-ଅର୍ଥନୈତିକ ଅପରାଧ ଶାଖାର ବାର୍ଷିକ ରିପୋର୍ଟ, ୨୨ ମାମଲା ରୁଜୁ କରି ୬୦ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି

ଭୁବନେଶ୍ୱର :- କ୍ରାଇମ୍‌ବ୍ରାଞ୍ଚର ଇଓଡବ୍ଲ୍ୟୁ(ଅର୍ଥନୈତିକ ଅପରାଧ ଶାଖା) ବାର୍ଷିକ ରିପୋର୍ଟ ପ୍ରଦାନ କରିଛି । ବିଗତ ଦିନ ମାନଙ୍କ ଠାରୁ ୨୦୨୨ରେ ଇଓଡବ୍ଲ୍ୟୁ ଉତ୍ତର ପ୍ରଦର୍ଶନ କରିଛି । ୨୦୨୨ରେ ଇଓଡବ୍ଲ୍ୟୁ ୨୨ଟି ବିଭିନ୍ନ ପ୍ରକାର ଠକେଇ ମାମଲା ରୁଜୁ କରିଛି । ଯେଉଁଥିରେ ରିୟଲ ଇଷ୍ଟେସ ଠକେଇ, ଆୟକର ଠକେଇ, ଅନ୍‌ଲାଇନ ଠକେଇ, ସାଇବର ଠକେଇ, ଚାକିରି,ଲୋନ୍ ଆପ୍ ଠକେଇ, ସଲ୍ କମ୍ପାନୀ, ଜାଲ୍ ଆକାଉଣ୍ଟ ଆଦି ଠକେଇ ମାମଲାର ସଫଳତାର ସହ ତଦନ୍ତ କରିଥିବା ଇଓଡବ୍ଲ୍ୟୁ ଏସ୍‌ପି ଦିଲ୍ଲୀପ ତ୍ରିପାଠି ଇଓଡବ୍ଲ୍ୟୁ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ।
ସେ ଆହୁରି ମଧ୍ୟ କହିଛନ୍ତି ୨୨ଟି ମାମଲାରେ ୧୦୦ କୋଟିରୁ ଅଧିକ ଟଙ୍କା ଠକେଇ ହୋଇଥିବା ନେଇ ଚିହ୍ନଟ କରାଯାଇଥିଲା । ଏହି ସବୁ ମାମଲାର ତଦନ୍ତ କରି ୬୦ ଜଣ ଅଭିଯୁକ୍ତଙ୍କୁ ଇଓଡବ୍ଲ୍ୟୁ ଗିରଫ କରି ଜେଲ୍‌ର କଳା କୋଠରୀକୁ ପଠାଇଛି । ଗିରଫ ଅଭିଯୁକ୍ତଙ୍କୁ ରାଜ୍ୟ ଏବଂ ରାଜ୍ୟ ବାହାରରୁ ଗିରଫ କରାଯାଇଥିଲା । ଚୀନ୍‌, ହଂକଂ, ଥାଇଲାଣ୍ଡ, ମାଲେସିଆ, ସିଙ୍ଗାପୁର, ନେପାଳ, ଶ୍ରୀଲଙ୍କା ଆଦି ଦେଶକୁ ଯାଇ ଅନ୍ୟ ତଦନ୍ତକାରୀ ସଂସ୍ଥା ସହ ମିଶି କାର୍ଯ୍ୟ କରିଥିଲା । ଆୟକର ବିଭାଗ, ଆର୍ଥିକ ଇଣ୍ଟେଲଜେନ୍ସ ବ୍ୟୁରୋ, ଇମିଗ୍ରେସନ୍ ବ୍ୟୁରୋ, ସିବିଆଇ, ଇଣ୍ଟରପୋଲ୍‌, ସିଆଇଏସ୍‌ଏଫ, ବିଭିନ୍ନ ବ୍ୟାଙ୍କ୍‌, ମୁମ୍ବାଇ ପୁଲିସ, ଦିଲ୍ଲୀ, କୋଲକାତା, ବାଙ୍ଗଲୋର, ହାଇଦ୍ରାବାଦ, ରାଜସ୍ଥାନ ପୁଲିସର ସହଯୋଗ ନେଇଥିଲା ଇଓଡବ୍ଲ୍ୟୁ । ଆହୁରି ମଧ୍ୟ ତଦନ୍ତ ସମୟରେ ସୋସିଆଲ ମିଡ଼ିଆ ଗୁଗଲ, ଫେସ୍‌ବୁକ୍‌, ହ୍ୱାଟ୍ସଆପ୍ ଏବଂ ଗୋ-ଡାଡୀ ଆଦିର ସହଯୋଗ ନେଇଥିଲା । ଏସ୍‌ପି କହିଛନ୍ତି ଯେ, ଇଓଡବ୍ଲ୍ୟୁ କାର୍ଯର୍୍ୟ ଅନେକ ଲୋକଙ୍କୁ ଠକାମିରୁ ରକ୍ଷା କରିନଥିଲା ବରଂ ଠକେଇର ଶିକାର ହୋଇଥିବା ଅନେକ ଲୋକଙ୍କ ଜୀବନ ମଧ୍ୟ ରକ୍ଷା କରିଛି । କାରଣ ଲୋନ୍‌ଆପ୍ ଜାଲରେ ପଡି ଭାରତର ୧୦୮ ଜଣ ଆତ୍ମହତ୍ୟା