ପୁର, ବାଲିଆପାଳ, ନାରାୟଣପୁର ଏବଂ ବାଲେଶ୍ୱରରେ ରହିଛି । ଠାବ କରାଯାଇଥିବା ପ୍ଲଟ୍‌ର ସେଲ୍‌ଡେଡ୍ ଅନୁସାରେ ୩୦.୫୩ ଲକ୍ଷ ଠାରୁ ଅଧିକ ହେବ ବୋଲି ଭିଜିଲାନ୍ସ ପକ୍ଷରୁ କୁହାଯାଇଛି । ତାଙ୍କ ଘରୁ ନଗଦ ୧ଲକ୍ଷ ୮୫ ହଜାର ୨୮୫ ଟଙ୍କା ଜବତ କରାଯାଇଛି । ତାଙ୍କର ବିଭିନ୍ନ ବ୍ୟାଙ୍କ୍ ଆକାଉଣ୍ଟ ଏବଂ ଇନ୍ସୁରାନ୍ସରେ ୪୮.୭୧ଲକ୍ଷ ଟଙ୍କା ରହିଥିବା ଠାବ କରାଯାଇଛି । ୧୧.୪୦ଲକ୍ଷ ଟଙ୍କାର ଦୁଇଟି ଚାରି ଚକିଆ ରହିଥିବା ବେଳେ ୩.୨୪ଲକ୍ଷର ୩ଟି ଦୁଇ ଚକିଆ ରହିଛି । ଘରୁ ଠାବ କରାଯାଇଥିବା ସୁନାଗହଣାର ମୂଲ୍ୟ ୧୩.୬୪ଲକ୍ଷ ଟଙ୍କା ହେବ । ଭିଜିଲାନ୍ସ ଟିମ୍ ଚିତ୍ତରଞ୍ଜନ ଏବଂ ତାଙ୍କ ପରିବାର ସଦସ୍ୟଙ୍କ ନାମରେ ଏସବୁୁ ସମ୍ପତ୍ତି ରହିଥିବା ତଦନ୍ତରୁ ଜଣାପଡ଼ିଛି । ତେଣୁ ଚିତ୍ତରଞ୍ଜନ ଏବଂ ତାଙ୍କ ପରିବାର ସଦସ୍ୟଙ୍କ ନାମରେ ମାମଲା ରୁଜୁ କରି ତଦନ୍ତ କରାଯାଉଛି । ଆସନ୍ତା କାଲି ତାଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଭିଜିଲାନ୍ସ ପକ୍ଷରୁ କୁହାଯାଇଛି । ଚିତ୍ତରଞ୍ଜନଙ୍କ ନାମରେ ପୂର୍ବରୁ ମାଳ ମାଳ ଦୁର୍ନର୍ୀତି ନେଇ ଅଭିଯୋଗ ଆସୁଥିଲା । ଏପରିକି ଉପରିସ୍ଥ ଅଧିକାରୀଙ୍କ ନିକଟରେ ଅଭିଯୋଗ ହୋଉଥିଲେ ମଧ୍ୟ ସେ ଏହାକୁ ଚାପି ଦେଉଥିଲେ । ହେଲେ ଭିଜିଲାନ୍ସ ନିକଟରେ ଅଭିଯୋଗ ହେବା ପରେ ତଦନ୍ତ କରାଯାଇ ଏହାର ସତ୍ୟାସତ ଜଣାପଡିବା ପରେ ତାଙ୍କ ଘରେ ଚଢଉ କରାଯାଇଥିଲା ।

Leave a Reply

Your email address will not be published. Required fields are marked *