ନୂଆବର୍ଷ ପାଳନ ଲାଗି କମିଶନରେଟ ପୋଲିସର ଗାଇଡଲାଇନ୍,ଶନିବାର ସନ୍ଧ୍ୟାରୁ ଭୁବନେଶ୍ୱରରେ କଡ଼ା ଚେକିଂ

ଭୁବନେଶ୍ୱର:- ଆଉ ୪ ଦିନ ପରେ ବଦଳିବ କ୍ୟାଲେଣ୍ଡର । ବିଦାୟ ନେବ ୨୦୨୨, ଆସିବ ୨୦୨୩ । ନୂଆବର୍ଷକୁ ସେଲିବ୍ରେସନ କରିବାକୁ ସମସ୍ତଙ୍କ ମନରେ ଉତ୍ସାହ । ତେବେ ଶୃଙ୍ଖଳିତ ନୂଆବର୍ଷ ପାଳନ ଲାଗି କମିଶନରେଟ ପୋଲିସ ପକ୍ଷରୁ ଜାରି ହୋଇଛି ଗାଇଡଲାଇନ୍ । ଚଳିତ ବର୍ଷ କୌଣସି କଟକଣା ନଥିବାରୁ ନୀୟମରେ କୋହଳ କରାଯାଇଛି । ହୋଟେଲ ନିକଟରେ ସ୍ବତନ୍ତ୍ର ପୋଲିସ ନିୟୋଜିତ ହେବେ । 28 ଜାଗାରେ ଚେକ୍ ପୋଷ୍ଟ କରାଯିବ । ଯେଉଁମାନେ ଦ୍ରୁତଗତି କିମ୍ବା ବେଆଇନ ଗାଡି ଚାଳନା କରୁଥିବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।

ସଂଧ୍ୟା 7ଟା ରୁ ରାତି 2ଟା ପର୍ଯ୍ୟନ୍ତ ଚାଲିବ ଚେକିଂ । ମଦୁଆ ଗାଡି ଚାଳକଙ୍କ ଉପରେ ରହିବ ସ୍ବତନ୍ତ୍ର ନଜର । 17 ଟି ଲୋକେସନରେ ଡ୍ରଙ୍କ ଆଣ୍ଡ ଡ୍ରାଇଭ ଉପରେ ନଜର ରଖିବା ପୋଲିସ୍ । ମାଷ୍ଟରକ୍ୟାଣ୍ଟିନ, କଳ୍ପନା ସ୍କୋୟାର, ରସୁଲଗଡ ଛକ, ଖଣ୍ଡଗିରି ସ୍କୋୟାରରେ 4ଟି ସ୍ଥାନରେ କୁଇକ ଆକ୍ସନ ଟିମ୍ ମୁତୟନ ରହିବେ । 3ଟି ସ୍ଥାନରେ ଷ୍ଟ୍ରାଇକିଙ୍ଗ ଫୋର୍ସ ନିୟୋଜିତ ହେବେ । ସହରରେ 13 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ ।

ପର୍ଯ୍ୟଟନସ୍ଥଳୀ ଗୁଡିକରେ ଜନଗହଳିକୁ ନଜରରେ ରଖି 10 ସେକ୍ସନ ପୋଲିସ ଫୋର୍ସ ମୁତୟନ ହେବେ । ସୋସିଆଲ ମିଡିଆ ମାଧ୍ୟମରେ ପ୍ରତିଦିନ ଟ୍ରାଫିକ ଆଡଭାଇଜରି ଜାରି କରାଯିବ । ନୂଆବର୍ଷ ଦିନ ପର୍ଯ୍ୟଟନସ୍ଥଳୀରେ ସ୍ବତନ୍ତ୍ର ଅଫିସର ନଜର ରଖିବେ । ବାହାରେ ଖୋଲାସ୍ଥାନରେ କାର୍ଯ୍ୟକ୍ରମ ଆୟୋଜନ କରୁଥିଲେ ରାତି ୧୦ ଟା ପର୍ଯ୍ୟନ୍ତ ଏବଂ ଇଣ୍ଡୋରରେ ରାତି 12ଟା ପର୍ଯ୍ୟନ୍ତ ମିଳିବ ଅନୁମତି ।

Leave a Reply

Your email address will not be published. Required fields are marked *