କରିଛନ୍ତି । କିନ୍ତୁ ଇଓଡବ୍ଲ୍ୟୁର ତୁରନ୍ତ ପଦେକ୍ଷପ ପାଇଁ ଓଡିଶାରୁ କେହି ଆତ୍ମହତ୍ୟା କରିନାହାନ୍ତି । ଲୋନ୍ ଆପ୍ ମାମଲାରେ ଦୁଇଟି ମାମଲା(୯/୨୨ ଏବଂ ୧୩/୨୨) କରାଯାଇଥିଲା । ଏଥିରେ ବିଭିନ୍ନ ରାଜ୍ୟର ପୁଲିସ ସହାୟତରେ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ୟ୍ୟାଲୋ ଟ୍ୟୁନ୍ ଟେକ୍ନୋଲୋଜି ସଂସ୍ଥାର ୩୭୦ କୋଟି ଟଙ୍କା ଫ୍ରିଜ୍ କରିଥିଲା ଇଓଡବ୍ଲ୍ୟୁ । ଏହି ସଂସ୍ଥାର ଦଇ ଅଭିଯୁକ୍ତ ରଖିତ ଏବଂ ସୁଶାନ୍ତଙ୍କୁ ଗିରଫ କରାଯାଇ ଜେଲ୍ ପଠାଯାଇଥିଲା । ସେମାନେ ଏବେ ଜେଲ୍‌ରେ ଥିବା ବେଳେ ତାଙ୍କୁ ବେଳ୍ ମିଳୁନାହିଁ । ଟିଡିଏସ୍ ଠକେଇ ନେଇ ଗୋଟିଏ ମାମଲା ରୁଜୁ କରାଯାଇଥିବା ବେଳେ ଜଣେ ଅଭିଯୁ୍‌କ୍ତଙ୍କୁ ଦୀଲ୍ଲୀରୁ ଗିରପ କରାଯାଇଥିଲା । ରିୟଲ ଇଷ୍ଟେସ ମାମଲାରେ ୪୨ ଜଣଙ୍କ ଠାରୁ ଫ୍ଲାଟ୍ ଦେବାକୁ କହି ୨୦ କୋଟି ଠକେଇ ହୋଇଥିଲା । ଗଣପତି ହୋମ୍ସ ପ୍ରୋଜେକ୍ଟରେ ଘର ଦେବାକୁ କହି ଠକେଇ ମାମଲାରେ ମନୋଜ ପଣ୍ଡାକୁ ଆନ୍ଧ୍ରପ୍ରଦେଶରୁ ଗିରଫ କରାଯାଇଥିଲା । ହାୱାଲା ମାମଲାରେ ରାକେଶ କୁମାର ଗିରିଜା ଶଙ୍କର ପାଣ୍ଡୋ ଏବଂ ସରମନ୍ ସିଂଙ୍କୁ ଗିରଫ କରାଯାଇଥିବା ବେଳେ ସେମାନଙ୍କ ନିକଟରୁ ବନ୍ଧୁକ ଜବତ କରାଯାଇଥିଲା । ସେହିପରି କୃଷି ସବସିଡ୍ ଠକେଇ ନେଇ ୩ଟି ମାମଲା ହୋଇଥିବା ବେଳେ ଅଭଯୁକ୍ତଙ୍କୁ ଗିରଫ କରାଯାଇଥିଲା । ଭାରତୀୟ ପୋଷ୍ଠାଲରେ ନକଲି ଆକାଉଣ୍ଟ ଖୋଲି ବିକ୍ରି କରିବା ମାମଲାରେ ମଧ୍ୟ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା । ଠକେଇ ସଂସ୍ଥାର ସମ୍ପତ୍ତିକଚ ଜବତ କରିବା ପାଇଁ ଇଓଡବ୍ଲ୍ୟୁ ଓପିଆଇଡି କୋର୍ଟକୁ ନିବେଦନ କରିଥିବା ବେଳେ ୫ଟି ସଂସ୍ଥାର ସମ୍ପତ୍ତି ଆଟାଚମେଣ୍ଟ ହୋଇଛି । ତେଣୁ ଇଓଡବ୍ଲ୍ୟୁ ତାର ଯେତିକି କର୍ମଚାରୀ ଅଛନ୍ତି ସେମାନଙ୍କୁ ନେଇ ତଦନ୍ତ କରି ଅଭିଯୁକ୍ତଙ୍କୁ ଗିରଫ କରାଯାଉଛି । ତେଣୁ ସାଇବର ଠକେଇ ଇଓଡବ୍ଲ୍ୟୁ ପାଇଁ ଚ୍ୟାଲେଞ୍ଜ ହେବ । ତେଣୁ ଏହାକୁ ସଫଳତାର ସହ ତଦନ୍ତ କରି ଅଭିଯୁକ୍ତଙ୍କ ନିକଟରେ ପହଞ୍ଚିବୁ ବୋଲି ଇଓଡବ୍ଲ୍ୟୁ ଏସ୍‌ପି ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *